Monday, May 6, 2024
41.1 C
Odisha

    ୨୫ ତାରିଖରେ ଓଡିଶା ଆସୁଛନ୍ତି ଶାହା

    ଆଗକୁ ପଢନ୍ତୁ

    ଆରମ୍ଭ ହୋଇଗଲା ୨୦୨୪ ନିର୍ବାଚନ ପାଇଁ ପ୍ରଚାର ମାହୋଲ । ଓଡିଶାରେ ସରଗରମ ପ୍ରଚାରର ଶୁଭାରମ୍ଭ କଲା ବିଜେପି । ଏହି କ୍ରମରେ ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଏପ୍ରିଲ ୨୫ ତାରିଖରେ ସୋନପୁର ଗସ୍ତରେ ଆସୁଛନ୍ତି ଶାହା । ଓଡିଶା ଆସି ସୋନପୁରରେ କରିବେ ହାଇଭୋଲଟେଜ ପ୍ରଚାର । ତେବେ ୨୫ ତାରିଖ ଅପରାହ୍ନରେ ଏକ ବିଶାଳ ଜନସଭାରେ ଯୋଗଦେଇ ଜନତାଙ୍କୁ ସମ୍ବୋଧିତ କରିବେ ଶାହା । ବଲାଙ୍ଗିର ଲୋକସଭା ନିର୍ବାଚନ ମଣ୍ଡଳୀରେ ସୋନପୁର ଆସୁଥିବା ବେଳେ ଏହି ସଂସଦୀୟ କ୍ଷେତ୍ରରେ ସଂଗୀତା ସିଂହ ଦେଓଙ୍କୁ ସାଂସଦ ପ୍ରାର୍ଥୀ କରିଛି ଦଳ । ସେହିପରି ସୋନପୁର ବିଧାନସଭା କ୍ଷେତ୍ରରୁ ପ୍ରମୋଦ ମହାପାତ୍ରଙ୍କୁ ମିଳିଛି ଟିକେଟ । ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ସହ ନିର୍ବାଚନରେ ବିଜୟୀ ହେବାକୁ ନେତା ଓ କର୍ମୀଙ୍କୁ ଗୁରୁମନ୍ତ୍ର ଦେବେ ଅମିତ ଶାହା । ଏଥିସହ ଭୁବନେଶ୍ୱରରେ ଦଳର ରାଜ୍ୟ ନେତୃତ୍ୱଙ୍କୁ ଭେଟି ରଣନୀତି ସମ୍ପର୍କରେ ଆଲୋଚନା କରିବେ । କାର୍ଯ୍ୟକ୍ରମ ସରିବା ପରେ ଭୁବନେଶ୍ୱରରେ ରାତ୍ରିଯାପନ କରିବେ କେନ୍ଦ୍ର ଗୃହମନ୍ତ୍ରୀ । ତେବେ ଶାହାଙ୍କ ଗସ୍ତଙ୍କୁ ନେଇ ଉତ୍ସାହିତ ବିଜେପି ନେତା ଓ କର୍ମୀ ।

    ସେପଟେ ଓଡିଶାରେ ବିଜେଡି ସହ ବିଜେପିର କଡା ଟକ୍କର ହେବ ବୋଲି ବିଭିନ୍ନ ସମୟରେ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇ ସାରିଛନ୍ତି ଶାହା । ଯେତେବେଳେ ମେଣ୍ଟର ଚର୍ଚ୍ଚା ହେଉଥିଲା ସେତେବେଳେ ଚର୍ଚ୍ଚାକୁ ଫର୍ଚ୍ଚା କରିଥିଲେ ଶାହା । ଆଉ ଗତ କିଛି ଦିନ ତଳେ ପୁଣି ଏକ ଜାତୀୟ ଗଣମାଧ୍ୟମକୁ ନିଜ ମତ ରଖି ଓଡିଶାରେ ଲଢେଇ ଜୋରଦାର ହେବାର ସୂଚନା ଦେଇଥିବା ବେଳେ ୨୫ ତାରିଖରେ ସେ ନିଜେ ଓଡିଶାର ପ୍ରଚାର ମୈଦାନକୁ ଓହ୍ଲାଉଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    41.1 ° C
    41.1 °
    41.1 °
    15 %
    1.9kmh
    30 %
    Mon
    42 °
    Tue
    41 °
    Wed
    40 °
    Thu
    40 °
    Fri
    40 °

    ସମ୍ବନ୍ଧିତ