Wednesday, March 18, 2026
22.3 C
Odisha

    ଟ୍ରକ୍ ପଛକୁ ପିଟିଲା ବାଇକ୍, ୨ ଗୁରୁତର

    ଆଗକୁ ପଢନ୍ତୁ

    ବେତନଟୀସଦର: ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ୧୮ ନମ୍ବର ଜାତୀୟ ରାଜପଥର ଗଡ଼ଦେଉଳିଆ ଛକ ନିକଟରେ ଶନିବାର ଅପରାହ୍ନ ୨ଟା ସମୟରେ ଏକ ସଡ଼କ ଦୂର୍ଘଟଣା ଘଟିଯାଇଛି। ରାସ୍ତା ଉପରେ ବେଆଇନ ଭାବେ ଛିଡା ହୋଇଥିବା ଏକ ଟ୍ରକ୍ ପଛରେ ଜଣେ ବାଇକ୍ ଆରୋହୀ ଧକ୍କା କରିବା ଫଳରେ ବାଇକ ଚାଳକ ସମେତ ପଛରେ ବସିଥିବା ଯୁବକ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଯୁବକ ମାନେ ହେଲେ ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ଥାନା ଅଞ୍ଚଳର ସୁକୁଲ ମାଝୀର ପୁଅ ରୁଷିଆ ମାଝୀ ଓ ତାଙ୍କ ବନ୍ଧୁ।
    ସୂଚନା ମୁତାବକ, ଆଜି ମଧ୍ୟାହ୍ନରେ ରୁଷିଆ ନିଜର ଜଣେ ବନ୍ଧୁଙ୍କୁ ପଛରେ ବସାଇ ଓଡି୦୧ଏକ୍ୟୁ-୯୬୮୧ନଂ ବିଶିଷ୍ଟ ଏକ ହିରୋ ବାଇକରେ ବାରିପଦାରୁ ବାହାରି ନିଜ ଘର ଚାନ୍ଦିପୁର ପଟକୁ ଦ୍ରୁତଗତିରେ ଯାଉଥିବା ସମୟରେ କଳମା ଛକ ନିକଟସ୍ଥ ପଞ୍ଜାବୀ ଢ଼ାବା ସମ୍ମୁଖରେ ରାସ୍ତାରେ ଛିଡା ହୋଇଥିବା ଏକ ଟ୍ରକ ପଛରେ ଶକ୍ତ ଧକ୍କା ଦେଇଥିଲେ। ଫଳରେ ଘଟଣା ସ୍ଥଳରେ ବାଇକଟି ରାସ୍ତାରୁ ୧୦ଫୁଟ ଦୁରକୁ ଛିଟିକି ପଡିଥିବାବେଳେ ଚାଳକ ରୁଷିଆ ହେଲମେଟ ପିନ୍ଧିଥିବା ଯୋଗୁଁ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଥିଲେ। ତଥାପି ରୁଷିଆର ମୁହଁ ଓ ଗୋଡ଼ରେ ଶକ୍ତ ଆଘାତ ଲାଗି ଦାନ୍ତ ସବୁ ଝଡି ଯାଇଥିଲା।

    ସେହିଭଳି ତାଙ୍କ ପଛରେ ବସିଥିବା ରୁଷିଆଙ୍କ ବନ୍ଧୁ ମଧ୍ୟ ଗୁରୁତର ଆହତ ହୋଇଥିଲେ। ହେଲେ ଦୁର୍ଘଟଣା ଘଟୁ ଘଟୁ ଟ୍ରକ ଚାଳକ ସଙ୍ଗେ ସଙ୍ଗେ ଟ୍ରକ ନେଇ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲା। ପ୍ରାଥମିକ ତଦନ୍ତରୁ ଜଣାପଡିଥିଲା କି ଉକ୍ତ ସ୍ଥାନରେ ଜାତୀୟ ରାଜପଥ ଉପରେ ଓ ପାର୍ଶ୍ୱରେ ବେଆଇନ ଶତାଧିକ ଟ୍ରକ ପାର୍କିଂ ଯୋଗୁଁ ଏହିଭଳି ମର୍ମନ୍ତୁଦ ଦୁର୍ଘଟଣା ବାରମ୍ବାର ଘଟୁଛି। ଘଟଣାସ୍ଥଳରେ ବୈଶିଙ୍ଗା ଥାନା ଏସଆଇ ଦେବାଶିଷ ମଣ୍ଡଳ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଦୁର୍ଘଟଣାଗ୍ରସ୍ତ ଗାଡିକୁ ଜବତ କରିବା ସହିତ ଉଭୟ ଗୁରୁତରଙ୍କୁ ବୈଶିଙ୍ଗା ଡାକ୍ତରଖାନା ନେଇଥିଲେ। ସେଠାରେ ସେମାନଙ୍କ ଅବସ୍ଥା ଶଙ୍କଟାପନ୍ନ ହେବାରୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ପଠାଇ ଦିଆଯାଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    22.3 ° C
    22.3 °
    22.3 °
    69 %
    8.9kmh
    99 %
    Wed
    30 °
    Thu
    34 °
    Fri
    35 °
    Sat
    34 °
    Sun
    35 °

    ସମ୍ବନ୍ଧିତ