Friday, September 11, 2026
23.7 C
Odisha

    ରାଜପଥ ନିର୍ମାଣ ପାଇଁ ଖନନ କାର୍ଯ୍ୟ ଚାଲିଥିଲା । ମାଟିତଳୁ କିଛି ଜିନିଷ ବାହାରିଲା

    ଆଗକୁ ପଢନ୍ତୁ

    କେନ୍ଦ୍ରୀୟ ଫ୍ରାନ୍ସର କ୍ଲର୍ମୋଣ୍ଟ-ଫେରେଣ୍ଡ ସହରରେ ଏକ ରାଜପଥ ଖନନ ସମୟରେ ମାଟିତଳୁ ବାହାରିଥିବା କିଛି କବର ଦେଖି ବୈଜ୍ଞାନିକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାର୍ବନ ଡେଟିଂ ସହାୟତାରେ ଏହ ୪୦୦୦ ବର୍ଷ ପୁରୁଣା ବୋଲି ଜଣାପଡିଛି । ​​ଯାହା ସମସ୍ତଙ୍କୁ ଚକିତ କରିଦେଇଛି । ପୃଥିବୀର ଗର୍ଭରେ ଅସଂଖ୍ୟ ରହସ୍ୟ ଲୁଚି ରହିଛି । ଯେତେବେଳେ ବୈଜ୍ଞାନିକମାନେ ଏହାର ଅନୁସନ୍ଧାନ କରନ୍ତି ସେତେବେଳେ ଆମେ ସେ ବିଷୟରେ ଜାଣିବାକୁ ପାଇଥାଉ । ଯାହା ପ୍ରାୟତଃ ଆମକୁ ଆଶ୍ଚର୍ଯ୍ୟ କରିଥାଏ । ବୈଜ୍ଞାନିକମାନେ ଫ୍ରାନ୍ସରେ ଏପରି କିଛି ପାଇଛନ୍ତି । ଏକ ରାଜପଥ ନିର୍ମାଣ ପାଇଁ ସେଠାରେ ଖନନ କାର୍ଯ୍ୟ ଚାଲିଥିଲା । ସେତେବେଳେ ମାଟିତଳେ କିଛି ଅଜବ ଜିନିଷ ଦେଖିବାକୁ ମିଳିଥିଲା । ଯାହାକୁ ଦେଖି ଶ୍ରମିକମାନେ ଚକିତ ହେଇଯାଇଥିଲେ । ମାଟିତଳୁ କିଛି କବର ମିଳିଥିଲା । ଯେତେବେଳେ ଏଗୁଡିକର କାର୍ବନ ଡେଟିଂ କରାଯାଇଥିଲା ତାହାର ଫଳାଫଳ ଦେଖି ବୈଜ୍ଞାନିକମାନେ ଆଶ୍ଚର୍ଯ୍ୟ ହେଇ ଯାଇଥିଲେ । ଏଗୁଡ଼ିକ ୪୦୦୦ ବର୍ଷ ପୁରୁଣା କବର ବୋଲି ଜଣାପଡିଛି ।

    ଲାଇଭ ସାଇନ୍ସର ରିପୋର୍ଟ ଅନୁଯାୟୀ ୧୯୮୦ ଦଶକରେ କେନ୍ଦ୍ରୀୟ ଫ୍ରାନ୍ସର କ୍ଲର୍ମୋଣ୍ଟ-ଫେରେଣ୍ଡ ସହରରେ ନିର୍ମାଣ କାର୍ଯ୍ୟ ଚାଲିଥିଲା କିନ୍ତୁ କିଛି କାରଣରୁ କାମ ବନ୍ଦ ହୋଇ ଯାଇଥିଲା । ପରେ ୨୦୧୯ ରେ, ରାଜପଥ ନିର୍ମାଣ କାର୍ଯ୍ୟ ପୁଣି ଏଠାରେ ଆରମ୍ଭ ହୋଇଥିଲା । ସେ ପର୍ଯ୍ୟନ୍ତ ବୈଜ୍ଞାନିକମାନେ ଏହି ସ୍ଥାନ ବିଷୟରେ ଅଧିକ କିଛି ଜାଣି ନଥିଲେ। ଏହା ପରେ ଯେତେବେଳେ ସେଠାରେ ପୁନର୍ବାର ଖନନ ଆରମ୍ଭ ହେଲା ମାଟିତଳୁ ୬୩ ଟି କବର ଏବଂ ଶହ ଶହ କଳାକୃତି ବାହାରିଥିଲା । ଏଗୁଡିକ ପ୍ରାୟ ୪୦୦୦ ବର୍ଷ ପୁରୁଣା ଏବଂ ସେଗୁଡିକୁ ମଣିଷମାନଙ୍କ ସହିତ ସମାଧି ଦିଆଯାଇଥିବାର ଜଣାପଡ଼ିଛି । ଫ୍ରାନ୍ସର ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ପ୍ରିଭେଣ୍ଟିଭ୍ ଆର୍କିଓଲୋଜିକାଲ ରିସର୍ଚ (INRAP) ଏହି ସୂଚନା ଦେଇଛି । ସେବେଠାରୁ ମଣିଷମାନେ ଏଠାରେ ରହୁଥିଲେ

    ରେଡିଓକାର୍ବନ୍ ଡେଟିଂରୁ ଜଣାପଡିଛି ଯେ ମେସୋଲିଥିକ୍ କିମ୍ବା ମଧ୍ୟମ ପ୍ରସ୍ତର ଯୁଗରେ ପ୍ରାୟ ୬୦୦୦ ଖ୍ରୀଷ୍ଟପୂର୍ବରେ ମଣିଷମାନେ ଏହି ଅଞ୍ଚଳକୁ ପରିଦର୍ଶନ କରିଥିଲେ କିନ୍ତୁ ଏଠାରେ ମାନବ ବାସ କରିବାର ପ୍ରମାଣ ନବ ପ୍ରସ୍ତର ଯୁଗ ସମୟରୁ ଆରମ୍ଭ ହୋଇଥିଲା ବୋଲି ଜଣାପଡିଛି । ତା’ପରେ ମଣିଷ ଏଠାରେ ବସତି ସ୍ଥାପନ ଆରମ୍ଭ କରିଥିଲେ । ଚାଷ ମଧ୍ୟ କରୁଥିବାର ପ୍ରମାଣ ମିଳିଛି । କବର ନିକଟରେ କିଛି ଚୀନା ମାଟି ବାସନ ଏବଂ ଚୁଲି ମଧ୍ୟ ମିଳିଥିଲା । ଏଗୁଡ଼ିକ ଖ୍ରୀଷ୍ଟପୂର୍ବ ୪୭୫୦ ରୁ ୪୫୦୦ ମଧ୍ୟରେ ଥିବା ପରି ଜଣାପଡିଛି । ପ୍ରତ୍ନତତ୍ତ୍ୱବିତ୍ମାନେ ଏଠାରେ ଅନେକ ପ୍ରକାରର କବର ପାଇଛନ୍ତି । ଏଥିମଧ୍ୟରୁ ଅଧିକାଂଶ ଏପରି ଅଟେ ଯେଉଁଥିରେ କୌଣସି ସାଜସଜ୍ଜା ବିନା ମୃତ ଶରୀରକୁ ପୋତି ଦିଆଯାଇଛି । ଅର୍ଥାତ୍ ଏକ ଗାତ ଖୋଳାଯାଇ ଅତି ସାଧାରଣ ଭାବରେ ପୋତି ଦିଆଯାଇଛି । କେତେକ ଶବକୁ ଆଣ୍ଠୁମାଡି ମଧ୍ୟ ପୋତି ଦିଆଯାଇଛି ତ ଆଉ କେତେକକୁ ଆଣ୍ଠୁମାଡ଼ି ଗୋଟେ ପଟକୁ ମାଡି ଶୋଇବା ମୁଦ୍ରାରେ ପୋତାଯାଇଛି । ଅନୁସନ୍ଧାନକାରୀମାନେ ଶୁଖିଲା ପଥରରେ ନିର୍ମିତ ଅନେକ କବର ପାଇଥିଲେ, ଯାହା ବୋଧହୁଏ ସେ ଅଞ୍ଚଳ ପାହାଡିଆ ହୋଇଥିବାର ଅନୁମାନ କରାଯାଉଛି । ସେଥିରେ ଅନେକ ମୃତଦେହ ଏକାଠି ପୋତି ଦିଆଯାଇଥିଲା ।

    ସେବେଠାରୁ ଶବଦାହ ପ୍ରଥା ଆରମ୍ଭ ହେଲା !

    ପ୍ରତ୍ନତତ୍ତ୍ୱବିତ୍ମାନେ ମଧ୍ୟ ଲମ୍ବା ପଥରରେ ନିର୍ମିତ ସିଷ୍ଟ କିମ୍ବା କବର ପାଇଛନ୍ତି । ଏଥିରୁ ଜଣାପଡୁଛି ଯେ ଏହି ସମୟ ପର୍ଯ୍ୟନ୍ତ ଲୋକମାନେ ଏହି ସ୍ଥାନରେ ରହୁ ନଥିଲେ, କିନ୍ତୁ ଏହାକୁ ଏକ ସମାଧି ସ୍ଥାନ ଭାବରେ ବ୍ୟବହାର କରିଆସୁଥିଲେ । ଖ୍ରୀଷ୍ଟପୂର୍ବ ୪ ର୍ଥ ଶତାଦ୍ଦୀ ପର୍ଯ୍ୟନ୍ତ, ଶବଦାହ ଅଭ୍ୟାସ ଆରମ୍ଭ ହୋଇଯାଇଥିଲା । ଯେପରି ଦୁଇଟି ପୃଥକ କବରରେ ଶବଦାହ କରାଯାଇଥିଲା। ଏହି ସମୟରୁ ଗୃହ ସଂରଚନାର ରେଡିଓକାର୍ବନ୍ ଡେଟିଂ ଅନୁଯାୟୀ, ଲୋକମାନେ ମଧ୍ୟ ସେହି ସ୍ଥାନକୁ ଫେରିଯାଇଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    23.7 ° C
    23.7 °
    23.7 °
    98 %
    0.9kmh
    98 %
    Fri
    27 °
    Sat
    28 °
    Sun
    29 °
    Mon
    31 °
    Tue
    31 °

    ସମ୍ବନ୍ଧିତ