Friday, September 11, 2026
23.5 C
Odisha

    ଏକାଠି ଜଳିଲା ବାପା ଓ ମା’ଙ୍କ ଜୁଇ; ଭାଙ୍ଗି ପଡ଼ିଛନ୍ତି ୪ଜଣ ସନ୍ତାନ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଆଗ୍ରାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ସ୍ବାମୀଙ୍କ ମୃତ୍ୟୁ ଖବର ଶୁଣିବାମାତ୍ରେ ସ୍ତ୍ରୀ ଅଚେତ  ହୋଇପଡ଼ିଥିଲେ। ତାଙ୍କୁ ପରିବାରଲୋକ ଡାକ୍ତରଖାନା ନେଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଦମ୍ପତିଙ୍କ ନାମ ରାମ ଅବତାର ଭଦୌରିୟା ଓ ଉଷା ଦେବୀ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ଦିଲ୍ଲୀରେ ବସବାସ କରୁଥିବା ରାମ ଅବତାରଙ୍କ ଛାତିରେ ପ୍ରବଳ ଯନ୍ତ୍ରଣା ହୋଇଥିଲା। ଚିକିତ୍ସା ପାଇଁ ତାଙ୍କୁ ପରିବାରଲୋକ ହସ୍ପିଟାଲ ନେଇ ଯାଇଥିଲେ। ହେଲେ ଦୁଃଖର ବିଷୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।  ସ୍ବାମୀ ରାମଙ୍କ ମୃତ୍ୟୁ ଖବର ଶୁଣିବା ପରେ ସ୍ତ୍ରୀ ଉଷା ଦେବୀ ଅଚେତ ହୋଇପଡ଼ିଥିଲେ। ରାମ ଓ ଉଷା ଦେବୀଙ୍କ ଚାରିଜଣ ସନ୍ତାନ ଅଛନ୍ତି। ହଠାତ ବାପା ଓ ମା’ଙ୍କ ଉଭୟଙ୍କୁ ହରାଇ ସନ୍ତାନଙ୍କ ସମେତ ପୂରା ପରିବାର ସ୍ତବ୍ଧ ହୋଇଯାଇଛନ୍ତି। ଗାଁ ପାଖ ଶ୍ମଶାନରେ ଦମ୍ପତିଙ୍କ ଏକାଠି ଅନ୍ତିମ ସଂସ୍କାର କରାଯାଇଥିଲା। ଏଦୃଶ୍ୟ ଦେଖି ପରିବାର ସମେତ ଗ୍ରାମବାସୀ ମଧ୍ୟରେ ଶୋକରଛାୟା ଖେଳି ଯାଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    23.5 ° C
    23.5 °
    23.5 °
    98 %
    1.2kmh
    100 %
    Fri
    26 °
    Sat
    27 °
    Sun
    28 °
    Mon
    31 °
    Tue
    31 °

    ସମ୍ବନ୍ଧିତ