Monday, September 21, 2026
27.3 C
Odisha

    ପିଆଜ ବୋଝେଇ ଟ୍ରକ୍ ଓଲଟି ଚାଳକଙ୍କ ମୃତ୍ୟୁ: ହେଲପର ଆହତ

    ଆଗକୁ ପଢନ୍ତୁ

    କଳାବାଡ଼ିଆ: ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅଧୀନସ୍ଥ ଦୁଆରଶୁଣି ଘାଟିରେ ଦୁର୍ଘଟଣା କମିବାର ନାମ ନେଉ ନାହିଁ। ଗତ ୧୮ ତାରିଖରେ ଧଉଳି ଗଣନାଟ୍ୟର ଏକ ଲାଇଟ୍ ଓ ମାଇକ ବୋଝେଇ ଟ୍ରକ୍ ଓଲଟି ୬ ଜଣ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୧ ଜଣ ଆହତ ହୋଇଥିଲେ। ପୁଣି ଘାଟିରେ ନାସିକରୁ କଲିକତା ଯାଉଥିବା ଏକ ପିଆଜ ବୋଝେଇ ଟ୍ରକ ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଚାଳକ ଚାପି ହୋଇ ଗୁରୁତର ହୋଇ ଚିକିତ୍ସିତ ଅବସ୍ଥାରେ ବାଙ୍ଗିରିପୋଷି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ମୃତ୍ୟୁବରଣ କରିଛନ୍ତି। ଏହି ଦୁର୍ଘଟଣାରେ ହେଲପର ଆହତ ହୋଇଛନ୍ତି। ଏଠାରେ ସୂଚନାଯୋଗ୍ୟ ଜାନୁଆରୀ ୨୦୨୩ ରୁ ଜାନୁଆରି ୨୦୨୪ ୨୮ ତାରିଖ ସୁଦ୍ଧା ୫୪ ମାମଲା, ୩୪ ମୃତ୍ୟୁ, ୨୬ ଗୁରୁତର ଓ୪୬ ଆହତ ହୋଇଥିବା ପୁଲିସ ରିପୋର୍ଟରୁ ଜଣାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    27.3 ° C
    27.3 °
    27.3 °
    85 %
    1.5kmh
    96 %
    Mon
    27 °
    Tue
    28 °
    Wed
    28 °
    Thu
    24 °
    Fri
    28 °

    ସମ୍ବନ୍ଧିତ