Wednesday, September 30, 2026
28.2 C
Odisha

    ଅହଂକାରୀମାନଙ୍କୁ ରାମ ୨୪୧ରେ ଅଟକାଇ ଦେଲେ: ବିଜେପିକୁ ଟାର୍ଗେଟ କରି କହିଲେ ଆର୍‌ଏସ୍‌ଏସ୍‌ ନେତା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ନିକଟରେ ଲୋକସଭା ନିର୍ବାଚନରେ ​​ଶାସକ ଦଳର ଅଭାବନୀୟ ପ୍ରଦର୍ଶନକୁ ଆରଏସଏସ ନେତା ଇନ୍ଦ୍ରେଶ କୁମାର ଦର୍ଶାଇ ସମାଲୋଚନା କରିଛନ୍ତି। ଗୁରୁବାର ଦିନ ଜୟପୁର ନିକଟସ୍ଥ କାନୋଟାଠାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଇନ୍ଦ୍ରେଶ କୁମାର କହିଛନ୍ତି, “ଯେଉଁମାନେ ପ୍ରଭୁ ରାମଙ୍କ ଭକ୍ତି କରିଥିଲେ ସେମାନେ ଧୀରେ ଧୀରେ ଅହଂକାର କଲେ। ସେହି ଦଳକୁ ସବୁଠୁ ବଡ ଦଳ ଘୋଷିତ କରାଯାଇଥିଲା। କିନ୍ତୁ ଅହଂକାର ହେତୁ ପ୍ରଭୁ ରାମ ୨୪୧ ରେ ଅଟକାଇ ଦେଲେ।’’

    ଲୋକସଭା ନିର୍ବାଚନରେ ​​୨୪୦ ଟି ଆସନ ଜିତି ସଂଖ୍ୟାଗରିଷ୍ଠତା ହାସଲ କରିବାରେ ବିଫଳ ହୋଇଥିବା ବିଜେପିକୁ ଏହି ମନ୍ତବ୍ୟ ଦିଆଯାଇଥିବା ଜଣାପଡିଛି। ୨୦୧୪ ପରଠାରୁ ଏହା ଦଳର ସବୁଠାରୁ ଖରାପ ପ୍ରଦର୍ଶନ ଥିଲା।
    କୁମାର ବିରୋଧୀ ଇଣ୍ଡିଆ ବ୍ଲକକୁ ବି ଟାର୍ଗେଟ କରିଛନ୍ତି। ସେ ସେମାନଙ୍କୁ ରାମ ବିରୋଧୀ ବୋଲି କହିଛନ୍ତି। ବିରୋଧୀଦଳର ନାମ ନନେଇ ସେ କହିଛନ୍ତି। ସେ କହିଛନ୍ତି କି ଯେଉଁମାନେ ରାମଙ୍କୁ ବିଶ୍ବାସ କରନ୍ତି ନାହିଁ ସେମାନେ ୨୩୪ ଆସନରେ ଅଟକିଗଲେ।
    ଆରଏସଏସ ମୁଖ୍ୟ ମୋହନ ଭଗବତ ଜନସେବାରେ ନମ୍ରତାର ଗୁରୁତ୍ୱ ପ୍ରଚାର କରିବାର କିଛି ଦିନ ପରେ ଆରଏସଏସ ନେତାଙ୍କ ଏପରି ମନ୍ତବ୍ୟ ଆସିଛି।

    ଭାଗବତ କହିଥିଲେ, “ଜଣେ ପ୍ରକୃତ ସେବକ ସ୍ବାଭିମାନ ରକ୍ଷା କରିଥାନ୍ତି। କାମ କରିବା ସମୟରେ ନୀତିନିୟମକୁ ଅନୁସରଣ କରନ୍ତି। ‘ମୁଁ ଏହି କାମ କରିଛି ବୋଲି ଅହଂକାର ରହିବା ଅନୁଚିତ। କେବଳ ତାହାକୁ ପ୍ରକୃତ ସେବା ବୋଲି କୁହାଯାଇପାରିବ।”

    ଅହିଂସା ଏବଂ ସତ୍ୟର ନୀତିକୁ ଦର୍ଶାଇ ଭାଗବତ ସମସ୍ତଙ୍କ ପ୍ରତି ନମ୍ରତା ଏବଂ ଶୁଭେଚ୍ଛାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    28.2 ° C
    28.2 °
    28.2 °
    67 %
    1.7kmh
    61 %
    Wed
    30 °
    Thu
    30 °
    Fri
    30 °
    Sat
    31 °
    Sun
    31 °

    ସମ୍ବନ୍ଧିତ