Thursday, September 19, 2024
23 C
Odisha

    ଭୁଲରେ ବି ଖାଆନ୍ତୁ ନାହିଁ ଏହି ସବୁ କଞ୍ଚା ପରିବା, ହୋଇପାରେ ସ୍ୱାସ୍ଥ୍ୟ ସମସ୍ୟା

    ଆଗକୁ ପଢନ୍ତୁ

    ପନିପରିବା ଖାଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ବୋଲି ଆମେ ଜାଣିଥାଆନ୍ତି । କିଛି ଲୋକ ସାଲାଡ୍‌ ଆକାରରେ କଞ୍ଚା ପନିପରିବା ମଧ୍ୟ ଖାଇଥାନ୍ତି । ଏହା ସହ କିଛି ପନିପରିବା ଅଛି ଯାହା କଞ୍ଚା ଖାଇଲେ ଆପଣଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ । ଆଜି ଆମେ ଆପଣଙ୍କୁ ଏପରି କିଛି ପନିପରିବା ବିଷୟରେ କହିବୁ, ଯାହା କଞ୍ଚା ଖାଇବା ଉଚିତ୍‌ ନୁହେଁ । ଜାଣନ୍ତୁ କିପରି?

    ୧. ପାଳଙ୍ଗ- ଏହି ପରିବା ସବୁ ଋତୁରେ ଉପଲବ୍ଧ ଏବଂ ଏହା ବହୁ ସହଜରେ ମଧ୍ୟ ମିଳି ଯାଇଥାଏ । ଖାସ୍‌ କରି ଏହି ପରିବା ଶୀତ ଋତୁର ଅଧିକମାତ୍ରାରେ ମିଳିଥାଏ । ଆପଣ ପାଳଙ୍ଗକୁ ଖାଇବାରେ ସାମିଲ କରିପାରିବେ, କିନ୍ତୁ କଞ୍ଚା ପାଳଙ୍ଗ ଖାଇବା ଦ୍ୱାରା କ୍ଷତି ହୋଇପାରେ । କିଛି ଲୋକ ପାଳଙ୍ଗ ରସ କିମ୍ବା ପାଳଙ୍ଗ ପତ୍ର ଖାଇଥାନ୍ତି ଯାହା ଆପଣଙ୍କୁ ଅଧିକ କ୍ଷତି ଗ୍ରସ୍ତ କରାଇଥାଏ । ପାଳଙ୍ଗରେ ଅଧିକ ପରିମାଣର ଅକ୍ସାଲେଟ୍‌ ଥାଏ ଯାହା କିଡନୀରେ ଷ୍ଟୋନ୍‌ ହେବା ସମସ୍ୟା ଦେଖାଦେଇଥାଏ ।

    ୨. କୋବି – କ୍ରୁସିଫେରସ୍‌ ପନିପରିବାରେ ଫୁଲକୋବି, ବ୍ରୋକୋଲି ଏବଂ ବନ୍ଧାକୋବି ଭଳି ପରିବାରେ ଅନ୍ତର୍ଭୁକ୍ତ । କିଛି ଲୋକ ଏହି ପରିବାକୁ କଞ୍ଚା ଖାଇଥାନ୍ତି ଯାହା ଠିକ୍‌ ନୁହେଁ । ଏହି ପରିବାକୁ ଆପଣ ସିଜେଇ ଖାଇପାରିବେ, ଯାହା ସ୍ୱାସ୍ଥ୍ୟ ପାଇଁ ହିତକର । କଞ୍ଚା ଖାଇବା ଦ୍ୱାରା ପେଟ ଯନ୍ତ୍ରଣା, ଗ୍ୟାସ୍‌ ଏବଂ ଏସିଡ୍‌ ସମସ୍ୟା ସୃଷ୍ଟି କରାଇଥାଏ ।

    ୩. ବିନ୍ସ- ଏହି ପରିବା ବର୍ଷସାରା ସହଜରେ ମିଳିଯାଏ । ଯଦି ଏହି ପରିବାକୁ ଆମେ କଞ୍ଚା ଖାଆନ୍ତି ତେବେ ଆମ ଶରୀରରେ କ୍ଷତି ହୋଇଥାଏ । ଏହାକୁ ଖାଇବା ଦ୍ୱାରା ପେଟ ଯନ୍ତ୍ରଣା ସମସ୍ୟା ଦେଖାଦେବା ସହ ହଜମ ପ୍ରକ୍ରିୟାରେ ବାଧା ସୃଷ୍ଟି କରାଇଥାଏ ।

    ୪. କ୍ୟାପସିକମ୍‌ ଏବଂ ବାଇଗଣ – ଲୋକମାନେ ଏହି ପରିବାକୁ ରୋଷେଇ କରିବାପରେ ଖାଇଥାନ୍ତି, କିନ୍ତୁ ଯଦି ଆପଣ ଏହାକୁ କୌଣସି ସାଲାଡ୍‌ ପାଇଁ ବ୍ୟବହାର କରୁଛନ୍ତି ତେବେ ଏହା ଠାରୁ ଦୂରେଇ ରୁହନ୍ତୁ । ବାଇଗଣ ଏବଂ କ୍ୟାପସିକମ୍‌କୁ କଞ୍ଚା ଖାଇବା ଦ୍ୱାରା ଆମ ପେଟ ଏବଂ ମସ୍ତିଷ୍କ କ୍ଷତି ହେବାର ଲାଗିଥାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    23 ° C
    23 °
    23 °
    95 %
    0.8kmh
    28 %
    Thu
    30 °
    Fri
    31 °
    Sat
    32 °
    Sun
    32 °
    Mon
    31 °

    ସମ୍ବନ୍ଧିତ