Friday, March 13, 2026
28 C
Odisha

    ସମୁଦ୍ରର ନିଷିଦ୍ଧାଞ୍ଚଳରୁ ମାଛଧରା ଟ୍ରଲର ଜବତ, ୩ ମତ୍ସ୍ୟଜୀବୀ ଅଟକ

    ଆଗକୁ ପଢନ୍ତୁ

    କୋଣାର୍କ: ନଭେମ୍ବର ମାସ ଠାରୁ ଅଲିଭରିଡେଲ କଇଁଚମାନଙ୍କ ଗଣ ଅଣ୍ଡାଦାନ ପ୍ରକ୍ରିୟା ପାଇଁ ସମୁଦ୍ରର ନିଷିଦ୍ଧାଞ୍ଚଳରେ ଟ୍ରଲର ଚଳାଚଳ ଉପରେ କଟକଣା ଜାରି କରାଯାଇଛି। ଗତକାଲି ବିଳମ୍ବିତ ରାତ୍ରିରେ ଅସ୍ତରଙ୍ଗ ଅଂଚଳର ମା କାଳୀ ନାମକ ଟ୍ରଲର ନଂ ଆଇଏନଡି ଓଆର – ଏମ ଏମ – ୩୩୭ ଯୋଗେ ଦେବୀ ନଦୀର ୨୦ କିମି ନିଷିଦ୍ଧାଞ୍ଚଳ ମଧ୍ୟରେ ବେଆଇନ ଭାବେ ମାଛ ଧରୁଥିବା ବେଳେ ଅସ୍ତରଙ୍ଗ ବନାଞ୍ଚଳ ଅଧିକାରୀ ମୋନାଲିସା ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ଫରେଷ୍ଟର ମାନସ ବେହେରା, ଫରେଷ୍ଟ ଗାର୍ଡ ଶୁଭାଶିଷ ବିଶ୍ବାଳ, ଭାବଗ୍ରାହୀ ସେଠୀ, ୫ଜଣ କଇଁଚ ସୁରକ୍ଷା ସ୍ବାର୍ଡ ସହିତ ଏପିଆର ଫୋର୍ସ ଚଢାଉ କରି ବେଆଇନ ମାଛ ଧରୁଥିବା ଟ୍ରଲର ଜବତ କରିଥିଲେ।
    ଏହି ବେଆଇନ ଟ୍ରଲର ମାଡରେ ଦୁର୍ଲ୍ଲଭ ପ୍ରଜାତିର ଅଲିଭରିଡେଲ କଇଁଚ ଓ ବିରଳ ସାମୁଦ୍ରିକ ଜୀବ ମୃତ୍ୟୁବରଣ କରୁଛନ୍ତି। ଜବତ ଟ୍ରଲରକୁ ଧରି ଅସ୍ତରଙ୍ଗ ବନାଞ୍ଚଳ ଅଧିକାରୀ ମୋନାଲିସା ମହାପାତ୍ରଙ୍କ ନେତୃତ୍ବରେ ଏକ ଟିମ ଚନ୍ଦ୍ରଭାଗା ଉପକୂଳରେ ପହଞ୍ଚି କୋଣାର୍କ ସାମୁଦ୍ରିକ ମତ୍ସ୍ୟ ବିଭାଗକୁ ହସ୍ତାନ୍ତର କରାଯାଇଛି। ଏହି ବେଆଇନ ଟ୍ରଲରରେ ମାଛ ଧରୁଥିବା ୬ଜଣ ମତ୍ସ୍ୟଜୀବୀଙ୍କୁ ଅଟକ ରଖି ଏକ ମାମଲା ରୁଜୁ କରିଛି।

    ଏହି ଟ୍ରଲରରେ ଥିବା ମୋଟ ୩୮୦ କେଜି ମାଛକୁ କୋଣାର୍କ ସାମୁଦ୍ରିକ ସହକାରୀ ମତ୍ସ୍ୟ ଅଧିକାରୀ ନିଲାମ କରିବା ସହ ସରକାରୀ ନିୟମ ଅନୁଯାୟୀ ଜବତ ମାଛ ମୂଲ୍ୟର ଯେତିକି ହେବ ତାହାର ୫ଗୁଣ ଫାଇନ କରାଯିବ ବୋଲି କୋଣାର୍କ ସାମୁଦ୍ରିକ ସହକାରୀ ମତ୍ସ୍ୟ ଅଧିକାରୀ ଅମ୍ରିତା ପ୍ରଧାନ ପ୍ରକାଶ କରିଛନ୍ତି। ଆଗାମୀ ଦିନରେ ଦୁର୍ଲ୍ଲଭ ପ୍ରଜାତିର ଅଲିଭରିଡେଲ କଇଁଚ ଓ ସାମୁଦ୍ରିକ ଜୀବଙ୍କ ସୁରକ୍ଷା ପାଇଁ ବନବିଭାଗ ଓ ମତ୍ସ୍ଯ ବିଭାଗ ପକ୍ଷରୁ ନିୟମିତ ଭାବେ ସମୁଦ୍ର ନିଷିଦ୍ଧାଞ୍ଚଳରେ ପାଟ୍ରୋଲିଂଗ କରାଯିବ ବୋଲି ଅସ୍ତରଙ୍ଗ ବନାଞ୍ଚଳ ଅଧିକାରୀ ମୋନାଲିସା ମହାପାତ୍ର ଓ କୋଣାର୍କ ସହକାରୀ ମତ୍ସ୍ୟ ଅଧିକାରୀ ଅମ୍ରିତା ପ୍ରଧାନ ପ୍ରମୁଖ ପ୍ରକାଶ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28 ° C
    28 °
    28 °
    13 %
    0.7kmh
    0 %
    Fri
    31 °
    Sat
    39 °
    Sun
    39 °
    Mon
    37 °
    Tue
    38 °

    ସମ୍ବନ୍ଧିତ