Friday, September 20, 2024
24.1 C
Odisha

    ବିପଦ ସଙ୍କୁଳ ଅବସ୍ଥାରେ ଜଗନ୍ନାଥ ସାଗର ରାସ୍ତା । କୋଟି କୋଟି ଟଙ୍କା ବ୍ୟୟରେ ଚାଲିଛି ପୁନରୁଦ୍ଧାର । କାମ ନସରୁଣୁ ଦବିଗଲା ରାସ୍ତା

    ଆଗକୁ ପଢନ୍ତୁ

    ଜୟପୁର ସହରର ଲାଇଫ ଲାଇନ ଜଗନ୍ନାଥ ସାଗରର ପୁନରୁଦ୍ଧାର କାମ ଚାଲିଛି । ହେଲେ ୩୦ ଭାଗ କାମ ସରିନଥିଲେ ବି ସାଗର ଦେଇ ଯାଇଥିବା ରାସ୍ତା ସମ୍ପୁର୍ଣ୍ଣ ରୁପେ ଦବିଗଲାଣି । ବିପଦ ସଙ୍କୁଳ ଅବସ୍ଥା ଦେଖି ଜୟପୁର ପୌର ପାଳିକା ବୋର୍ଡ଼ ଲଗାଇବା ସହ ୨୪ ଘଂଟିଆ ରାସ୍ତାକୁ ଜଗିବା ପାଇଁ ସୁରକ୍ଷା ଗାର୍ଡ଼ ଯୋଗାଇଛନ୍ତି । ଏନେଇ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି ହେଲେ କାମ ଆଖିଦୃଶିଆ କରାଯାଉନି । । ବର୍ଷା ଆଗରୁ କାମ ସରିବ ବୋଲି କୁହାଯାଥିଲେ ବି କାମ ସରିବା ତ ଦୁରର କଥା ଏ ଯାଏଁ ୩୦ ଭାଗ କାମ ବି ସରିନି । ରାସ୍ତା ଦବିଯାଇଥିବା ବେଳେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ .ଦେଖିବାକୁ ମିଳିଛି । ଜଗନ୍ନାଥ ସାଗର ଜୟପୁର ସହରର ଲାଇଫ ଲାଇନ । ଏହାର ପୁନରୁଦ୍ଧାର ପାଇଁ ୧୪ କୋଟି ଟଙ୍କା ସରକାରଙ୍କ ତରଫରୁ ଆସିଛି । ବର୍ତମାନ ପର‌୍ୟ୍ୟନ୍ତ ୪ କୋଟି ଖର୍ଚ୍ଚ ହୋଇଛି । ଆହୁରି ୧୦ କୋଟି ଟଙ୍କା ରହିଛି । ଲଗାତର ବର୍ଷା ଜିଲ୍ଳାରେ ଜାରି ରହିଥିବାରୁ ଏହି ରାସ୍ତା ଦବିଗଲା । ତଥାପି କାମ ଜାରି ରହିବ । ଆସନ୍ତା ବର୍ଷ ବର୍ଷା ଆଗରୁ ଏହାକୁ ସାରିବାକୁ ଚେଷ୍ଟା କରିବାକୁ ମିଳିଛି ପ୍ରତିଶ୍ରୁତି । ଜଗନ୍ନାଥ ସାଗରର ପୁନରୁଦ୍ଧାର ପାଇଁ ଅନେକ ବାର ପ୍ଳାନ ତିଆରି ହୋଇଛି । ଏହାର ଖୁବଶୀଘ୍ର କାମ ସରିଲେ ପୁଣି ଥରେ ସାଗରର ସୗନ୍ଦର‌୍ୟ୍ୟ ଫେରି ଆସିବ । ଯାହାକୁ ସମସ୍ତଙ୍କ ଅପେକ୍ଷା ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.1 ° C
    24.1 °
    24.1 °
    91 %
    1kmh
    100 %
    Thu
    24 °
    Fri
    31 °
    Sat
    31 °
    Sun
    30 °
    Mon
    30 °

    ସମ୍ବନ୍ଧିତ