Sunday, August 2, 2026
25.5 C
Odisha

    ୫୦ ହଜାର ଲାଞ୍ଚ ନେବାବେଳେ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ମାଡ଼ି ବସିଲା ଭିଜିଲାନ୍ସ

    ଆଗକୁ ପଢନ୍ତୁ

    ବଲାଙ୍ଗୀର: ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ପଡିଛନ୍ତି ପାଟଣାଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ। ବଲାଙ୍ଗିର ପାଟଣାଗଡ଼ର ସହକାରୀ ଯନ୍ତ୍ରୀ ସୁଜିତ ପାଢ଼ୀ ବିଲ୍ ପାସ ପାଇଁ କଣ୍ଟ୍ରାକ୍ଟରଙ୍କଠୁ ୫୦ ହଜାର ଲାଞ୍ଚ ନେବା ବେଳେ ଭିଜିଲାନ୍ସ ତାଙ୍କୁ ଧରିଛି। ମିଳିଥିବା ସୂଚନା ଅନୁସାରେ ପାଇଁ କଣ୍ଟ୍ରାକ୍ଟରଙ୍କୁ ତାଙ୍କର ଏକ ବିଲ୍‌ ପାସ୍‌ କରାଇବା ପାଇଁ ପାଟଣାଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ସୁଜିତ ପାଢ଼ୀ ଏକ ଲକ୍ଷ ଲାଞ୍ଚ ମାଗିଥିଲେ। ଏନେଇ ଉକ୍ତ କଣ୍ଟ୍ରାକ୍ଟର ଭିଜିଲାନ୍ସକୁ ଜଣାଇଥିଲେ। ଆଜି ଯନ୍ତ୍ରୀ ସୁଜିତ ପାଢୀ ନିଜ ଅଫିସରେ ଉକ୍ତ ଠିକାଦାରଙ୍କଠାରୁ ବିଲ୍ ପାସ୍ କରାଇବା ପାଇଁ ତାଙ୍କଠାରୁ ୫୦ ହଜାର ଟଙ୍କା ଅଗ୍ରୀମ ନେଉଥିବା ବେଳେ ଭିଜିଲାନ୍ସ ଟିମ୍‌ ମାଡିବସିଥିଲା। ଭିଜିଲାନ୍ସ ଉକ୍ତ ୫୦ ହଜାର ଟଙ୍କା ଓ ତାଙ୍କ ଅଫିସରୁ କିଛି କାଗଜପ୍ରତ୍ର ନେବା ସହ ତାଙ୍କୁ ବଲାଙ୍ଗୀର ନେଇ ଯାଇଥିବା ଜଣାପଡ଼ିଛି। ତେବେ ଧରାପଡ଼ିବା ପରେ ସୁଜିତ ପାଢ଼ୀଙ୍କ ୩ଟି ଠିକଣାରେ ମଧ୍ୟ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    25.5 ° C
    25.5 °
    25.5 °
    89 %
    1.3kmh
    82 %
    Sun
    31 °
    Mon
    31 °
    Tue
    30 °
    Wed
    29 °
    Thu
    30 °

    ସମ୍ବନ୍ଧିତ