Monday, March 30, 2026
27.4 C
Odisha

    ମୌସୁମୀରେ ତୁଳସୀ ପତ୍ରର ୫ ଉପକାରିତା

    ଆଗକୁ ପଢନ୍ତୁ

    ମୌସୁମୀ ଆଗମନରେ ଆରମ୍ଭ ହୋଇଯାଇଛି ବର୍ଷାଋତୁ। ଏହି ସମୟରେ ଥଣ୍ଡା, କାଶ ସମେତ ଅନେକ ସଂକ୍ରମଣ ଜନିତ ସ୍ୱାସ୍ଥ୍ୟ ସମସ୍ୟା ହେବାର ଆଶଙ୍କା ଅଧିକ। ଔଷଧ ସେବନରେ ମଧ୍ୟ ରୋଗ ଭଲ ହୋଇନଥାଏ। ତେଣୁ ପ୍ରାକୃତିକ ଉପାୟରେ ଥଣ୍ଡା, କାଶ ରୋକିବାର ମୁଖ୍ୟ ଉପାଦାନ ହେଉଛି ତୁଳସୀ ପତ୍ର। ଏଥିରେ ଆଣ୍ଟି-ବ୍ୟାକ୍ଟେରିଆଲ ଗୁଣ ସାଙ୍ଗକୁ ଅନେକ ପୋଷକ ତତ୍ତ୍ୱ ରହିଥାଏ। ବର୍ଷା ଋତୁରେ ତୁଳସୀ ପତ୍ର ଖାଇବା ଦ୍ୱାରା କି କି ଉପକାରିତା ମିଳିଥାଏ, ଜାଣନ୍ତୁ…

    ଥଣ୍ଡା ଓ କାଶରୁ ଆରାମ ଦିଏ ତୁଳସୀ ପତ୍ର- ବର୍ଷା ଋତୁରେ ଥଣ୍ଡା ଓ କାଶ ସାଧାରଣ ସ୍ୱାସ୍ଥ୍ୟ ସମସ୍ୟା। କିନ୍ତୁ ଏହା ଦୀର୍ଘ ଦିନ ପର୍ଯ୍ୟନ୍ତ ଲାଗି ରହିବା ଦ୍ୱାରା ସାମୁହୂକ ସ୍ୱାସ୍ଥ୍ୟରେ ପ୍ରଭାବ ପଡିଥାଏ। ତେଣୁ ପ୍ରତିଦିନ 8-10ଟି ତୁଳସୀ ପତ୍ର ସେବନ କରନ୍ତୁ। ଏହା ଦ୍ୱାରା ଥଣ୍ଡା ଏବଂ କାଶର ସମସ୍ୟାକୁ ଏଡାଯାଇପାରିବ।

    କ୍ଷତ ବା ଘାକୁ ରୋକିଥାଏ ତୁଳସୀ ପତ୍ର- ବର୍ଷା ଋତୁରେ ଯଦି ଶରୀରରେ କୌଣସି ପ୍ରକାରର ଆଘାତ ଲାଗିଯାଏ, ତେବେ ତୁଳସୀ ପତ୍ର ଏହାକୁ ରୋକି ପାରିବ। ନିୟମିତ ତୁଳସୀ ପତ୍ର ଖାଇବା ଦ୍ୱାରା କ୍ଷତ ଭଲ ହେବାର ସମ୍ଭାବନା ଅଧିକ। କାରଣ ତୁଳସୀରେ ଥିବା ଆଣ୍ଟି-ବ୍ୟାକ୍ଟେରିଆଲ୍ ଗୁଣ କ୍ଷତକୁ ବଢିବାକୁ ଦେଇନଥାଏ।

    ଗଳା ଯନ୍ତ୍ରଣା- ପାଣିପାଗର ପରିବର୍ତ୍ତନ କାରଣରୁ ଶରୀରରେ ଅନେକ ପ୍ରକାରର ପରିବର୍ତ୍ତନ ଦେଖିବାକୁ ମିଳେ। ଏହି ଋତୁରେ ଗଳା ଯନ୍ତ୍ରଣା ମଧ୍ୟ ଏକ ସାଧାରଣ ସମସ୍ୟା। ତୁଳସୀ ପତ୍ର ସେବନ ଦ୍ୱାରା ଗଳା ଯନ୍ତ୍ରଣାକୁ ମଧ୍ୟ ରୋକା ଯାଇପାରିବ।

    କାଶ- ଯଦି କାଶ ଲାଗି ରହୁଛି, ତେବେ ତୁଳସୀ ପତ୍ର ଖାଇବାର ଅଭ୍ୟାସ କରନ୍ତୁ। ତୁଳସୀ ପତ୍ର ସହ ଲବଙ୍ଗ ଖାଇବା ଦ୍ୱାରା କାଶ କମ୍ ହୋଇପାରେ।

    ରୋଗ ପ୍ରତିରୋଧକ ଶକ୍ତି- ରୋଗ ପ୍ରତିରୋଧ କ୍ଷମତା ବୃଦ୍ଧି କରିବାରେ ତୁଳସୀ ପତ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏଥିପାଇଁ କରୋନା ସମୟରେ ଡାକ୍ତରମାନେ ତୁଳସୀ ପତ୍ର ଏବଂ ଏହାର କାଢା ପିଇବାକୁ ପରାମର୍ଶ ଦେଇଥିଲେ। ତେଣୁ ବର୍ଷା ଋତୁରେ ମଧ୍ୟ ଇମ୍ୟୁନିଟିକୁ ଦୃଢ କରିବା ପାଇଁ ନିୟମିତ ତୁଳସୀ ପତ୍ର ସେବନ ସହ ଏହାର କାଢା ପିଅନ୍ତୁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    27.4 ° C
    27.4 °
    27.4 °
    54 %
    2.4kmh
    56 %
    Mon
    28 °
    Tue
    38 °
    Wed
    39 °
    Thu
    40 °
    Fri
    39 °

    ସମ୍ବନ୍ଧିତ