Monday, June 15, 2026
27.6 C
Odisha

    ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ରଙ୍କ ଘରେ ଭିଜିଲାନ୍ସ: ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୯ଟି ସ୍ଥାନରେ ଚଢଉ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଆର ଆଣ୍ଡ ବିର ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ରଙ୍କ ଘର ସମେତ କଟକ, ଭୁବନେଶ୍ବର ଓ ଝାରସୁଗୁଡ଼ାର ୯ଟି ସ୍ଥାନରେ ଭିଜିଲାନ୍ସ ଚଢଉ। ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୯ଟି ସ୍ଥାନରେ ଚଢଉ ଚାଲିଛି। ସୂଚନା ଅନୁଯାୟୀ, କଟକ ଜିଲ୍ଲା ତିଗିରିଆରେ ଥିବା ପୈତୃକ ଘର, ରାଜଧାନୀ ନୟାପଲ୍ଲୀର ଅର୍ପଣ ଆପାର୍ଟମେଣ୍ଟରେ ଥିବା ଦୁଇଟି ଫ୍ଲାଟ୍, ଖଣ୍ଡଗିରିର ଏକ ଆପାର୍ଟମେଣ୍ଟରେ ଥିବା ଦୁଇଟି ଫ୍ଲାଟ୍ ଏବଂ ଝାରସୁଗୁଡ଼ାର ଆଶିଆନା ଆପାର୍ଟମେଣ୍ଟରେ ଥିବା ତିନିଟି ଫ୍ଲାଟରେ ଚଢଉ କରୁଛି ଭିଜିଲାନ୍ସ ଟିମ୍। ଆଜି ଭୋର ୪ଟା ବେଳୁ ଭିଜିଲାନ୍ସ ପକ୍ଷରୁ ଚଢଉ ଆରମ୍ଭ ହୋଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    27.6 ° C
    27.6 °
    27.6 °
    67 %
    1.5kmh
    100 %
    Mon
    39 °
    Tue
    41 °
    Wed
    43 °
    Thu
    41 °
    Fri
    35 °

    ସମ୍ବନ୍ଧିତ