Friday, September 11, 2026
27.3 C
Odisha

    ପନିପରିବା ଦରରେ ଲାଗିଛି ନିଆଁ, ଏପରି କହିଲେ ଖାଦ୍ୟ ମନ୍ତ୍ରୀ

    ଆଗକୁ ପଢନ୍ତୁ

    ବଜାରରେ ପରିବା ଦରରେ ହାତ ମାରି ହେଉନି। ଆଳୁ କିଲୋ ପିଛା ୩୦କୁ ପିଆଜ ୪୦ ଟଙ୍କାରେ ବିକ୍ରି ହେଉଛି। ପରିବା ଦର କଥା ନ କହିଲେ ଭଲ। ୮୦ ଟଙ୍କା ତଳକୁ ପରିବା ନାହିଁ। ପନିପରିବାଗୁଡ଼ିକର ଏପରି ଦର ଖାଉଟିଙ୍କୁ ବାଧୁଥିବା ବେଳେ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।

    ଏନେଇ ସେ କହିଛନ୍ତି, ନାସିକରୁ ପିଆଜ ୨୯.୫୩ ଟଙ୍କାରେ ଆସୁଛି। ପରିବହନ ଖର୍ଚ୍ଚ ମିଶି ତାହା ୩୪ ଟଙ୍କାରେ ପହଞ୍ଚୁଛି। ଏହି ଦାମରେ ବେପାରୀ ନାସିକରୁ ପିଆଜ ଆଣୁଛନ୍ତି। ଏହାପରେ ହୋଲସେଲର ଓ ରିଟେଲର ବେପାରୀ ନିଜ ଲାଭ ରଖି କେଜି ପ୍ରତି ୪୦ ଟଙ୍କାରେ ବିକ୍ରି କରୁଛନ୍ତି।

    ସେହିପରି ଆଳୁ ଲାଗି ଆସାମ ଓ ବେଙ୍ଗଲ ଉପରେ ଓଡ଼ିଶା ନିର୍ଭରଶୀଳ ରହିଛି। ସେଠାରେ ଦର ବଢ଼ିବାରୁ ଆମ ରାଜ୍ୟରେ ମଧ୍ୟ ଆଳୁ ଦର ବଢ଼ିଛି ବୋଲି କହିଛନ୍ତି ମନ୍ତ୍ରୀ । ତେବେ ଅନାବଶ୍ୟକ ହୋର୍ଡିଂ ଉପରେ ନଜର ରଖାଯାଇଛି। କୌଣସି ସ୍ଥାନରେ ଏଭଳି ଘଟଣା ସାମ୍ନାକୁ ଆସିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।

    ଅନ୍ୟପଟେ ଟମାଟୋ ଓ ପରିବା ଦର ବୃଦ୍ଧି ଉପରେ ପ୍ରତିକ୍ରିୟା ରଖି ମନ୍ତ୍ରୀ କହିଛନ୍ତି ଏହା ଉପରେ ସରକାରଙ୍କର ନିୟନ୍ତ୍ରଣ ନାହିଁ। ଦରବୃଦ୍ଧି ସମସ୍ୟାର ସମାଧାନ ଲାଗି ଆଗକୁ ପ୍ରତି ବ୍ଲକରେ ଶୀତଳ ଭଣ୍ଡାର ଖୋଲାଯିବ। ମାତ୍ର ଏଥିପାଇଁ ସମୟ ଲାଗିବ ବୋଲି ସେ କହିଛନ୍ତି।

    ପରିବା ଦାମ ଉପରମୁହାଁ ହେବା ପରେ ନିମ୍ନ ମଧ୍ୟବିତ୍ତ ପରିବାର ମଧ୍ୟରେ ଛନକା ପଶି ଯାଇଛି। ଟମାଟୋ କଥା ନହିବା ଭଲ।  କେଉଁଠି ଟମାଟୋ କିଲୋ ପିଛା ୮୦ ତ ଆଉ କେଉଁଠି ଶହେ ପାର୍‌ ହୋଇ ଯାଇଛି।  ଖାଲି ଟମାଟୋ ନୁହେଁ। କଲରାଠୁ କାଙ୍କଡ଼, ବିନ୍ସଠୁ ବାଇଗଣ ଯାଏଁ। ସମସ୍ତଙ୍କର ଅମୂଲ ମୂଲ । କେହି କାହାଠୁ କମ୍‌ ନୁହେଁ। କାହାକୁ ଶହେ ତ କାହାକୁ ଶହେ କୋଡ଼ିଏ ଟଙ୍କାରେ ବିକ୍ରି କରୁଛନ୍ତି ବ୍ୟବସାୟୀ।

    ରାଜ୍ୟର ବୃହତ ମଣ୍ଡି କୁହାଯାଉଥିବା କଟକର ଛତ୍ରବଜାର ଓ ରାଜଧାନୀ ଭୁବନେଶ୍ୱରର ଏକ ନମ୍ବର ହାଟରେ ବି ସ୍ଥତି ଅସମ୍ଭାଳ। ପରିବା ବ୍ୟାଗ ଧରି ବୁଲୁଛନ୍ତି ଖାଉଟି,ହେଲେ ଭର୍ତ୍ତି ହେଉନି ବ୍ୟାଗ୍‌।  ଗାଁ ଗହଳିରେ ବି ସମାନ ଅବସ୍ଥା । ସେଠାରେ ବି ପଡ଼ୁଥିବା ପରିବା ହାଟକୁ ଯିବାକୁ ଡରୁଛନ୍ତି ଲୋକେ । କାରଣ ପରିବା ଦରରେ ଲାଗିଥିବା ନିଆଁକୁ ସେମାନେ ସମ୍ଭାଳି ପାରୁ ନାହାନ୍ତି। ଆଉ ଖାଲି ବ୍ୟାଗ ଧରି ଘରକୁ ଫେରିବା କଷ୍ଟ ବି ସେମାନଙ୍କୁ ବେଶ୍‌ ବାଧୁଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    27.3 ° C
    27.3 °
    27.3 °
    81 %
    1.6kmh
    97 %
    Fri
    27 °
    Sat
    28 °
    Sun
    29 °
    Mon
    31 °
    Tue
    31 °

    ସମ୍ବନ୍ଧିତ