Friday, June 26, 2026
30.1 C
Odisha

    ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ; ବ୍ୟବଚ୍ଛେଦ ସମୟରେ ମହିଳାଙ୍କ ଗୁପ୍ତାଙ୍ଗରୁ ବାହାରିଲା ବେଲଣାକାଠି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଫିରୋଜାବାଦରୁ ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି।  ଜଣେ ମଦ୍ୟପ ସ୍ୱାମୀ ତାଙ୍କ ପତ୍ନୀଙ୍କୁ ଅତି ଯନ୍ତ୍ରଣାଦାୟକ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଛି।  ଏହି ହତ୍ୟାକାଣ୍ଡ ସମଗ୍ର ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ସାଧାରଣଲୋକଙ୍କ ଠାରୁ ଅ‌ାରମ୍ଭ କରି ପୁଲିସ ଓ ଡାକ୍ତର ବି ଏହି ବର୍ବର ହତ୍ୟାକାଣ୍ଡକୁ ନେଇ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ପ୍ରକାଶିତ ରିପୋର୍ଟ ମୁତାବକ, ରେଶମାଙ୍କ ଗତ ସୋମବାର ରାତିରେ ସ୍ୱାମୀ ସୁରଜିତଙ୍କ ସହ ଝଗଡ଼ା ହୋଇଥିଲା। ଏହି କାରଣରୁ ମଦ୍ୟପ ସୁରଜିତ୍ ଆଗପଛ କିଛି ବିଚାର ନକରି ରାଗ‌ରେ ରେଶମାଙ୍କ ହାତ ଓ ଗୋଡ ବାନ୍ଧି ପିଟିବା ଆରମ୍ଭ କରିଥିଲେ। କେବଳ ଏତିକି ନୁହେଁ, ସୁରଜିତ୍ ରେଶମାଙ୍କ ଗୁପ୍ତାଙ୍ଗରେ ଏକ ବେଲଣାକାଠି ବି ପୁରାଇ ଦେଇଥିଲେ। ସୁରଜିତଙ୍କ ନିଷ୍ଠୁରତା ଏଠାରେ ଶେଷ ହୋଇ ନଥିଲା। ସେ ତାଙ୍କ ରାଗ ଶାନ୍ତ କରିବାକୁ ରେଶମାଙ୍କୁ ଦାନ୍ତରେ କାମୁଡିବା ସହିତ ବେଲ୍ଟରେ ପିଟିପିଟି ଅତି ଯନ୍ତ୍ରଣାଦାୟକ ଭାବେ ହତ୍ୟା କରିଥିଳେ। ଏହି ହତ୍ୟା ଘଟଣାକୁ ନେଇ ସମଗ୍ର ଅଞ୍ଚଳ ସ୍ତବ୍ଧ ହୋଇଯାଇଛି।

    ୨୮ବର୍ଷ ବୟସ୍କା ରେଶମା ୧୦ ବର୍ଷ ପୂର୍ବେ ସୁରଜିତଙ୍କୁ ବିବାହ କରିଥିଲେ। ବିବାହର କିଛିବର୍ଷ ଠିକଠାକ ଚାଲିଥିଲା। ଏହାପରେ ଦୁହିଁଙ୍କ ସମ୍ପର୍କ‌ରେ ତିକ୍ତତା ଦେଖା ଦେଇଥିଲା।

    ସୁରଜିତଙ୍କର ମଦ୍ୟପାନ କରିବାର ଅଭ୍ୟାସ ଥିଲା। ଯାହାକୁ ରେଶମା ପସନ୍ଦ କରୁ ନଥିଲେ। ଏହି କାରଣରୁ ଦମ୍ପତିଙ୍କ ମଧ୍ୟରେ ପ୍ରାୟତଃ ଝଗଡ଼ା ଲାଗିଥାଏ। ଗତ ସୋମବାର ରାତିରେ ବିସୁରଜିତ ମଦ୍ୟପାନ କରି ଘରକୁ ଆସିଥିଲେ। ଏହପରେ କିଛି ପ୍ରସଙ୍ଗରୁ ନେଇ ରେଶମାଙ୍କ ସହ ତାଙ୍କର ଯୁକ୍ତିତର୍କ ଲାଗିଥିଲା।

    ଏଥିରେ ସୁରଜିତ ଏତେ ରାଗି ଯାଇଥିଲେ ଯେ ସେ ରେଶମାଙ୍କ ହାତ ଓ ଗୋଡ ବାନ୍ଧି ପିଟିବା ଆରମ୍ଭ କରିବା ସହିତ  ତାଙ୍କ ଗୁପ୍ତାଙ୍ଗରେ ଏକ ବେଲଣାକାଠି ପୁରାଇ ଦାନ୍ତରେ କାମୁଡିବା ସହିତ ବେଲ୍ଟରେ ପିଟିପିଟି ହତ୍ୟା କରିଥିଲେ।

    ଏହି ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ରେଶମାଙ୍କୁ ହତ୍ୟା କରିବା ପରେ ସୁରଜିତ ଘଟଣାସ୍ଥଳରୁ ପଳାଇ ଯାଇଥିଲେ। ରେଶମାଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପୁଲିସ ପଠାଇ ଦେଇଥିଲା। ପୋଷ୍ଟମର୍ଟମ ସମୟରେ ରେଶମାଙ୍କ ଗୁପ୍ତାଙ୍ଗରୁ ବେଲଣାକାଠି ବାହାରିବା ଦେଖି ଡାକ୍ତର ଓ ପୁଲିସ ସ୍ତବ୍ଧ ହୋଇଯାଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    30.1 ° C
    30.1 °
    30.1 °
    63 %
    1.1kmh
    14 %
    Fri
    37 °
    Sat
    38 °
    Sun
    37 °
    Mon
    37 °
    Tue
    34 °

    ସମ୍ବନ୍ଧିତ