Wednesday, April 1, 2026
38.7 C
Odisha

    ମାଲବାହୀ ଟ୍ରେନର ଗୋଟିଏ ବଗି ଲାଇନଚ୍ୟୁତ

    ଆଗକୁ ପଢନ୍ତୁ

    ବାରିପଦା: ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ଷ୍ଟେସନ ସମ୍ମୁଖରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ୍ ହୋଇଯାଇଛି । ବାରିପଦାରୁ ବାଙ୍ଗିରିପୋଷି ଷ୍ଟେସନକୁ ଯାଇଥିବା ସମୟରେ ଦୁର୍ଘଟଣା ଘଟିଛି । ଟ୍ରେନରେ ଚାଳିଶରୁ ଉର୍ଦ୍ଧ୍ଵ ବଗି ରହିଥିବାବେଳେ ଗୋଟାଏ ବଗି ଲାଇନ୍ ଚ୍ୟୁତ ହୋଇଛି।

    ତେବେ ଘଟଣାରେ କାହାରି କିଛି କ୍ଷତି ହୋଇନଥିବାବେଳେ ବାଙ୍ଗିରିପୋଷି ରେଳ ଷ୍ଟେସନକୁ ଆସିବାକୁ ଥିବା ଅନ୍ୟ ଟ୍ରେନ ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ ବାତିଲ ହୋଇଛି। ଟ୍ରେନରେ ମେଟାଲ ବୋଝେଇ ରହିଥିଲା। ଖଡ଼ଗପୁର ରେଳ ଡିଭିଜନକୁ ବାଙ୍ଗିରିପୋଷି ରେଳ ଷ୍ଟେସନ୍ ପକ୍ଷରୁ ଘଟଣା ନେ଼ଇ ସୂଚନା ଦିଆଯାଇଛି। ସେପଟେ ରେଳ ବିଭାଗର ଟେକ୍ନିକାଲ ଟିମ୍ ଖୁବ ଶୀଘ୍ର ଘଟଣାସ୍ଥଳରେ ପହଞ୍ଚିବା ନେଇ ସୂଚନା ମିଳିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    38.7 ° C
    38.7 °
    38.7 °
    16 %
    2.7kmh
    0 %
    Wed
    39 °
    Thu
    41 °
    Fri
    41 °
    Sat
    39 °
    Sun
    39 °

    ସମ୍ବନ୍ଧିତ