Monday, October 13, 2025
21.7 C
Odisha

    ୫୦ ହଜାର ଟଙ୍କା ନେଇ ଭିଜିଲାନ୍ସ ହାତରେ ପଡ଼ିଲେ ଖୋର୍ଦ୍ଧା ବ୍ଲକର ମହିଳା ସହକାରୀ ଯନ୍ତ୍ରୀ

    ଆଗକୁ ପଢନ୍ତୁ

    ଖୋର୍ଦ୍ଧା: ୫୦ ହଜାର ଟଙ୍କା ନେଇ ଭିଜିଲାନ୍ସ ହାତରେ ପଡ଼ିଛନ୍ତି ଖୋର୍ଦ୍ଧା ବ୍ଲକର ସହକାରୀ ଯନ୍ତ୍ରୀ ସଙ୍ଗୀତା ମହାପାତ୍ର। ଏମପି ଲ୍ୟାଡ଼ ପ୍ରକଳ୍ପ ପାଇଁ ପିସି ଟଙ୍କା ନେଉଥିବା ବେଳେ ‌ ଖୋର୍ଦ୍ଧା ଭିଜିଲାନ୍ସ ଟିମ ତାଙ୍କୁ ଧରିଛି।ସୂଚନା ଅନୁଯାୟୀ, ଏମପି ଲ୍ୟାଡ଼ ପ୍ରକଳ୍ପ ପାଇଁ ଜଣେ ଠିକାଦାରଙ୍କୁ ୧୦ ପ୍ରତିଶତ ପିସି ମାଗିଥିଲେ। ୧୮ ଲକ୍ଷ ଟଙ୍କାର ଏହି କାମର ପିସି ବାବଦରେ ଆଗରୁ ସହକାରୀ ଯନ୍ତ୍ରୀ ସଙ୍ଗୀତା ମହାପାତ୍ର ଠିକାଦାରଙ୍କଠାରୁ ୧ ଲକ୍ଷ ୩୦ ହଜାର ଟଙ୍କା ନେଇସାରିଥିଲେ। ଏନେଇ ଠିକାଦାରଙ୍କ ବାପା ଶିଶିର ମଙ୍ଗରାଜ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ। ପୂର୍ବ ଯୋଜନା ମୁତାବକ ଆଜି ଠିକାଦାର ଅବଶିଷ୍ଟ ୫୦ ହଜାର ଟଙ୍କା ଦେବା ବେଳେ ଖୋର୍ଦ୍ଧା ଭିଜିଲାନ୍ସ ଡିଏସପି ଚନ୍ଦ୍ରକଳା ଜେନା ଓ ନୂଆଗଡ଼ ଡିଏସପି ପ୍ରତ୍ୟୁଷ ମହାପାତ୍ରଙ୍କ ନେତୃତ୍ବରେ ଏକ ଟିମ୍ ଚଢ଼ଉ କରି ସହକାରୀ ଯନ୍ତ୍ରୀ ସଙ୍ଗୀତା ମହାପାତ୍ରଙ୍କୁ ଧରିଥିଲା ଏବଂ ତାଙ୍କଠାରୁ ୫୦ ହଜାର ଟଙ୍କା ଜବତ କରିଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    21.7 ° C
    21.7 °
    21.7 °
    90 %
    0.9kmh
    13 %
    Mon
    29 °
    Tue
    29 °
    Wed
    30 °
    Thu
    30 °
    Fri
    29 °

    ସମ୍ବନ୍ଧିତ