Monday, May 20, 2024
33 C
Odisha

    ଝଡ଼ବତାସରେ ଉଡି ଯାଇ ଗଛ ଉପରେ ଲାଗିଲା ଛୁଆ । ଆଶ୍ଚର୍ଯ୍ୟଜନକ ଭାବେ ବଞ୍ଚିଗଲା ଜୀବନ

    ଆଗକୁ ପଢନ୍ତୁ

    ଆମେରିକାରେ ଏପରି ଚମତ୍କାର ଘଟିଛି ଯେ ଆପଣ ମଧ୍ୟ ଏହା ବିଷୟରେ ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇଯିବେ । ଆମେରିକାର ଟେନିସିରେ ପ୍ରବଳ ଝଡ଼ତୋଫାନ ସମୟରେ ନିଜ କ୍ରେଡ ସହିତ ଉଡ଼ିଯାଇଥିବା ଏକ ୪ ମାସର ଶିଶୁ ଚମତ୍କାର ଭାବରେ ବଞ୍ଚିଯାଇଛି । ତାଙ୍କ ପିତାମାତା କହିଛନ୍ତି ଯେ ‘ଭଗବାନଙ୍କ କୃପାରୁ’ ସେମାନଙ୍କ ସନ୍ତାନ ନୂତନ ଜୀବନ ପାଇଛି । ଶନିବାର ଦିନ ଏକ ଘାତକ ଘୂର୍ଣ୍ଣିବଳୟ ସେମାନଙ୍କ ଘରକୁ ନଷ୍ଟ କରି ଦେଇଥିବା ଦମ୍ପତି କହିଛନ୍ତି । ଏହି ସମୟ ମଧ୍ୟରେ ଘରର ଛାତ ମଧ୍ୟ ଉଡିଯାଇଥିଲା ଏବଂ ସେମାନଙ୍କ ପିଲା କ୍ରେଡ ସହିତ ଉଡିଯାଇଥିଲା । କିନ୍ତୁ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଭାବେ ସେ ବଞ୍ଚିଯାଇଛି ।
    ଭଗବାନ ଯାହାକୁ ରକ୍ଷା କରିବାକୁ ଚାହିଁବେ ତାକୁ କେହି ମାରିପାରିବେ ନାହିଁ ।

    ମିଡ଼ିଆ ରିପୋର୍ଟ ଅନୁଯାୟୀ, ପିଲାଟି ଯେପରି ଭାବେ ବଞ୍ଚି ଯାଇଛି ତାହା କୌଣସି ଚମତ୍କାର ଠାରୁ କମ ନୁହେଁ । ପ୍ରବଳ ବର୍ଷାରେ ଉପୁଡି ପଡ଼ିଥିବା ଏକ ଗଛ ଭିତରେ ପିଲାଟିକୁ ଦେଖିବାକୁ ମିଳିଥିଲା । ଏହି ଝଡ଼ରେ ପିଲାଟିର ଏକ ବର୍ଷର ଭାଇ ଏବଂ ପିତାମାତା କେବଳ ସାମାନ୍ୟ ଆହତ ହୋଇଥିଲେ । ପିଲାଟିର ମା’ ସିଡନୀ ମୋର୍ କହିଛନ୍ତି ଯେ ଝଡ଼ ଆସିବା ମାତ୍ରେ ପ୍ରଥମେ ତାଙ୍କ ଘରର ଛାତ ଉଡିଯାଇଥିଲା ଏବଂ ସେମାନେ କିଛି ବୁଝିବା ଆଗରୁ ପିଲାଟି ଶୋଇଥିବା ଝୁଲା ସହ ଉଡିଯାଇ ଏକ ଗଛ ଉପରେ ଲାଗିଥିଲା । ତାପରେ ଝଡ଼ ପ୍ରକୋପରେ ଆମେ ଆଉ କିଛି ଦେଖିବାକୁ ପାଇଲୁ ନାହିଁ । ଝଡ଼ ବତାସ କମିବା ପରେ ଆମେ ଖୋଜଖୋଜି କରି ତାକୁ ଏକ ଗଛ ମଝିରୁ ପାଇଥିଲୁ । ମୋର୍ ଏକ ସ୍ଥାନୀୟ ନ୍ୟୁଜ୍ ଏଜେନ୍ସିକୁ ଦେଇଥିବା ବୟାନ ଅନୁସାରେ କହିଛନ୍ତି ଯେ ଝଡ଼ ଖୁବ ଜୋରେ ବହିବାକୁ ଆରମ୍ଭ କଲା । ପ୍ରଥମେ ଆମ ଘରର ଛାତ ଉଡିଗଲା । ମାତ୍ର କିଛି ସମୟ ପରେ ମୋର ୪ ମାସର ପୁଅ ମଧ୍ୟ ଶୋଇଥିବା ଝୁଲା ସହିତ ଉଡିଗଲା । ଏହା ପରେ ତାଙ୍କ ବାପା ତାଙ୍କୁ ବଞ୍ଚାଇବାକୁ ଦୌଡିବାକୁ ଲାଗିଲେ । ଏହି ସମୟରେ କାଳେ ଉଡିଯିବ ବୋଲି ତାଙ୍କର ବଡପୁଅ ପ୍ରିନ୍ସଟନ୍ ର ହାତକୁ ମଧ୍ୟ ସିଏ ଧରିଥିଲେ । ତାପରେ ତାଙ୍କ ଘରର କାନ୍ଥ ମଧ୍ୟ ଭୁଷୁଡିଗଲା । ଜୋର ପବନରେ ମୋ ସ୍ବାମୀ ଏବଂ ବଡ଼ପୁଅ ଏକ ଟ୍ରେଲର ତଳେ ପଡ଼ିଯାଇଥିଲେ । ସେମାନଙ୍କୁ ସାମାନ୍ୟ ଆଘାତ ଲାଗିଛି । ସାମାନ୍ୟ ଖଣ୍ଡିଆ ବ୍ୟତୀତ ମୋର ବିଶେଷ କିଛି ହୋଇନାହିଁ । ଝଡ଼ ଥମିବା ପାରେ ଆମେ ଆମର ସାନ ପୁଅକୁ ଖୋଜିବାକୁ ବାହାରିଥିଲୁ । ବହୁତ ଖୋଜଖୋଜି ପରେ ତାକୁ ଆମେ ଉପୁଡି ପଡିଥିବା ଏକ ଗଛ ମଝିରୁ ପାଇଥିଲୁ । ଏହ ଭଗବାନଙ୍କର କୌଣସି ଚମତ୍କାର ଠାରୁ କମ ନୁହେଁ । ନୂତନ ଜୀବନ ଦେଇଥିବାରୁ ଆମେ ଭଗବାନଙ୍କ ପାଖରେ ଅତ୍ୟନ୍ତ ଋଣି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    33 ° C
    33 °
    33 °
    38 %
    1.5kmh
    84 %
    Mon
    31 °
    Tue
    41 °
    Wed
    41 °
    Thu
    41 °
    Fri
    37 °

    ସମ୍ବନ୍ଧିତ