Monday, October 19, 2026
21.6 C
Odisha

    ଅଭିନେତ୍ରୀଙ୍କ କାର ଧକ୍କାରେ ଶ୍ରମିକଙ୍କ ମୃତ୍ୟୁ

    ଆଗକୁ ପଢନ୍ତୁ

    ମୁମ୍ବାଇ: ଗତଶନିବାର ସକାଳେ ମୁମ୍ବାଇର କାନ୍ଦିବଲି ଅଞ୍ଚଳରେ ମରାଠୀ ଅଭିନେତ୍ରୀ ଉର୍ମିଲା କୋଠାରେଙ୍କ କାର ଧକ୍କା ହେବା ପରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ସମତା ନଗର ପୁଲିସ ଷ୍ଟେସନର ଅଧିକାରୀଙ୍କ କହିବାନୁସାରେ,‘ ଅଭିନେତ୍ରୀ ଉର୍ମିଲା କୋଠାରେ ସୁଟିଂ ଶେଷ କରିବା ପରେ ଘରକୁ ଫେରୁଥିଲେ। ଏହି ସମୟରେ କାନ୍ଦିବଲି ପୂର୍ବାଞ୍ଚଳରେ ପୋଇସର ମେଟ୍ରୋ ଷ୍ଟେସନ ତଳେ ମେଟ୍ରୋ ରେଳରେ କାମ କରୁଥିବା ଦୁଇଜଣ ଶ୍ରମିକଙ୍କୁ ତାଙ୍କ କାର ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣାରେ ଅଭିନେତ୍ରୀ ଏବଂ ତାଙ୍କ ଚାଳକ ମଧ୍ୟ ଆହତ ହୋଇଛନ୍ତି। ସୌଭାଗ୍ୟବଶତଃ ଠିକ୍ ସମୟରେ ଏୟାରବ୍ୟାଗ ଖୋଲି ଯାଇଥିବା ବେଳେ ଅଭିନେତ୍ରୀଙ୍କ ଜୀବନ ବଞ୍ଚିଯାଇଥିଲା।

    ପୁଲିସ ଦେଇଥିବା ସୂଚନା ଅନୁଯାୟୀ, ଚାଳକ କାର ଉପରୁ ନିୟନ୍ତ୍ରଣ ହରାଇ ରାସ୍ତା କଡ଼ରେ କାମ କରୁଥିବା ଶ୍ରମିକଙ୍କୁ ଧକ୍କା ଦେଇଥିଲେ। ଏହି ଘଟଣାରେ କାର ଚାଳକଙ୍କ ବିରୋଧରେ ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଛି। ଅଭିନେତ୍ରୀ ଉର୍ମିଲା କୋଠାରେ ମରାଠୀରେ “ଦୁନିୟାଦରୀ” ଏବଂ ହିନ୍ଦୀରେ “ଥ୍ୟାଙ୍କ ଗଡ଼” ଭଳି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    21.6 ° C
    21.6 °
    21.6 °
    92 %
    1kmh
    54 %
    Mon
    30 °
    Tue
    30 °
    Wed
    30 °
    Thu
    29 °
    Fri
    29 °

    ସମ୍ବନ୍ଧିତ