Saturday, October 10, 2026
22.4 C
Odisha

    ମୁଖ୍ୟମନ୍ତ୍ରୀଙ୍କୁ ଜବାବ ଦେଲେ ଧର୍ମେନ୍ଦ୍ର, କହିଲେ- ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ନେଇ କୌଣସି ବ୍ୟବସ୍ଥା ନାହିଁ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ମୋଦୀ ସରକାରଙ୍କ ବିରୋଧରେ ଯାହା ଯାହା ଅଭିଯୋଗ ବାଢ଼ିଥିଲେ ରବିବାର ସାମ୍ବାଦିକ ସମ୍ମିଳନୀରେ ତାର ଜବାବ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି, ‘ମୁଖ୍ୟମନ୍ତ୍ରୀ ଅଭିଯୋଗ କରିଛନ୍ତି, ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ସଙ୍ଗୀତ ଘୋଷଣା କରିବାକୁ ସେ ଦୁଇ ଦୁଇ ଥର କେନ୍ଦ୍ରକୁ ଚିଠି ଲେଖିଛନ୍ତି। ହେଲେ କେନ୍ଦ୍ର ସରକାର ଶୁଣିନାହାଁନ୍ତି। ଏହା କହିବା ମୁଖ୍ୟମନ୍ତ୍ରୀଙ୍କର ଅଜ୍ଞତାକୁ ପଦାରେ ପକାଇଛି। କାରଣ, କୌଣସି ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେବା ନେଇ କୌଣସି ବ୍ୟବସ୍ଥା ନାହିଁ। ୨୦୧୪ରେ ଓଡ଼ିଆ ଭାଷା ଓ ନୃତ୍ୟକୁ ଶାସ୍ତ୍ରୀୟ ମାନ୍ୟତା ମିଳିବା ପରେ ଏହା ଆପେ ଆପେ ଶାସ୍ତ୍ରୀୟ ମାନ୍ୟତା ପାଇସାରିଛି। ଓଡ଼ିଆ ଭାଷା ଓ ସଂସ୍କୃତିର ବିକାଶ ଓ ଗବେଷଣା ପାଇଁ କେନ୍ଦ୍ର ପକ୍ଷରୁ ୩୪୦ କୋଟି ଟଙ୍କା ମଞ୍ଜୁର କରାଯାଇଛି। ‘କେବଳ ଏତିକି ନୁହେଁ ୨୦୧୫ ଏପ୍ରିଲରେ ନବକଳେବର ପାଇଁ ଖୋଦ୍ ପ୍ରଧାନମନ୍ତ୍ରୀ ୫୦ କୋଟି ଟଙ୍କା ରାଜ୍ୟ ଟ୍ରେଜେରିରେ ଜମା କରିଦେଇଥିଲେ। ଏହା ତାଙ୍କର ମହାପ୍ରଭୁଙ୍କ ପ୍ରତି ଏକ ସେବା ବୋଲି କହିଥିଲେ। ଏହା ପରେ ବି ମୁଖ୍ୟମନ୍ତ୍ରୀ ମୋଦୀଙ୍କର ଓଡ଼ିଶା ପ୍ରତି ପ୍ରତିବଦ୍ଧତା ନାହଁ ବୋଲି କହୁଛନ୍ତି। ଏହା ବାସ୍ତବରେ ଲଜ୍ଜାଜନକ କଥା’ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।
    ନବୀନ କ’ଣ କହିଛନ୍ତି:
    -ଓଡ଼ିଆ ଭାଷା ଶାସ୍ତ୍ରୀୟ ଭାଷା ମାନ୍ୟତା ପାଇବା ପରେ ବି ପ୍ରଧାନମନ୍ତ୍ରୀ ଓଡ଼ିଆ ଭାଷାକୁ ଭୁଲିଗଲେ
    -ସଂସ୍କୃତ ଭାଷାକୁ ୧ ହଜାର କୋଟି, ଓଡ଼ିଆ ଭାଷାକୁ ଶୂନ
    -ଓଡ଼ିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେବା ପାଇଁ ଦୁଇଥର ପ୍ରସ୍ତାବ ଦିଆଯାଇଛି
    -ହେଲେ ଆପଣ ଏହାକୁ ଖାରଜ କରିଦେଲେ
    -ଭାରତରତ୍ନ ପ୍ରଦାନ ବେଳେ ଓଡ଼ିଶାର ବୀରପୁତ୍ର ବିଜୁ ପଟ୍ଟନାୟକଙ୍କୁ ଭୁଲିଗଲେ
    -ଏମଏସପି ଦୁଇଗୁଣା ଆଡ଼େଇ ଗଲ?
    -କୋଷ୍ଟାଲ ହାଇୱେ କୁଆଡେ ଗଲା?
    -କୋଇଲା ରୟାଲିଟି ବଢ଼ାଇବା କଥାକୁ ଆଡ଼େଇ ଗଲ?
    -୨ କୋଟି ନିଯୁକ୍ତି, ଏଲପିଜି, ପେଟ୍ରୋଲ, ଡିଜେଲ ଦର କମାଇବା, ମୋବାଇଲ ସଂଯୋଗ ବଢ଼ାଇବା
    -ଜିଏସଟି ଛାଡ଼ କରିବା ଭୁଲିଗଲେ
    -ଜୁନ ୧୦ ନୁହେଁ ୧୦ ବର୍ଷ ପରେ ବି ବିଜେପି ଓଡ଼ିଆ ଲୋକଙ୍କ ହୃଦୟ ଜିତିପାରିବନି

    ଧର୍ମେନ୍ଦ୍ର କ’ଣ କହିଛନ୍ତି:
    -ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇବା ପରେ ଶିକ୍ଷା ବିଭାଗ ୨୦୧୪ରେ ଜାଗା ମାଗିଥିଲା
    -୨୦୧୯ ମସିହାରେ କେବଳ ଗୋଟିଏ ଘର ମିଳିଲା
    -୩୦ କୋଟି ଟଙ୍କା ଅନୁଦାନ ଦିଆଯାଇଛି
    -ୟୁଜିସି ପାଠ୍ୟକ୍ରମକୁ ଓଡ଼ିଆ ଭାଷାରେ ପ୍ରକାଶ କରାଯାଇଛି
    -ବିଭିନ୍ନ ଓଡି଼ଆ ଭାଷାର ବର୍ଣ୍ଣୋବଧ ପ୍ରକାଶ ପାଇଛି
    -ଓଡ଼ିଶୀ ଗୀତକୁ ସାଂସୃତିକ ଗୀତ ଭାବେ ମାନ୍ୟତା ଦେବାକୁ ପ୍ରସ୍ତାବ
    -ଖାରଜ କରିଦେଇଛନ୍ତି ରାଜ୍ୟ ସରକାର
    -ଯେଉଁମାନେ ସିଏମଓରେ ଅଛନ୍ତି ସେମାନେ ଓଡ଼ିଶାକୁ ଜାଣିନାହାନ୍ତି
    -ଓଡ଼ିଶା ପ୍ରତି ପ୍ରତିବଦ୍ଧତା ଦେଖାଇସାରିଛନ୍ତି ପ୍ରଧାନମନ୍ତ୍ରୀ
    -୨୦୧୫ ଏପ୍ରିଲ ୧ରେ ମୋଦୀ ରାଉରକେଲାରେ ଉକ୍ରଳ ଦିବସ ପାଳନ କରିଥିଲେ
    -ନବକଳେବର ପାଇଁ ୩୧ ମାର୍ଚ୍ଚରେ ଓଡ଼ିଶା ଟ୍ରେଜେରୀକୁ ୫୦ କୋଟି ଟଙ୍କା ପଠାଇଥିଲେ
    -ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ୪୯ ଜଣ ଓଡି଼ଆ ବ୍ୟକ୍ତି ପଦ୍ମ ପୁରସ୍କାରରେ ସମ୍ମାନିତ
    -ଓଡି଼ଶାର କୋଣ ଅନୁକୋଣରେ ଥିବା ବ୍ୟକ୍ତିବିଶେଷଙ୍କୁ ସମ୍ମାନୀତ କରାଯାଇଛି
    -ଜି-୨୦ ସମ୍ମିଳନୀରେ ଓଡ଼ିଆ ସଂସ୍କୃତିକୁ ରଖଯାଇଥିଲା
    -ଏହାସତ୍ୱେ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଆ ଭାଷାର ପ୍ରତିବଦ୍ଧତା ଉପରେ ପ୍ରଶ୍ନ ଉଠାଉଛନ୍ତି
    -କୋଷ୍ଟାଲ ହାଇୱେରେ ରାଜ୍ୟ ସରକାର ଅଡୁଆ ସୃଷ୍ଟି କରିଛନ୍ତି
    -ଦୁଇ ପରାମର୍ଶଦାତାଙ୍କୁ କୋଷ୍ଟାଲ ହାଇୱେ ବାବଦରେ ପଚାରନ୍ତୁ
    -ଛତିଶଗଡ ଭଳି ଓଡି଼ଶାରେ ୩୧ ଶହ ଟଙ୍କା ଏମଏସପି ଦେବୁ
    -୧୦ ବର୍ଷ ସରକାରରେ ପୂର୍ବ ୧୦ ବର୍ଷ ତୁଳନାରେ ଅଧିକରୁ ଅଧିକ ଧାନ କିଣାଯାଇଛି
    -ମୁଖ୍ୟମନ୍ତ୍ରୀଙ୍କ ପାଖରେ ନୈତକତା ନାହିଁ, ଈର୍ଷା ରହିଛି

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.4 ° C
    22.4 °
    22.4 °
    81 %
    1.3kmh
    0 %
    Fri
    22 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ