Wednesday, September 2, 2026
29.9 C
Odisha

    ଯୁବକଙ୍କୁ ଆକ୍ରମଣ

    ଆଗକୁ ପଢନ୍ତୁ

    ଭୁବନେଶ୍ବର/ବ୍ରହ୍ମପୁର: ପୂର୍ବ ଶତ୍ରୁତାକୁ କେନ୍ଦ୍ର ପରି ରାଜ୍ୟର ୨ଟି ସ୍ଥାନରେ ଯୁବକଙ୍କୁ ଆକ୍ରମଣ ହୋଇଛି। କେନ୍ଦୁଝର ଜିଲ୍ଲାରେ ଜଣେ ଯୁବକଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା କରାଯାଇଛି। ଅନ୍ୟପଟରେ ବ୍ରହ୍ମପୁରରେ ଜଣେ ଯୁବକଙ୍କ ହାତ ପାପୁଲି ଛିଣ୍ଡାଇ ଦିଆଯାଇଛି। କେନ୍ଦୁଝର ଜିଲ୍ଲାରେ ମୃତ ଯୁବକ ହେଲେ ରେହେମତ ଖାଁ। ବ୍ରହ୍ମପୁରରେ ପ୍ରାଣାନ୍ତକ ଆକ୍ରମଣର ଶିକାର ହୋଇଥିବା ଯୁବକଙ୍କ ନାମ ଅଜିତ ନାୟକ (୩୧)। ସୂଚନା ଅନୁସାରେ କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ପଣ୍ଡୁଆ ଗାଁର ରେହେମତ ଖାଁ ପାଇପ୍‌ କାମ କରନ୍ତି। କାମ ସାରି ସେ ଆଜି ସନ୍ଧ୍ୟାରେ ବାଇକ୍‌ରେ ଘରକୁ ଫେରୁଥିଲେ। ଏହି ସମୟରେ ସେହି ଗାଁର ସୁଜିତ ଜେନା ଏକ ଠେଙ୍ଗାରେ ତାଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ସୁଜିତଙ୍କ ଘର ପୋଡ଼ି ଦେଇଥିଲେ। ଏଥିସହ ମୃତଦେହ ରଖି ରାସ୍ତାରୋକ କରିଥିଲେ। ନିଆଁ ଲିଭାଇବା ପାଇଁ ଯେତେବେଳେ ଅଗ୍ନିଶମ ବାହିନୀ ପହଞ୍ଚି ଥିଲା ଏହାକୁ ମଧ୍ୟ ଗ୍ରାମବାସୀ ଛାଡ଼ି ନଥିଲେ। ଗାଁରେ ଉତ୍ତେଜନା ଜାରି ଥିବା ବେଳେ ପୁଲିସ୍‌ ଗାଁରେ ପହଞ୍ଚି ବୁଝାସୁଝା କରୁଛି। ଉତ୍ତ୍ୟକ୍ତ ଲୋକେ ଅଭିଯୁକ୍ତଙ୍କ ଗିରଫ ଦାବିରେ ଅଡି ବସିଛନ୍ତି। ସେପଟେ ଅଭିଯୁକ୍ତ ଫେରାର ରହିଛି।

    ରାଜ୍ୟରେ ହିଂସାତ୍ମକ ଗତିବିଧି ବଢ଼ି ଚାଲିଛି। ଅସାମାଜିକ ବ୍ୟକ୍ତିମାନ‌େ ପୁଲିସକୁ ଖାତିର କରୁ ନାହାନ୍ତି। ତ୍ବରିତ କାର୍ଯ୍ୟାନୁଷ୍ଠାନ ହେଉ ନଥିବାରୁ ହିଂସା ବଢ଼ିବାରେ ଲାଗିଛି। ଦ୍ବିତୀୟ ଘଟଣା ଏମିତି ଥିଲା। ବଡ଼ବଜାର ଥାନା ଅନ୍ତର୍ଗତ କେଉଁଟସାହିକୁ ଯିବା ରାସ୍ତାରେ ଅର୍ଥାତ୍ ରଙ୍ଗୁଣି ବନ୍ଦସାହି ଛକରେ ଅଜିତ ନାୟକଙ୍କୁ କିଛି ଦୁର୍ବୁତ୍ତ ଖଣ୍ଡାରେ ଆକ୍ରମଣ କରିଥିଲେ। ପ୍ରାଣାନ୍ତକ ଆକ୍ରମଣ ଶିକାର ‌ହୋଇ ଅଜିତ ଛଟପଟ ଅବସ୍ଥାରେ ପଡ଼ିଥିବା ବେଳେ ସ୍ଥାନୀୟ ପୁଲିସ ସୂଚନା ପାଇ ଘଟଣାସ୍ଥଳକୁ ପହଞ୍ଚି ଥିଲା। ଅଜିତଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ଏମକେସିଜି ମେଡ଼ିକରେ ଭର୍ତ୍ତି କରାଯାଇଛି। ପୁଲସି ଉଭୟ ଘଟଣାରେ ମାମଲା ରୁଜୁ କରି ତଦନ୍ତ କରୁଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    29.9 ° C
    29.9 °
    29.9 °
    67 %
    3.7kmh
    100 %
    Wed
    29 °
    Thu
    28 °
    Fri
    26 °
    Sat
    29 °
    Sun
    29 °

    ସମ୍ବନ୍ଧିତ