Wednesday, October 7, 2026
27.2 C
Odisha

    ଜନ୍ମମାଟିରେ ପହଞ୍ଚିଲା କୁଏତ୍‌ ଅଗ୍ନିକାଣ୍ଡ ଘଟଣାରେ ମୃତ ଦୁଇ ଓଡ଼ିଆଙ୍କ ପାର୍ଥୀବ ଶରୀର

    ଆଗକୁ ପଢନ୍ତୁ

    ଭୁବନେଶ୍ବର: କୁଏତ୍‌ ଅଗ୍ନିକାଣ୍ଡର ମୃତ ୨ ଜଣ ଓଡ଼ିଆ ପୁଅଙ୍କର ମୃତଦହେ ଆଜି ଜନ୍ମମାଟିରେ ପହଞ୍ଚିିଛି। ଏମାନେ ହେଲେ ଗଂଜାମ ଜିଲ୍ଲା ଖଲ୍ଲିକୋଟ ଗାଁରେ ସନ୍ତୋଷ ଗୌଡ ଓ କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ କରଡ଼ାପଲ୍ଲୀ ଗ୍ରାମର ମହମ୍ମଦ ଜହୁର। ଦୁଇ ଓଡ଼ିଆ ପୁଅଙ୍କ ପାର୍ଥୀବ ଶରୀର ଗାଁରେ ପହଞ୍ଚିଲା ପରେ ଗ୍ରାମବାସୀଙ୍କ ସମେତ ବନ୍ଧୁପ୍ରିୟଜନ ଶେଷ ଦର୍ଶନ କରିଛନ୍ତି। ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଓଡ଼ିଶା ବିଧାନସଭାର ପ୍ରୋ‌-ଟେମ୍‌ ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ବାଇଁ ଆଜି ମହମ୍ମଦ ଜହୁରଙ୍କ ବାସଭବନରେ ପହଞ୍ଚି ଶେଶ ଦର୍ଶନ କରିଛନ୍ତି। ମହମ୍ମଦଙ୍କ ପାର୍ଥୀବ ଶରୀର ତିଗିରିଆ ଛକ ଠାରୁ ଶୋଭାଯାତ୍ରା ବାହାରି ତାଙ୍କ ଗ୍ରାମ ପରିକ୍ରମା କରିବା ସହିତ ବାସଭବନରେ ମରଶରୀର ପହଞ୍ଚିଥିଲା
    ସେହିପରି ସନ୍ତୋଷଙ୍କ ମୃତଦେହ ଯେତେବେଳେ ଗାଁରେ ପହଞ୍ଚିଲା, କ୍ୟାବିନେଟ ମନ୍ତ୍ରୀ ବିଭୂତି ଜେନା ଓ ରାଷ୍ଟ୍ରମନ୍ତ୍ରୀ ଗୋକୁଳାନନ୍ଦଙ୍କ ସମେତ ବିଧାୟକମାନେ ମଧ୍ୟ ଉପସ୍ଥିତ ଥିଲେ।

    ଏହା ପୂର୍ବରୁ ପାର୍ଥୀବ ଶରୀର ଯେତେବେ‌େଳେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଲା, ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା। ମୃତକଙ୍କ ପରିବାରକୁ ୪ ଲକ୍ଷର ସହାୟତା ମୂଳକ ରାଶି ଘୋଷଣା କଲେ ରାଜ୍ୟ ସରକାର।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    27.2 ° C
    27.2 °
    27.2 °
    82 %
    0.6kmh
    37 %
    Wed
    25 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ