Saturday, October 10, 2026
22.4 C
Odisha

    ଚିଲିକା କୂଳରେ ବିରଳ ପ୍ରଜାତିର ‘ଇରାୱାଡି ଡ଼ଲ୍‌ଫିନ୍‌’ ମୃତ

    ଆଗକୁ ପଢନ୍ତୁ

    ଖୋର୍ଦ୍ଧା: ମରାଳ ମାଳିନୀ ଚିଲିକା କୂଳରେ ରବିବାର ଅପରାହ୍‌ଣରେ ଏକ ବିରଳ ପ୍ରଜାତିର ‘ଇରାୱାଡି ଡଲ୍‌ଫିନ୍‌’ର ମୃତଦେହ ଉଦ୍ଧାର ହୋଇଛି।ସୂଚନା ଅନୁସାରେ ବାଲୁଗାଁ ନିକଟ ଗୋପବନ୍ଧୁ କଲୋନିରେ ପ୍ରାୟ ୩୫କିଲୋ ଓ ପ୍ରାୟ ୪ ଫୁଟ୍‌ ଲମ୍ବର ମୃତ ଡଲ୍‌ଫିନ୍‌ ପଡ଼ିଥିବା ନେଇ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ସେମାନେ ଏନେଇ ବନ ବିଭାଗର କର୍ମଚାରୀଙ୍କୁ ଖବର ଦେଇଥିଲେ।ସୂଚନା ପାଇ ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ (ଡିଏଫଓ) ଅମ୍ଲାନ ନାୟକ ଓ ବନ ବିଭାଗର ଅନ୍ୟ କର୍ମଚାରୀମାନେ ପହଞ୍ଚି ଥିଲେ। ବନ ବିଭାଗ ଡଲ୍‌ଫିନ୍‌ର ମୃତଦେହ ଜବତ କରିଛି। ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ଶ୍ରୀ ନାୟକ ଗଣମାଧ୍ୟମକୁ କହିଛନ୍ତି।

    ସୂଚନା ଅନୁସାରେ ବିଭିନ୍ନ କାରଣରୁ ଚିଲିକାର ଅନେକ ସ୍ଥାନରେ ଅତୀତରେ ମଧ୍ୟ ମୃତ ଡଲଫିନ୍‌ ଉଦ୍ଧାର ହୋଇଛି। ବାରମ୍ବାର ଏହିଭଳି ଘଟଣା ମିଳୁଥିବାରୁ ବନ ବିଭାଗ ଓ ପରିବେଶବିତ୍‌ଙ୍କର ଚିନ୍ତା ବଢ଼ିବାରେ ଲାଗିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.4 ° C
    22.4 °
    22.4 °
    81 %
    1.3kmh
    0 %
    Fri
    22 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ