Wednesday, October 23, 2024
21.7 C
Odisha

    ୟୁଜିସିର ଚେତାବନୀ । ଏଭଳି କଲେଜରେ କରନ୍ତୁ ନାହିଁ ଆଡମିଶନ, ବୈଦ୍ଧ ହେବ ନାହିଁ ଡିଗ୍ରୀ

    ଆଗକୁ ପଢନ୍ତୁ

    ଯଦି ଆପଣ କୌଣସି ବିଦେଶୀ ବିଶ୍ୱବିଦ୍ୟାଳୟର କୋଲାବରେସନ କରିଥିବା ଏଡଟେକ କମ୍ପାନୀ କିମ୍ବା କଲେଜରେ ପ୍ଧଙ୍ଖ ପଢୁଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ । ଏନେଇ ୟୁଜିସି ତରଫରୁ ଚେତବାନୀ ଦିଆଯାଇଛି । ୟୁଜିସି ତରଫରୁ ବିଦେଶୀ ବିଶ୍ୱବିଦ୍ୟାଳୟ ସହ କୋଲାବରେସନ ବ୍ୟବସ୍ଥାରେ ଡିଗ୍ରୀ ପ୍ରଦାନ କରୁଥିବା ଏଡଟେକ କମ୍ପାନୀ କିମ୍ବା କଲେଜକୁ ଚେତାବନୀ ଦିଆଯାଇଛି । ଏହି ଚେତାବନୀରେ ଆୟୋଗ କହିଛି କି, ଏମାନଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା କୌଣସି ଡିଗ୍ରୀ ବୈଦ୍ଧ ହେବ ନାହିଁ । ଏହାସହ ଏଭଳି କଲେଜରେ ଆଡମିଶନ ନ ନେବାକୁ ୟୁଜିସି ତରଫରୁ ଚେତାବନୀ ଦିଆଯାଇଛି । ୟୁଜିସିର ସଚିବ ମନୀଷ ଜୋଶୀ କହିଛନ୍ତି କି, କିଛି ଉଚ୍ଚଶିକ୍ଷା ଅନୁଷ୍ଠାନ ଓ ମହାବିଦ୍ୟାଳୟ ଆୟୋଗ ଦ୍ୱାରା ସ୍ୱୀକୃତିପ୍ରାପ୍ତ ନଥିବା ବିଦେଶୀ ଭିତ୍ତିକ ଶିକ୍ଷାନୁଷ୍ଠାନ କିମ୍ବା ପ୍ରଦାନକାରୀମାନଙ୍କ ସହ ମିଳିତ ଚୁକ୍ତି କରିଛନ୍ତି ଏବଂ ଛାତ୍ରଛାତ୍ରୀଙ୍କୁ ବିଦେଶୀ ଡିଗ୍ରୀ ପ୍ରଦାନ କରିବାରେ ସୁବିଧା ଦେଉଛନ୍ତି । ଏଭଳି ବ୍ୟବସ୍ଥା ପରେ ପ୍ରଦାନ କରାଯାଉଥିବା ଡିଗ୍ରୀକୁ ମଧ୍ୟ ଆୟୋଗ ସ୍ୱୀକୃତି ଦେଉନାହାଁନ୍ତି ।
    କିଛି ଏଡଟେକ୍ କମ୍ପାନୀ ଖବରକାଗଜ, ସୋସିଆଲ ମିଡିଆ ଓ ଟେଲିଭିଜନରେ ବିଜ୍ଞାପନ ଦେଉଥିବା ବେଳେ କେତକ ବିଦେଶୀ ବିଶ୍ୱବିଦ୍ୟାଳୟ ଓ ଅନୁଷ୍ଠାନ ସହଯୋଗରେ ଅନଲାଇନ ମୋଡରେ ଡିଗ୍ରୀ ଓ ଡିପ୍ଲୋମା ପାଠ୍ୟକ୍ରମ ପ୍ରଦାନ କରୁଥିବା ୟୁଜିସିର ନଜରକୁ ଆସିଛି । ଏଭଳି ଫ୍ରାଞ୍ଚାଇଜ୍ ବ୍ୟବସ୍ଥାକୁ ଅନୁମତି ନାହିଁ ଏବଂ ଏଭଳି କୌଣସି କାର୍ଯ୍ୟକ୍ରମ କିମ୍ବା ଡିଗ୍ରୀକୁ ୟୁଜିସି ମାନ୍ୟତା ମିଳିବ ନାହିଁ । ସମସ୍ତ ଖିଲାପକାରୀ ଏଡଟେକ୍ କମ୍ପାନୀ ଓ ଏଚଇଆଇ ବିରୋଧରେ ପ୍ରଯୁଜ୍ୟ ନିୟମ ମୁତାବକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    21.7 ° C
    21.7 °
    21.7 °
    69 %
    1.8kmh
    100 %
    Wed
    22 °
    Thu
    25 °
    Fri
    26 °
    Sat
    25 °
    Sun
    22 °

    ସମ୍ବନ୍ଧିତ