Monday, March 30, 2026
40.5 C
Odisha

    ନନ୍ଦନକାନନରେ ସିଂହୀ ରେବା ଠାରୁ ଜନ୍ମିତ ତିନି ଶାବକଙ୍କ ହେଲା ନାମକରଣ

    ଆଗକୁ ପଢନ୍ତୁ

    ବାରଙ୍ଗ: ରବିବାର ସକାଳେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଜନ୍ମିତ ତିନି ଏସୀୟ ସିଂହୀଙ୍କ ନାମକରଣ କରାଯାଇଛି। ପିସିସିଏଫ୍‌ ଏହି ୩ ଶାବକଙ୍କ ନାମ ଅମର, ଆକବର ଓ ଆନ୍ଥୋନୀ ରଖିଛନ୍ତି।

    ସୂଚନାଯୋଗ୍ୟ, ଗତ ରବିବାର ଦିନ ଏସୀୟ ସିଂହ ରେବା ଗର୍ଭରୁ ୩ ଶାବକ ଜନ୍ମ ନେଇଥିଲେ। ତେଣୁ ସିଂହୀ ରେବାର ପ୍ରଥମ ଗର୍ଭରୁ ଜନ୍ମ ନେଇଥିବା ମାୟା ଓ ଶୁଭମ୍‌ର ୩ ଭାଇ ଭଉଣୀ  ନନ୍ଦନକାନନରେ ଦୁନିଆର ନୂଆ ଆଲୋକ ଦେଖିଥିଲେ। ମା’ ଓ ଛୁଆମାନେ ସୁସ୍ଥ ଥିବା ଜଣାପଡ଼ିଛି। କିନ୍ତୁ ପ୍ରଥମ ଥର ଭଳି ଏଥର ବି ରେବା ଛୁଆମାନଙ୍କ ଯତ୍ନ ନେଉ ନଥିବା ଜଣାପଡ଼ିବା ପରେ ସେମାନଙ୍କୁ ଅଲଗା କରାଯାଇଛି। ଛୁଆମାନଙ୍କୁ ଲାଳନପାଳନ କେନ୍ଦ୍ରକୁ ଅଣାଯାଇ କେୟାର୍‌ଟେକର୍‌ଙ୍କ ତତ୍ତ୍ବାବଧାନରେ ରଖାଯାଇଛି।

    ଓୟୁଏଟି ପ୍ରଫେସର ଇନ୍ଦ୍ରମଣି ନାଥ ନବଜାତ ସିଂହ ଶାବକମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ରବିବାର ସେମାନଙ୍କୁ ଇନ୍‌କ୍ୟୁବେଟର୍‌ ଲାଇଟ୍‌ରେ ରଖିବାକୁ ପରାମର୍ଶ ଦେଇଥିଲେ। ସିଂହୀ ରେବା(୭) ଓ ସିଂହ ଜିତ୍(୮)ର ମିଳନରୁ ଗର୍ଭଧାରଣର ୧୦୮ ଦିନରେ ଏହି ୩ ଶାବକ ଜନ୍ମ ନେଇଛନ୍ତି

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    40.5 ° C
    40.5 °
    40.5 °
    13 %
    3.6kmh
    4 %
    Mon
    40 °
    Tue
    39 °
    Wed
    39 °
    Thu
    41 °
    Fri
    40 °

    ସମ୍ବନ୍ଧିତ