Friday, June 26, 2026
30.1 C
Odisha

    ନିର୍ଜଳା ଏକାଦଶୀ ବ୍ରତ ସମୟରେ ଅଧିକ ଶୋଷ ଲାଗିଲେ ପିଇପାରିବେ ପାଣି, ଜାଣନ୍ତୁ ନିୟମ

    ଆଗକୁ ପଢନ୍ତୁ

    ହିନ୍ଦୁ ଧର୍ମରେ ଏକାଦଶୀ ବ୍ରତ ସବୁଠାରୁ କଠିନ ବ୍ରତ ମଧ୍ୟରେ ଅନ୍ୟତମ । ବର୍ଷକୁ ପଡୁଥିବା ୨୪ ଏକାଦଶୀ ବ୍ରତ ମଧ୍ୟରେ ସବୁଠାରୁ କଷ୍ଟ ହୋଇଥାଏ ନିର୍ଜଳା ଏକାଦଶୀ ବ୍ରତ । ଜ୍ୟେଷ୍ଠ ମାସ ଶୁକ୍ଳ ପକ୍ଷ ଏକାଦଶୀ ଦିନ ନିର୍ଜଳା ଏକାଦଶୀ ପାଳନ କରାଯାଏ । ଏହିଦିନ ଭଗବାନ ବିଷ୍ଣୁଙ୍କୁ ଶେଷରାଶି ରୂପେ ପୂଜା କରାଯାଏ । ଏହିଦିନ ବିନା ପାଣି, ଅନ୍ନ ଏବଂ ଫଳ ଗ୍ରହଣ ନ କରି ବ୍ରତ ପାଳନ କରାଯାଏ । ମାନ୍ୟତା ଅନୁଯାୟୀ, ଏହିଦିନ ବ୍ରତ କରିବା ଦ୍ୱାରା ୨୪ଟି ଏକାଦଶୀର ଫଳ ମିଳିଥାଏ । କୁହାଯାଏ କି, ନିଜ ଜୀବନରେ ଥରେ ହେଲେ ବି ନିର୍ଜଳା ଏକାଦଶୀ ବ୍ରତ କରିବା ଜରୁରୀ । ଏହାକୁ କରିବା ଦ୍ୱାରା ମୋକ୍ଷ ପ୍ରାପ୍ତି ହୋଇଥାଏ ।  ମାସକୁ ଦୁଇଥର ଏକାଦଶୀ ବ୍ରତ ପାଳନ କରାଯାଏ । ତେଣୁ ବର୍ଷକୁ ୨୪ଟି ଏକାଦଶୀ ବ୍ରତ ପଡିଥାଏ । ଏଥିମଧ୍ୟରୁ କିଛି ଏକାଦଶୀର ବିଶେଷ ମହତ୍ତ୍ବ ରହିଥାଏ ।

    ଧାର୍ମିକ ମାନ୍ୟତା ଅନୁଯାୟୀ, ଏହି ବ୍ରତ ରଖିବା ଦ୍ୱାରା ବ୍ୟକ୍ତିର ସବୁ ମନୋକାମନା ପୂର୍ଣ୍ଣ ହୋଇଥାଏ । ଏହାସହିତ ବ୍ରତ କରିବା ଦ୍ୱାରା ଭୀମଙ୍କୁ ୧୦ ହଜାର ହସ୍ତୀର ଶକ୍ତି ମଧ୍ୟ ମିଳିଥିଲା । ଯାହାଦ୍ୱାରା ଦୁର୍ଯ୍ୟୋଧନ ଉପରେ ବିଜୟ ଲାଭ କରିଥିଲେ ଭୀମ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ବ୍ରତ ପିଲା, ବୃଦ୍ଧ ଏବଂ ରୋଗୀ ବ୍ରତ କରିବା ଉଚିତ ନୁହେଁ । ନିର୍ଜଳା ଏକାଦଶୀ ଦିନ ପାଣି ପିଇବା ମଧ୍ୟ ଅନୁଚିତ । ଯଦି ଆପଣ ବ୍ରତ ସମୟରେ ପାଣି ପିଇବାକୁ ଚାହୁଁଚନ୍ତି, ତେବେ କେମିତି ପିଇବେ । ଏହାକୁ ନେଇ କିଛି ବିଧି କୁହାଯାଇଛି, ତେବେ ଜାଣନ୍ତୁ କ’ଣ :

    ନିର୍ଜଳା ଏକାଦଶୀ ଦିନ ଜଳ ଗ୍ରହଣ କରିବାକୁ ମନା କରାଯାଇଛି । ବ୍ରତର ନିୟମ ସଠିକ ଭାବେ ପାଳନ ନ କଲେ ବ୍ରତର ଫଳ କିଛି ମିଳିନଥାଏ । ତେବେ ବ୍ୟକ୍ତି ବ୍ରତ ସମୟରେ ଯଦି ଅତ୍ୟଧିକ ଦେହ ଖରାପ ହୋଇଯାଏ, ତେବେ ପାଣି ପିଇପାରିବେ । ତେଣୁ ଏଥିପାଇଁ ବ୍ରତଧାରୀ ୧୨ ଥର ଓମଃ ନମୋଃ ନାରାୟଣାୟ… ଜପ କରନ୍ତୁ । ଏହାପରେ ଥାଳିରେ ଜଳ ଦେଇ ଆଣ୍ଠୁ ଏବଂ କହୁଣୀ ଲଗାଇ ପଶୁ ପାଣି ପିଇବା ଭଳି ପିଇପାରିବେ । ଏହି ଜଳ ଗ୍ରହଣ କଲେ ବ୍ରତ ଭଙ୍ଗ ହୁଏନାହିଁ ।

     

    ଏକାଦଶୀ ବ୍ରତର ଫଳ ପାଇବା ପାଇଁ ସବୁକଥା ଧ୍ୟାନରେ ରଖିବାକୁ ପଡିଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବ୍ୟକ୍ତି ବ୍ରତ ପାରଣ କରିବା ସମୟରେ ଶୁଭ ମୁହୂର୍ତ୍ତ ଏବଂ ତିଥି ଦେଖିବା ଜରୁରୀ ।

    ଏକାଦଶୀ ବ୍ରତର ବିଧି:

    – ଏହି ଦିନ ସକାଳୁ ଜଲଦି ଉଠି ସ୍ନାନ କରି ବ୍ରତ ସଂକଳ୍ପ କରନ୍ତୁ ।
    – ଭଗବାନ ବିଷ୍ଣୁଙ୍କୁ ଧ୍ୟାନ କରି ପୂଜା କରନ୍ତୁ ।
    – ପୂଜା ପରେ ମଧ୍ୟ ଭଗବାନ ବିଷ୍ଣୁଙ୍କୁ ଧ୍ୟାନ ଏବଂ ନାମ ଜପ କରନ୍ତୁ ।
    – ପୁରା ଦିନ ବ୍ରତ ରଖିବା ପରେ ପର ଦିନ ସକାଳୁ ଗାଧୋଇ ଭଗବାନଙ୍କୁ ଭୋଗ ଲଗାନ୍ତୁ ଏବଂ ବ୍ରାହ୍ମଣକୁ ଦାନ କରି ବ୍ରତ ଶେଷ କରନ୍ତୁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    30.1 ° C
    30.1 °
    30.1 °
    63 %
    1.1kmh
    14 %
    Fri
    37 °
    Sat
    38 °
    Sun
    37 °
    Mon
    37 °
    Tue
    34 °

    ସମ୍ବନ୍ଧିତ