Friday, November 28, 2025
13.3 C
Odisha

    କ୍ଷମତାକୁ ଆସିବା ପରେ କ’ଣ ରହିବ ଟ୍ରମ୍ପଙ୍କ ରଣନୀତି

    ଆଗକୁ ପଢନ୍ତୁ

    ଆମେରିକାର ଭାର ସମ୍ଭାଳିବାକୁ ଯାଉଛନ୍ତି ଡୋନାଲ୍ଡ ଟ୍ରମ୍ପ । ଆମେରିକାବାସୀ ନିଜର ରାଷ୍ଟ୍ରପତି ଭାବେ ଟ୍ରମ୍ପଙ୍କ ନିର୍ବାଚିତ କରିଛନ୍ତିି । ପୁଣି ଥରେ କ୍ଷମାତା ନେବାକୁ ଯାଉଛନ୍ତି ଟ୍ରମ୍ପ । ଆମେରିକାର ଲୋକଙ୍କ ପାଖରେ ଦୁଇଟି ବିକଳ୍ପ ଥିଲା ପ୍ରଥମ ଡୋନାଲ୍ଡ ଟ୍ର୍ରମ୍ପ ଏବଂ ଦ୍ୱିତୀୟ କମଲା ହାରିସ । କିନ୍ତୁ ଜନତା ଟ୍ରମ୍ପଙ୍କୁ ବାଛିଥିଲେ । ଜାନୁଆରୀ ୨୦୨୫ରେ କ୍ଷମତା ସମ୍ଭାଳି ପାରନ୍ତି ଟ୍ରମ୍ପ ।
    ରାଷ୍ଟ୍ରପତି ପଦରେ ବସିବା ପରେ ପ୍ରଥମେ ଟ୍ରମ୍ପଙ୍କ କାର୍ଯ୍ୟନୀତି କଣ ରହିବ? ଟ୍ରମ୍ପ ଆକ୍ରମଣାତ୍ମକ ନୀତି ଆପଣେଇ ପାରନ୍ତି ନା ଶାନ୍ତି ଭାବରେ କାର୍ଯ୍ୟ ଆପଣେଇବେ ତାହା ଉପରେ ସାରା ବିଶ୍ୱବାସୀଙ୍କ ନଜର । ତେବେ ମିଡିଆ ରିପୋର୍ଟ ଅନୁସାରେ ଟ୍ରମ୍ପ ୟୁକ୍ରେନର ରାଷ୍ଟ୍ରପତି ଜେଲେନ୍ସ୍କିଙ୍କ ସହ ଫୋନ୍ ରେ କଥା ହୋଇଛନ୍ତି । କଥାହେବା ସମୟରେ ଏଲନ ମସ୍କ ମଧ୍ୟ ଉପସ୍ଥିତି ଥିଲେ। ୟୁକ୍ରେନ ଯୁଦ୍ଧ ସମାପ୍ତ ଘଟାଇବା ଉପରେ ଟ୍ରମ୍ପ କଥା ହୋଇଥିବା ନେଇ ଚର୍ଚ୍ଚା ଜୋର୍ ଧରିଛି । ଟ୍ରମ୍ପ ଅନ୍ୟ କିଛି ବିଶ୍ୱ ନେତାଙ୍କ ସହ କଥା ହୋଇଥିବାର ମଧ୍ୟ କୁହାଯାଉଛି ।

    କଣ ରହିବ ଟ୍ରମ୍ପଙ୍କ ପ୍ରାଥମିକତା

    ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରାଥମିକତା ରହିବ ସିମା ସହ ଜଡିତ ସମସ୍ୟାର ସମାଧାନ, ଆତଙ୍କବାଦକୁ ସମାପ୍ତ କରିବା, ବନ୍ଦିମାନଙ୍କୁ ମୁକ୍ତ କରିବା ଏବଂ ଯୁଦ୍ଧକୁ ସମାପ୍ତ କରିବା ପରି ପଦକ୍ଷେପ ନେବେ ଟ୍ରମ୍ପ । ଭାରତୀୟ ମୂଳର ଜଣେ ଆମେରିକୀୟ ଓକିଲ ଏହି ସୂଚନା ଦେଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    13.3 ° C
    13.3 °
    13.3 °
    56 %
    1.3kmh
    31 %
    Thu
    13 °
    Fri
    25 °
    Sat
    25 °
    Sun
    27 °
    Mon
    26 °

    ସମ୍ବନ୍ଧିତ