Friday, May 23, 2025
27.5 C
Odisha

    ଆଜି ‘ୱାଲ୍ଡ ଆର୍ଥ ଆୱାର ଡେ’

    ଆଗକୁ ପଢନ୍ତୁ

    ପୃଥିବୀ ପାଇଁ ଗୋଟିଏ ଘଣ୍ଟା । ଆଜି ରାତି ସାଢ଼େ ୮ଟାରୁ ସାଢ଼େ ୯ଟା, ଗୋଟିଏ ଘଣ୍ଟା ପାଇଁ ସାରା ବିଶ୍ୱରେ ପାଳିତ ହେବ ଆର୍ଥ ଆୱାର । ଜଳବାୟୁ ପରିବର୍ତନର ଆହ୍ୱାନ ଏବଂ ଶକ୍ତି ସଞ୍ଚୟର ବାର୍ତ୍ତା ନେଇ ଆର୍ଥ ଆୱାର ପାଳିତ ହେଉଛି । ଏହି ଅଭିଯାନକୁ ସମର୍ଥନ କରି ନିଜ ଘରେ ଓ ଅଫିସ କାର୍ଯ୍ୟାଳୟ ଗୁଡ଼ିକରେ ଗୋଟିଏ ଘଂଟା ପାଇଁ ବିଜୁଳି ବନ୍ଦ ରଖିବା ପାଇଁ ଆହ୍ୱାନ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ନବୀନ ନିବାସର ଆଲୁଅ ବନ୍ଦ ରଖିବେ ବୋଲି ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ସେହିପରି ଏହି ଅଭିଯାନରେ ସାମିଲ ହେବା ପାଇଁ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି ।ପ୍ରତିବର୍ଷ ମାର୍ଚ୍ଚ ମାସର ଅନ୍ତିମ ଶନିବାରଏହି ଆର୍ଥ ଆୱାର ପାଳିତ ହୋଇଆସୁଛି । ୨୦୦୭ ମସିହାରେ ଅଷ୍ଟ୍ରେଲିଆର ସିଡନୀରେ ଲୋକମାନେ ଘଣ୍ଟାଏ କାଳ ଲାଇଟ ବନ୍ଦ ରଖି ଏହାକୁ ପାଳନ କରିଥିଲେ । ଆଉ ୨୦୦୮ ମସିହା ପରଠାରୁ ଏହାକୁ ବିଶ୍ୱସ୍ତରରେ ପାଳନ କରାଯାଇଛି । ୨୦୧୦ ମସିହାରେ ଆମେରିକାରେ ଏହାକୁ ସମର୍ଥନ ମିଳିଥିଲା । ୨୦୧୬ ମସିହାରେ ମୁମ୍ବାଇରେ ଆର୍ଥ ଆୱାର ସମୟରେ ୮୦ ମେଗାୱାଟ ବିଜୁଳି ବଞ୍ଚିିପାରିଥିଲା । ୨୦୧୦ ମସିହାରୁ ରାଜ୍ୟରେ ଆର୍ଥ ଆୱାର ପାଳନ କରାଯାଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଆର୍ଥ ଆୱାର ପାଳନ କରିବା ସହ ଅନ୍ୟମାନଙ୍କୁ ଏହାକୁ ପାଳିବାକୁ ବାର୍ତ୍ତା ଦେଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    27.5 ° C
    27.5 °
    27.5 °
    70 %
    0.5kmh
    99 %
    Fri
    34 °
    Sat
    33 °
    Sun
    36 °
    Mon
    35 °
    Tue
    36 °

    ସମ୍ବନ୍ଧିତ