Wednesday, September 30, 2026
28.2 C
Odisha

    ଲ‌‌କ୍ଷ୍ନୌରେ ଘର ଭିତରେ ପଶି ଚୋରି କଲେ ମହିଳା ଗ୍ୟାଙ୍ଗ୍‌, ସିସିଟିଭିରେ ଦୃଶ୍ୟ କଏଦ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଲକ୍ଷ୍ନୌରେ ଦେଖିବକାୁ ମିଳିଛି ଏକ ଅଭାବନୀୟ ଘଟଣା। ମହିଳାଙ୍କର ଏକ ଦଳ ଜଣଙ୍କ ଘରେ ପଶି ଚୋରି କରିଥିବା ଅଭିଯୋଗ ହୋଇଛି। ସେମାନେ ଜଣଙ୍କ ଘରେ ପଶି ନଗଦ ଟଙ୍କା ସହ ଅଳଙ୍କାର ଚୋରି କରି ଫେରାର୍‌ ହୋଇଯିବା ପରେ ଏହାକୁ ନେଇ ଏକ ମାମଲା ରୁଜୁ ହୋଇଛି।
    ଜୁନ୍ ୭ ତାରିଖରେ ଘଟିଥିବା ପୂରା ଘଟଣା ସିସିଟିଭି କ୍ୟାମେରାରେ କଏଦ ହୋଇଛି। ସବିଶେଷ ତଥ୍ୟ ଅନୁଯାୟୀ, ସହରର ଆଶିଆନା ଅଞ୍ଚଳରେ ଥିବା ଏହି ଘରଟି ସ୍ୱାସ୍ଥ୍ୟ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଥିବା ସନ୍ଦୀପ ଗୁଲାଟିଙ୍କର ବୋଲି ଜାଣିବାକୁ ମିଳିଛି।

    ଘଟଣା ସମୟରେ ପରିବାର ଲୋକ ଘର ଭିତରେ ନଥିଲେ। ଗୋଟିଏ ଭିଡିଓରେ, ମହିଳାମାନେ ଘର ଭିତରୁ ସାମଗ୍ରୀ ସଂଗ୍ରହ କରି ଏକତ୍ର କରୁଥିବା ଦେଖିବାକୁ ମିଳିଛି।ଫାଟକ ନିକଟରେ ଥିବା ଏକ କ୍ୟାମେରାରେ କଏଦ ହୋଇଥିବା ଅନ୍ୟ ଏକ ଭିଡିଓରେ ମହିଳାମାନେ ଜିନିଷପତ୍ର ସହିତ ଘରୁ ବାହାରକୁ ଯାଉଥିବା ଦେଖାଯାଇଛି। ଏନେଇ ପୁଲିସକୁ ସୂଚନା ଦିଆଯାଇଛି ଏବଂ ସେମାନେ ଏହି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    28.2 ° C
    28.2 °
    28.2 °
    67 %
    1.7kmh
    61 %
    Wed
    30 °
    Thu
    30 °
    Fri
    30 °
    Sat
    31 °
    Sun
    31 °

    ସମ୍ବନ୍ଧିତ