Thursday, March 19, 2026
20.8 C
Odisha

    ଓଡ଼ିଶାରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ: ସୋନପୁରରେ ଫୁଙ୍କିବେ ନିର୍ବାଚନ ବିଗୁଲ୍‌

    ଆଗକୁ ପଢନ୍ତୁ

    ଭୁବନେଶ୍ବର/ଝାରସୁଗୁଡ଼ା/ସୋନପୁର: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସିଛନ୍ତି। ଶ୍ରୀ ଶାହ ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିଲା ପରେ ସେଠାରେ ତାଙ୍କୁ ସାଂସଦ ଜୁଏଲ ଓରାକ, ସୁରେଶ ପୂଜାରୀ ଓ ବିଜେପି ବିଧାୟକ ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ସ୍ବାଗତ କରିଛନ୍ତି। ଝାରସୁଗୁଡ଼ାରୁ ଏକ ସ୍ବତନ୍ତ୍ର ହେଲିକପ୍ଟରରେ ସୋନପୁର ଅଭିମୁଖେ ବାହାରିବେ। ସୋନପୁରରେ ସେ ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇ ସମ୍ବୋଧିତ କରିବେ।ଶ୍ରୀ ଶାହ ସୋନପୁରରେ ନିର୍ବାଚନ ବିଗୁଲ୍‌ ଫୁଙ୍କିବେ। ବଲାଙ୍ଗୀର ଲୋକସଭା କ୍ଷେତ୍ର ପାଇଁ ପ୍ରାର୍ଥୀ ସଂଗୀତା କୁମାରୀ ସିଂହଦେଓଙ୍କ ସମେତ ବିଜେପିର ଅନ୍ୟ ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାର କରିବେ। ଶ୍ରୀ ଶାହଙ୍କର ଏହା ପ୍ରଥମ ଗସ୍ତ ହୋଇଥିବାରୁ ରାଜ୍ୟ ବିଜେପିର ନେତା ଓ କର୍ମୀ ଉତ୍ସାହିତ ହୋଇଛନ୍ତି। ସୋନପୁର ସଭାସ୍ଥଳୀରେ ହଜାର ହଜାର କର୍ମୀ ଓ ସମର୍ଥକଙ୍କର ଭିଡ଼ ପରିଲକ୍ଷିତ ହୋଇଛି।ତେବେ ରାଜ୍ୟ ସରକାରଙ୍କ ପ୍ରତି ତାଙ୍କର କିପରି ଆଭିମୁଖ୍ୟ ରହିବ, ତାହା ଉପରେ ସମସ୍ତଙ୍କ ନଜର ରହିଛି। ଶାହଙ୍କ ସୋନପୁର ସଭାରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଦଳର ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ସଂଗୀତା ସିଂହଦେଓ, ସୋନପୁର ବିଧାୟକ ପ୍ରାର୍ଥୀ ପ୍ରମୋଦ ମହାପାତ୍ର, ବୀରମହାରାଜପୁର ବିଧାୟକ ପ୍ରାର୍ଥୀ ରଘୁନାଥ ଜଗଦାଲା, ଲୋଇସିଂହା ବିଧାୟକ ମୁକେଶ ମହାଳିଙ୍ଗ, ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର, ରେଙ୍ଗାଲି ବିଧାୟକ ନାଉରୀ ନାୟକ, କନକବର୍ଦ୍ଧନ ସିଂହଦେଓ, ମନମୋହନ ସାମଲ, ଗୋଳକ ମହାପାତ୍ରଙ୍କ ସମେତ ରାଜ୍ୟସ୍ତରୀୟ ଶୀର୍ଷ ନେତା ଯୋଗଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    20.8 ° C
    20.8 °
    20.8 °
    77 %
    1.9kmh
    99 %
    Wed
    21 °
    Thu
    33 °
    Fri
    33 °
    Sat
    34 °
    Sun
    35 °

    ସମ୍ବନ୍ଧିତ