Sunday, October 4, 2026
29.6 C
Odisha

    ଘର କାନ୍ଥରେ ଦଳୀୟ ଷ୍ଟିକର ମାରିବା ସହ ବିଜେପିକୁ ଭୋଟ ଦେବା ପାଇଁ ନିବେଦନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ୨୦୨୪ ସାଧାରଣ ନିର୍ବାଚନକୁ ଟାର୍ଗେଟ କରି ଭାରତୀୟ ଜନତା ପାର୍ଟି ଆରମ୍ଭ କରିଛି ବୁଥ ଜନ ସମ୍ପର୍କ ଅଭିଯାନ। ଭୁବନେଶ୍ୱରରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୫୯ ନମ୍ବର ବୁଥରେ ଭେଟିଲେ ସାଧାରଣ ଲୋକଙ୍କୁ। ରାଜନୈତିକ ଓ ସଂଗଠନ କାମକୁ ତ୍ବରାନ୍ବିତ କରିବା ପାଇଁ ସାଧାରଣ ଭୋଟରଙ୍କୁ ଭେଟିଲେ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକାଶର ଚିତ୍ର ଜନକଲ୍ୟାଣ ଯୋଜନା ବିଷୟରେ ଲୋକଙ୍କ ସହ କଥା ହେଲେ। ବିଭିନ୍ନ ଘର କାନ୍ଥରେ ଦଳୀୟ ଷ୍ଟିକର ମାରିବା ସହ ବିଜେପିକୁ ଭୋଟ ଦେବା ପାଇଁ କାନ୍ଥରେ ଲେଖି କେନ୍ଦ୍ର ମନ୍ତ୍ରୀ ନିବେଦନ କରିଛନ୍ତି। ଓଡ଼ିଶା ପରିବର୍ତ୍ତନ ଆଡ଼କୁ ମୁହାଉଁଥିବା ସେ କହିଛନ୍ତି। ଆସନ୍ତା ୩ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ବଲପୁର ଗସ୍ତକୁ ନେଇ ବହୁ ଆଶା ରହିଥିବା କଥା କହିଛନ୍ତି ଧର୍ମେନ୍ଦ୍ର। ଆଗାମୀ ଦିନରେ ଉପକୂଳ ଓଡ଼ିଶାକୁ ବି ପ୍ରଧାନମନ୍ତ୍ରୀ ଆସିବେ ବୋଲି ସେ ସୂଚନା ଦେଇଛନ୍ତି। ନିର୍ବାଚନ ପୂର୍ବରୁ ବିଜେପିର ବହୁ ବରିଷ୍ଠ ନେତା ଓ ମନ୍ତ୍ରୀ ଓଡ଼ିଶାର ବିଭିନ୍ନ ସ୍ଥାନରେ ଗସ୍ତ କରିବା ସହ ସାଧାରଣ ଭୋଟରଙ୍କୁ କେନ୍ଦ୍ର ସରକାରଙ୍କର ଉନ୍ନୟନମୂଳକ କାର୍ଯ୍ୟ ବିଷୟରେ ଅବଗତ କରାଇବେ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.6 ° C
    29.6 °
    29.6 °
    53 %
    1.6kmh
    2 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ