Wednesday, October 14, 2026
22.1 C
Odisha

    ଜନମତକୁ ସମ୍ମାନ ଦେବା ଶିଖୁ ବିଜେଡି: ଏକାମ୍ର ବିଧାୟକ ବାବୁ ସିଂ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଛାୟା ସରକାର ଷ୍ଟ୍ରାଟେଜିରେ ବିଜେଡି ଦଳୀୟ ବିଧାୟକଙ୍କୁ ବିଭାଗ ବଣ୍ଟନ କରିବାକୁ ନେଇ ସମାଲୋଚନା କରିଛି ବିଜେପି। ଏକାମ୍ର ବିଧାୟକ ବାବୁ ସିଂ ବିଜେଡିକୁ କଟାକ୍ଷ କରି କହିଛନ୍ତି, ଲୋକେ ତାଙ୍କୁ କ୍ଷମତାରୁ ବାହାର କରିସାରିଛନ୍ତି, ତଥାପି ସେମାନେ ଭାବୁଛନ୍ତି ଆଜି ସରକାରରେ ଅଛନ୍ତି। ସରକାର ବିଭାଗ ବଣ୍ଟନ କରନ୍ତି ବିରୋଧୀ ଦଳ ନୁହେଁ, ଲୋକେ ଭୁଲ ଠିକ ନିର୍ଦ୍ଧାରଣ କରନ୍ତି। ବିରୋଧୀ ଦଳ ଯଦି କ୍ଷମତାରେ ରହିବା ପାଇଁ ଏତେ ବ୍ୟାକୁଳ, ତେବେ ନିର୍ବାଚନ ଯାଏ ଅପେକ୍ଷା କରନ୍ତୁ ବୋଲି କହିଛନ୍ତି ବାବୁ ସିଂ ।

    ଏକାମ୍ର ବିଧାୟକ  ବାବୁ ସିଂ ଆହୁରି କହିଛନ୍ତି, ଏବେ ବିରୋଧୀ ଦଳରେ ଥିବା ବିଜେଡିର ଯେହେତୁ ସରକାରରେ ରହିବାର ହ୍ୟାଙ୍ଗ ଓଭର ଯାଇନି, ସେଥିପାଇଁ ଦଳ ପକ୍ଷରୁ ଏଭଳି ବିଭାଗ ବଣ୍ଟନର କରାଯାଇଛି। ଲାଗୁଛି ବିଜୁ ଜନତା ଦଳର ଛାୟା କେନ୍ଦ୍ର ସାଜିଥିବା ତାମିଲ ବାବୁଙ୍କ ନିର୍ଦ୍ଦେଶରେ ଏ ସବୁ ହେଉଛି। ବିଜେଡିକୁ ଲୋକେ ସରକାରରୁ ବାହାର କରି ଦେଇଛନ୍ତି, ସେଥିପାଇଁ ସେମାନେ ବିରୋଧୀ ଦଳର ଭୂମିକାକୁ ସଠିକ ଭାବେ ନିର୍ବାହ କରନ୍ତୁ।  ସରକାରର ହ୍ୟାଙ୍ଗ ଓଭରରୁ ଦୁରେଇ ରୁହନ୍ତୁ। ଜନସାଧାରଣ ଯେଉଁ ଦାୟିତ୍ୱ ଦେଇଛନ୍ତି ତାହାକୁ ସରକାର ପୂରା କରିବେ।

    ଏହାସହ ବାବୁ ସିଂ କହିଛନ୍ତି, ନୂଆ ସରକାର ଆସିବା ଦିନଠାରୁ ଯେଉଁ ସବୁ ନିଷ୍ପତ୍ତି ନିଆଯାଉଛି, ତାହା ପୂର୍ବ ସରକାରରେ ଥିବା ନେତାଙ୍କୁ କଷ୍ଟ ହେଉଛି। ନିଜର ପୋଲ ଖୋଲିବା ଭୟରେ ଏଭଳି କରୁଛି ବିଜେଡି। ଏସବୁକୁ ଛାଡ଼ି ଜନମତକୁ ବିଜେଡି ସମ୍ମାନ ଦେବା ଶିଖୁ ବୋଲି କହିଛନ୍ତି ଏକାମ୍ର ବିଧାୟକ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    22.1 ° C
    22.1 °
    22.1 °
    91 %
    0.7kmh
    70 %
    Wed
    29 °
    Thu
    30 °
    Fri
    31 °
    Sat
    31 °
    Sun
    31 °

    ସମ୍ବନ୍ଧିତ