Wednesday, March 18, 2026
23.6 C
Odisha

    ରଥଯାତ୍ରା ବନ୍ଦ କରିବା ପାଇଁ ବିଜେଡି ସରକାର ଷଡ଼ଯନ୍ତ୍ର ରଚିଥିଲେ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

    ଆଗକୁ ପଢନ୍ତୁ

    ସମ୍ବଲପୁର: ଓଡ଼ିଆ ଅସ୍ମିତାକୁ ପ୍ରସଙ୍ଗ ଉଠାଇ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଟାକ୍ଷ କରିବା ପରେ ବିଜେପି ପକ୍ଷରୁ ଜବାବ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ବିଜେପି ଲୋକସଭା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି, ‘୨୦୨୦ର ଏକ ନ୍ୟାୟିକ ଘଟଣାକୁ ମୁଖ୍ୟମନ୍ତ୍ରୀଙ୍କୁ ମନେ ପକାଇଦେବାକୁ ଚାହୁଁଛି। ୪ ବର୍ଷ ତଳେ ଯେତେବେଳେ ଦେଶ ଏକ ସମ୍ବେଦନଶୀଳ ସ୍ଥିତି ଦେଇ ଗତି କରୁଥିଲା। ଅକ୍ଷୟ ତୃତୀୟା ଦିନରେ ରଥ କାଠ ଅନୁକୂଳ ବନ୍ଦ କରିବା ସହ ରଥଯାତ୍ରା ବନ୍ଦ କରିବା ପାଇଁ ବିଜେଡି ସରକାର ଷଡ଼ଯନ୍ତ୍ର ରଚିଥିଲେ। ମୁଖ୍ୟମନ୍ତ୍ରୀ ମହାପ୍ରସାଦ ଧରି କୁହନ୍ତି, ତାଙ୍କ ସରକାର ବଡ଼ ବଡ଼ ଓକିଲ ଧରି ରଥଯାତ୍ରାକୁ ବନ୍ଦ କରିବାକୁ ଷଡ଼ଯନ୍ତ୍ର କରିନଥିଲେ? ଯେମିତି ରଥ ନ ହେବ କୋଟି କୋଟି ଓଡ଼ିଆଙ୍କ ଭାବାବେଗ ସହ ଜଡ଼ିତ ରଥଯାତ୍ରାକୁ ବନ୍ଦ କରିବାକୁ ଯୋଜନା କରିନଥିଲେ? ଏକଥା ନରେନ୍ଦ୍ର ମୋଦୀଙ୍କ କାନରେ ପଡ଼ିଲା। ସେ ଏଥିରେ ହସ୍ତକ୍ଷେପ କଲେ। ମୋଦୀ ଓ ସେତେବେଳେ ଜଷ୍ଟିସ୍ ଥିବା ଅରୁଣ ମିଶ୍ରଙ୍କ ହସ୍ତକ୍ଷେପରେ ଛୁଟିଦିନରେ କୋର୍ଟ ଖୋଲାଗଲା। ରଥଯାତ୍ରା ନକରିବାକୁ ଦିଆଯାଇଥିବା ନିର୍ଦ୍ଦେଶନାମାଙ୍କୁ ରିଭ୍ୟୁ କରାଯାଇଥିଲା ଏବଂ ଅନେକ ଆଲୋଚନା ପର୍ଯ୍ୟାଲୋଚନା ପରେ ରଥ ନିର୍ମାଣ ଓ ରଥଯାତ୍ରା କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏକଥାର ସାକ୍ଷୀ ମୁଁ ନିଜେ, ଏକଥା ସାରା ଓଡ଼ିଶାବାସୀ ଜାଣିଛନ୍ତି। ଏତେ କଥା ପରେ ବି ମୁଖ୍ୟମନ୍ତ୍ରୀ ମୋଦୀଙ୍କୁ ନିନ୍ଦା କରୁଛନ୍ତି?ମୁଖ୍ୟମନ୍ତ୍ରୀ ବୋଧହୁଏ ଜାଣିନାହାନ୍ତି , ଗୁଜୁରାଟରେ ପ୍ରତିବର୍ଷ ରଥଯାତ୍ରାରେ ଖୋଦ୍ ନରେନ୍ଦ୍ର ମୋଦୀ ରଥରେ ଛେରାପହଁରା କରିଥାନ୍ତି। ଏହାପରେ ବି ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଓଡ଼ିଆ ଅସ୍ମିତା ଉପରେ ପ୍ରଶ୍ନ ଉଠାଉଛନ୍ତି। କହୁଛନ୍ତି ଓଡ଼ିଆ ଅସ୍ମିତା ପ୍ରତି ମୋଦୀଙ୍କର ପ୍ରତିବଦ୍ଧତା ନାହିଁ। ଏହା ବାସ୍ତବରେ ଘୋର ଲଜ୍ଜାର ବିଷୟ’ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    23.6 ° C
    23.6 °
    23.6 °
    50 %
    2.1kmh
    72 %
    Tue
    25 °
    Wed
    35 °
    Thu
    35 °
    Fri
    36 °
    Sat
    34 °

    ସମ୍ବନ୍ଧିତ