Monday, March 2, 2026
34.4 C
Odisha

    ଗଞ୍ଜାମ ଜିଲ୍ଲା ଗସ୍ତର ଦ୍ୱିତୀୟ ଦିନରେ ଏକାଧିକ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ଫାଇଭ ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍

    ଆଗକୁ ପଢନ୍ତୁ

    ଗଞ୍ଜାମ ଜିଲ୍ଲା ଗସ୍ତର ଦ୍ୱିତୀୟ ଦିନରେ ଏକାଧିକ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ଫାଇଭ ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍ । ଆଜି ଭୋର ୬ଟାରେ ଏମକେସିଜି ମେଡିକାଲରେ ପହଞ୍ଚିଥିଲେ ପାଣ୍ଡିଆନ୍ । ମେଡିକାଲରେ ଚାଲିଥିବା କ୍ୟାନସର ହସ୍ପିଟାଲ ବୁଲି ଦେଖିବା ପରେ କିଭଳି କାମ ଶୀଘ୍ର ସରିବ ସେନେଇ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ପରେ ମେଡିକାଲ କନଫରେନ୍ସ ହଲରେ ପହଞ୍ଚି ଡାକ୍ତର, ଷ୍ଟାଫ୍ ନର୍ସ ଓ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିଥିଲେ । ଛାତ୍ରଛାତ୍ରୀଙ୍କ ହଷ୍ଟେଲ ସୁôବିଧା ସହ ଅନ୍ୟାନ୍ୟ ସୁବିଧା ସୁଯୋଗ ନେଇ ସିଧା ସଳଖ କଥା ହୋଇଥିଲେ । ସେହିପରି ନିର୍ମାଣଧୀନ ରିଂରୋଡର ବିକାଶ କାର୍ଯ୍ୟର ଅନୁଧ୍ୟାନ କରିଥିଲେ ଫାଇଭ ଟି ଅଧ୍ୟକ୍ଷ । ନିର୍ଦ୍ଧାରିତ ସମୟ ଭିତରେ କିଭଳି କାର୍ଯ୍ୟ ସମ୍ପୁର୍ଣ୍ଣ ହେବ ସେ ସମ୍ପର୍କରେ ଆଲୋଚନା କରିଥିଲେ । ଅନ୍ୟପଟେ ଛତ୍ରପୁର ବ୍ଲକର ସିନ୍ଦୁରପୁର ଗାଁରେ ଥିବା ସିନ୍ଦୁରଶ୍ୱର ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିବା ସହ ମନ୍ଦିର ବିକାଶ ପାଇଁ ୧ କୋଟି ୫୦ ଲକ୍ଷ ଟଙ୍କାର ପ୍ରକଳ୍ପ ଉଦଘାଟନ କରିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    34.4 ° C
    34.4 °
    34.4 °
    18 %
    4.2kmh
    6 %
    Mon
    35 °
    Tue
    36 °
    Wed
    37 °
    Thu
    38 °
    Fri
    39 °

    ସମ୍ବନ୍ଧିତ