Sunday, March 22, 2026
25.7 C
Odisha

    ବାଲିମେଳା ଜଳଭଣ୍ଡାରରେ ବୁଡ଼ି ଦୁଇ ନାବାଳିକାଙ୍କ ମୃତ୍ୟ

    ଆଗକୁ ପଢନ୍ତୁ

    ଚିତ୍ରକୋଣ୍ଡା: ବାଲିମେଳା ଜଳଭଣ୍ଡାରରେ ବୁଡ଼ି ଦୁଇ ନାବାଳିକାଙ୍କ ମୃତ୍ୟୁ ହୋଇଛି। ଦୁଇ ମୃତକ ହେଲେ କୋରକୁଣ୍ଡା ବ୍ଲକ ନାକମାମୁଡି ପଞ୍ଚାୟତ କେନ୍ଦୁଗୁଡା ଗ୍ରାମର ସାବିତ୍ରୀ ମୁଦୁଲି(୭) ଓ ଧୋବିଲି କଡିଙ୍ଗିୟା (୭)। ଗତକାଲି ଅପରାହ୍ଣ ତିନିଟା ବେଳେ କେନ୍ଦୁଗୁଡା ଗ୍ରାମ ଜଲଭଣ୍ଡାର ନିକଟରେ ଖେଳୁଥିବା ସମୟରେ ଗୋଡ଼ ଖସିଯିବାରୁ ଦୁହେଁ ଜଳଭଣ୍ଡାରରେ ବୁଡ଼ିଯାଇଥିଲେ।ଉଭୟ ପରିବାର ପକ୍ଷରୁ ଦୁଇ ଝିଅଙ୍କୁ ଗାଁରେ ବହୁତ ଖୋଜାଖୋଜି କରାଯିବାପରେ ନଦୀ ନିକଟରେ ଖେଳୁଥିବା କଥା କିଛି ଗ୍ରାମବାସୀ ଦୁଇ ପରିବାରକୁ କହିଥିଲେ। ପରେ କେନ୍ଦୁଗୁଡା ଗ୍ରାମବାସୀ ଓ ଦୁଇ ପରିବାର ମିଶି ଜଳଭଣ୍ଡାରରେ ଖୋଜାଖୋଜି କରିବାପରେ ଉଭୟଙ୍କୁ ମୃତ ଅବସ୍ଥାରେ ନଦୀରୁ ଉଦ୍ଧାର କରିଥିଲେ। ଖବର ପାଇ କୁଡୁମୁଳୁଗୁମ୍ମା ତହସିଲଦାର, ଚିତ୍ରକୋଣ୍ଡା ଥାନା ଅଧିକାରୀ, ଚିତ୍ରକୋଣ୍ଡା ଅଗ୍ନଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚିଥିଲେ। ଦୁଇ ଝିଅଙ୍କ ମୃତ୍ୟୁରେ ପରିବାର ଭାଙ୍ଗି ପଡ଼ିଥିବାବେଳେ ସମଗ୍ର କେନ୍ଦୁଗୁଡା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପୋଷ୍ଟମର୍ଟମ ପରେ ପରିବାରଙ୍କୁ ଶବ ହସ୍ତାନ୍ତର କରାଯିବ ବୋଲି ପୁଲିସ ସୂଚନା ଦେଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.7 ° C
    25.7 °
    25.7 °
    25 %
    1.5kmh
    0 %
    Sun
    27 °
    Mon
    34 °
    Tue
    37 °
    Wed
    37 °
    Thu
    39 °

    ସମ୍ବନ୍ଧିତ