Saturday, September 12, 2026
24 C
Odisha

    ନାଳ ପାଣିରେ ତିଆରି ହେଉଥିଲା ସୁଆଦିଆ ଟମାଟୋ ସସ୍ ଓ ଚିଲି ସସ୍ , ଠାବ ହେଲା ନକଲି ସସ୍ କାରଖାନା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଟ୍ୱିନ ସିଟିରେ କଟକ-ଭୁବନେଶ୍ବରରେ ଏ କଣ ଚାଲିଛି ? ନକଲି ଟମାଟୋ ସସ୍ , ନକଲି ଚିଲି ସସ୍ ତାହା ସହ ନକଲି ଆଚାର, ବିସ୍କୁ, ଚାହା ପତି, ସର୍ଫ, ମସଲା ଏମିତି ଅନେକ କିଛି। କଟକର ମାଲଗୋଦାମ, ଜଗତପୁର ପରେ ରାଜଧାନୀ ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ମଧ୍ୟ ଚାଲିଛି ଏହି ନକଲି ବେପାର। ପୁଲିସ କେମେ ସୂଚନା ପାଇଲେ ରେଡ କରୁଛି। ନହେଲେ ଲୋକମାନେ ସେମିତି ବଜାରରୁ କିଣି ଖାଦ୍ୟ ନାଁରେ ବିଷ ଖାଇ ଚାଲୁଛନ୍ତି। ଆଜି ରାଜଧାନୀ ଭୁବନେଶ୍ବର ଏକ ନକଲି ଟମାଟୋ ସସ ଫ୍ୟାକ୍ଟ୍ରିରେ ବଡ଼ ଧରଣର ରେଡ଼ ହୋଇଛି। କମିଶନରେଟ ପୁଲିସର ସ୍ପେଶାଲ ସ୍କ୍ୱାଡ ଭୁବନେଶ୍ୱର ଭୀମଟାଙ୍ଗୀ ଅଞ୍ଚଳରେ ଖାଦ୍ୟ ସୁରକ୍ଷା ବିଭାଗ ସହାୟତାରେ ଏହି ଚଢ଼ାଉ କରିଛି। ଚଢ଼ାଉ ବେଳେ ବିପୁଳ ପରିମାଣର ନକଲି ସସ, ରଙ୍ଗ, କଞ୍ଚାମାଲ ଜବତ କରାଯାଇଛି । ସସ୍ ତିଆରି ହେଉଥିବା କିଛି ମେସିନ ମଧ୍ୟ ଜବତ କରାଯାଇଛି । ନାଳ ପାଣିରେ ତିଆରି ହେଉଥିଲା ସସ୍ । ଯାହାକୁ ଖାଇ ମାରାତ୍ମକ ରୋଗର ଶିକାର ହେଉଥିଲେ ଲୋକେ।ନେଇ ବିଶ୍ୱସ୍ତ ସୂତ୍ରରୁ ଖବର ପାଇବା ଆଜି ସ୍କ୍ୱାଡ ପକ୍ଷରୁ ଚଢ଼ାଉ କରାଯାଇଛି । ମୁଖ୍ୟ କାର୍ପଟଦାରକୁ କାବୁ କରି ଅଧିକ ପଚରାଉଚରା କରୁଛି ପୁଲିସ । ଘଟଣାସ୍ଥଳରେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ପହଂଚି ଘଟଣା ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି । ସେପଟେ ଏତେ ଦିନ ଧରି ଏହି ଜାଗାରେ ନକଲି ଫ୍ୟାକ୍ଟ୍ରି ଚାଲୁଥିବା ବେଳେ ସ୍ଥାନୀୟ ପୁଲିସ କିଭଳି ଖବର ପାଉନଥିଲା ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24 ° C
    24 °
    24 °
    97 %
    2.2kmh
    100 %
    Fri
    24 °
    Sat
    25 °
    Sun
    30 °
    Mon
    31 °
    Tue
    30 °

    ସମ୍ବନ୍ଧିତ