Friday, January 9, 2026
25 C
Odisha

    ନାଳ ପାଣିରେ ତିଆରି ହେଉଥିଲା ସୁଆଦିଆ ଟମାଟୋ ସସ୍ ଓ ଚିଲି ସସ୍ , ଠାବ ହେଲା ନକଲି ସସ୍ କାରଖାନା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଟ୍ୱିନ ସିଟିରେ କଟକ-ଭୁବନେଶ୍ବରରେ ଏ କଣ ଚାଲିଛି ? ନକଲି ଟମାଟୋ ସସ୍ , ନକଲି ଚିଲି ସସ୍ ତାହା ସହ ନକଲି ଆଚାର, ବିସ୍କୁ, ଚାହା ପତି, ସର୍ଫ, ମସଲା ଏମିତି ଅନେକ କିଛି। କଟକର ମାଲଗୋଦାମ, ଜଗତପୁର ପରେ ରାଜଧାନୀ ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ମଧ୍ୟ ଚାଲିଛି ଏହି ନକଲି ବେପାର। ପୁଲିସ କେମେ ସୂଚନା ପାଇଲେ ରେଡ କରୁଛି। ନହେଲେ ଲୋକମାନେ ସେମିତି ବଜାରରୁ କିଣି ଖାଦ୍ୟ ନାଁରେ ବିଷ ଖାଇ ଚାଲୁଛନ୍ତି। ଆଜି ରାଜଧାନୀ ଭୁବନେଶ୍ବର ଏକ ନକଲି ଟମାଟୋ ସସ ଫ୍ୟାକ୍ଟ୍ରିରେ ବଡ଼ ଧରଣର ରେଡ଼ ହୋଇଛି। କମିଶନରେଟ ପୁଲିସର ସ୍ପେଶାଲ ସ୍କ୍ୱାଡ ଭୁବନେଶ୍ୱର ଭୀମଟାଙ୍ଗୀ ଅଞ୍ଚଳରେ ଖାଦ୍ୟ ସୁରକ୍ଷା ବିଭାଗ ସହାୟତାରେ ଏହି ଚଢ଼ାଉ କରିଛି। ଚଢ଼ାଉ ବେଳେ ବିପୁଳ ପରିମାଣର ନକଲି ସସ, ରଙ୍ଗ, କଞ୍ଚାମାଲ ଜବତ କରାଯାଇଛି । ସସ୍ ତିଆରି ହେଉଥିବା କିଛି ମେସିନ ମଧ୍ୟ ଜବତ କରାଯାଇଛି । ନାଳ ପାଣିରେ ତିଆରି ହେଉଥିଲା ସସ୍ । ଯାହାକୁ ଖାଇ ମାରାତ୍ମକ ରୋଗର ଶିକାର ହେଉଥିଲେ ଲୋକେ।ନେଇ ବିଶ୍ୱସ୍ତ ସୂତ୍ରରୁ ଖବର ପାଇବା ଆଜି ସ୍କ୍ୱାଡ ପକ୍ଷରୁ ଚଢ଼ାଉ କରାଯାଇଛି । ମୁଖ୍ୟ କାର୍ପଟଦାରକୁ କାବୁ କରି ଅଧିକ ପଚରାଉଚରା କରୁଛି ପୁଲିସ । ଘଟଣାସ୍ଥଳରେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ପହଂଚି ଘଟଣା ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି । ସେପଟେ ଏତେ ଦିନ ଧରି ଏହି ଜାଗାରେ ନକଲି ଫ୍ୟାକ୍ଟ୍ରି ଚାଲୁଥିବା ବେଳେ ସ୍ଥାନୀୟ ପୁଲିସ କିଭଳି ଖବର ପାଉନଥିଲା ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    25 ° C
    25 °
    25 °
    13 %
    3.2kmh
    51 %
    Fri
    22 °
    Sat
    26 °
    Sun
    28 °
    Mon
    29 °
    Tue
    29 °

    ସମ୍ବନ୍ଧିତ