Thursday, March 19, 2026
23.2 C
Odisha

    ଆଜି ଶ୍ରାବଣ ମାସର ଚତୁର୍ଥ ସୋମବାର

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଆଜି ଶ୍ରାବଣ ମାସର ଚତୁର୍ଥ ସୋମବାର। ଏଥିଲାଗି ରାଜ୍ୟର ଅଧିକାଂଶ ଶୈବପୀଠରେ କାଉଡ଼ିଆଙ୍କ ଭିଡ଼ ପରିଲକ୍ଷିତ ହେଉଛି। ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ଭୋର ସଭୟରୁ ରାଜ୍ୟର ବିଭିନ୍ନ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ଦୂର ଦୂରାନ୍ତରୁ ପାଣି ଆଣି ଆସୁଥିବା କାଉଡିଆ ତଥା ଶିବ ଭକ୍ତଙ୍କ ଲମ୍ୱାଧାଡି ବିଭିନ୍ନ ଶୈବପୀଠକୁ ଲମ୍ୱିଛି । ଅନେକ ଶ୍ରଦ୍ଧାଳୁ ମାଇଲ ମାଇଲ ବାଟ ଚାଲି ପାଣି ଭାର ଉଠାଇ ଶିବଙ୍କୁ ଜଳ ଲାଗି କରିବାକୁ ବାହାରିଛନ୍ତି।କଟକ ଜିଲ୍ଲା ଆଠଗଡ଼ର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ବରଙ୍କ ପୀଠରେ କାଉଡିଆଙ୍କ ଭିଡ ଜମିଛି। କଂକ୍ରିଟ ପୋଲ ଉପରେ ଆସି ଧବଳେଶ୍ୱରଙ୍କ ଶ୍ରାବଣୀ ଲିଙ୍ଗରେ ଜଳଲାଗି କରିଛନ୍ତି ହଜାର ହଜାର ଶ୍ରଦ୍ଧାଳୁ। ପୂଜକ ସମିତି ପକ୍ଷରୁ ଭୋର୍ ୪ଟା ରେ ପହଡ ଖୋଲାଯାଇ ୧୦୮ କଳସ ଜଳରେ ବାବାଙ୍କୁ ସ୍ନାନ କରାଯାଇ ମଙ୍ଗଳା ଆଳତୀ ସହିତ ସମସ୍ତ ନିତିକାନ୍ତି ସମାପନ କରାଯାଇଥିଲା ପରେ ଶ୍ରଦ୍ଧାଳୁମାନଙ୍କୁ ଜଳଲାଗି କରିବା ପାଇଁ ସୁଯୋଗ ଦିଆଯାଇଥିଲା। ଏଣେ ରାଜଧାନୀର ଲିଙ୍ଗରାଜ ମନ୍ଦିର ଓ ଢେଙ୍କାନାଳର କପିଳାସଠାରେ ବି ଅନୁରୂପ ଭିଡ଼ ପରିଲକ୍ଷିତ ହୋଇଛି।
    ପୂର୍ବ ଭାରତର ପ୍ରସିଦ୍ଧ ଭୋଗରାଇର ବାବା ଚନ୍ଦନେଶ୍ୱର ଶୈବାପୀଠରେ ମଧ୍ୟ କାଉଡ଼ିଆ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି। ବାବାଙ୍କୁ ଦର୍ଶନ କରିଵା ଏବଂ ପାଣି ଢ଼ାଳିବା ପାଇଁ ଶ୍ରଦ୍ଧାଳୁମାନେ ମନ୍ଦିର ପରିସରରେ ଭିଡ ଜମାଇଛନ୍ତି।ଣେ ଆରଡିପୀଠ ବାବା ଆଖଣ୍ଡଳମଣିଙ୍କୁ ଜଳଲାଗି କରିବା ପାଇଁ ପୀଠରେ ୨୦ହଜାରରୁ ଉର୍ଦ୍ଧ୍ବ କାଉଡିଆଙ୍କ ଭିଡ଼ ଲାଗିଛି। ଗତକାଲି ରବିବାର ମଧ୍ୟରାତ୍ରରୁ ଏଯାଏ କାଉଡିଆମାନେ ମଣିବାବାଙ୍କ ଉପରେ ଜଳଲାଗି କରୁଛନ୍ତି। କାଉଡିଆଭକ୍ତଙ୍କ ବୋଲ ବମ, ହରହର ବମ ଧ୍ବନିରେ ପ୍ରକମ୍ଫିତ ହେଉଛି ସମଗ୍ର ପୀଠ। ତାହାସହ କାଉଡିଆ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ପୀଠରେ କଡା ସୁରକ୍ଷା ବ୍ୟବସ୍ଥା ସହ ସ୍ଥଳପଥ ଓ ଡଳପଥରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସେହିପରି ଜଳପଥରେ ଆସୁଥିବା କାଉଡିଆଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ୩ଟି ନଦୀଘାଟର ଉଭୟ ପାର୍ଶ୍ବରେ ଓଡ୍ରାଫ ଓ ଅଗ୍ନିଶମ ବାହିନୀଙ୍କୁ ନିୟୋଜିତ କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.2 ° C
    23.2 °
    23.2 °
    55 %
    2kmh
    97 %
    Thu
    23 °
    Fri
    33 °
    Sat
    34 °
    Sun
    34 °
    Mon
    35 °

    ସମ୍ବନ୍ଧିତ