Monday, March 10, 2025
19 C
Odisha

    ମାହାଙ୍ଗା ବିଧାୟକଙ୍କୁ ନୃଶଂସ କହି ଟାର୍ଗେଟ କଲେ କେନ୍ଦ୍ରମନ୍ତ୍ରୀ । କହିଲେ , ଖୋଲାରେ ବୁଲୁଛନ୍ତି ହତ୍ୟାକାରୀ, ତଳତଳିଆଙ୍କୁ ବାନ୍ଧୁଛି ପୋଲିସ

    ଆଗକୁ ପଢନ୍ତୁ

    ମାହାଙ୍ଗା ବିଧାୟକଙ୍କୁ ନୃଶଂସ କହି ଟାର୍ଗେଟ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ହତ୍ୟାକାରୀ ଖୋଲାରେ ବୁଲୁଥିବା ସଭାମଞ୍ଚରୁ କହିଛନ୍ତି ଧର୍ମେନ୍ଦ୍ର । ସରକାର ଦୁର୍ନୀତିରେ ବୁଡିଥିବା କହି ସମାଲୋଚନା କରିଛନ୍ତି । ତଳତଳିଆ ବାବୁଙ୍କୁ ବାନ୍ଧୁଥିବା ବେଳେ ବଡ଼ବଡ଼ିଆଙ୍କୁ ଛାଡ଼ିଦେଉଥିବା ଅଭିଯୋଗ କରିଛନ୍ତି । ଏହାସହ ଯୁବ ସମାବେଶରେ ଯୋଗ ଦେଇ ରାଜ୍ୟ ସରକାରଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟରେ ଅନେକ ଶିଶୁ ଅପପୁଷ୍ଟିର ଶିକାର, ରକ୍ତହୀନତାରେ ମହିଳା ଶିକାର, ଚିକିତ୍ସାଳୟ ଅଛି ଡାକ୍ତର ନାହାଁନ୍ତି ଅଭିଯୋଗ ଆଣି ସଭାମଞ୍ଚରୁ ସରକାରଙ୍କ ଉପରେ ବର୍ଷିଛନ୍ତି ଧର୍ମେନ୍ଦ୍ର । ମାହାଙ୍ଗାର କୁଳମଣି ପରିଡା ହତ୍ୟାକାଣ୍ଡର ଉଦାହରଣ ଦେଇ ଖୋଲା ଆକାଶ ତଳେ ଶାସକ ଦଳର ୧୨ଜଣ ବିଧାୟକ ବୁଲୁଥିବା ସେ ଅଭିଯୋଗ କରିଛନ୍ତି । ଏଥିସହ ରାଜ୍ୟରେ ବିଜେପି କ୍ଷମତାକୁ ଆସିଲେ ବିଏସକେୱାଇ ପରିବର୍ତ୍ତେ ଆୟୁଷ୍ମାନ ଯୋଜନା ଲାଗୁ କରିବ ବୋଲି ଧର୍ମେନ୍ଦ୍ର କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    19 ° C
    19 °
    19 °
    78 %
    2.1kmh
    0 %
    Mon
    36 °
    Tue
    37 °
    Wed
    39 °
    Thu
    41 °
    Fri
    41 °

    ସମ୍ବନ୍ଧିତ