Monday, March 30, 2026
40.5 C
Odisha

    ପୋଖରୀରେ ଖେଳକୁଦ କଲେ ହାତୀପଲ, ଭୟରେ ଶୋଇପାରିଲେନି ଗ୍ରାମବାସୀ ଓ ବନ ବିଭାଗର କର୍ମଚାରୀ

    ଆଗକୁ ପଢନ୍ତୁ

    ଘୁ.ଉଦୟଗିରି: ୧୮ଟିକିଆ ହାତୀପଲ ରେଟୁଡି ଗ୍ରାମବାସୀ ଏବଂ ବନ କର୍ମଚାରୀଙ୍କ ନିଦ ହଜେଇଦେଲାଣି। ଦୀର୍ଘ ୧୫ଦିନ ହେଲା ସ୍ଥାନୀୟ ଅଞ୍ଚଳରେ ୧୮ଗୋଟି ହାତୀ ପଲ ମାତିଥିବା ବେଳେ ପ୍ରଥମେ କୁରୁମିଙ୍ଗିଆ ଅଞ୍ଚଳ ଏବଂ ଏହାର ଆଖପାଖ ଅଞ୍ଚଳ ସହ ଘୁ.ଉଦୟଗିରି କଳିଙ୍ଗା ମୁଖ୍ୟ ରାସ୍ତାକୁ ପଳେଇଆସିଥିଲେ। କିନ୍ତୁ ବନ କର୍ମଚାରୀଙ୍କ ଚେଷ୍ଟା ଫଳରେ ହାତୀପଲଙ୍କୁ ଉତ୍ତର ଘୁମୁସର ବନଖଣ୍ଡ ସୀମା ଭିତରକୁ ତଡି ଦେବାରେ ସଫଳ ହୋଇ ଶାନ୍ତିରେ ନିଶ୍ୱାସ ମାରୁଥିବା ବେଳେ ଖାଦ୍ୟ ଏବଂ ପାନୀୟ ଅଭାବ ଯୋଗୁଁ ହାତୀପଲ ପୁଣି କନ୍ଧମାଳ ମୁଁହା ହୋଇ ରେଟୁଡି ଜଙ୍ଗଲରେ ପ୍ରବେଶ କରି ଦୀର୍ଘ ୫ଦିନ ହେଲା ଆତଙ୍କ ସୃଷ୍ଟି କରିଚାଲିଛନ୍ତି।

    ଗୋଟିଏ ଦନ୍ତା ହାତୀ ଆକ୍ରମଣରେ ୩ଦିନ ତଳେ ରେଟୁଡି ଗ୍ରାମର ଜଣେ ୨୫ବର୍ଷୀୟ ଯୁବକ ଗୁରୁତର ହୋଇଥିବା ବେଳେ ହାତୀ ଭୟରେ ରେଟୁଡି ଗ୍ରାମବାସୀ ସଞ୍ଜ ନଇଁଲେ ତାଟି କବାଟ ପକେଇ ଘରେ ଭୟଭୀତ ହୋଇରହୁଥିବା ବେଳେ ବନ ବିଭାଗ କର୍ମଚାରୀ ରାତିରେ ରେଟୁଡି ଗ୍ରାମରେ ପହଞ୍ଚି ହାତୀପଲର ଗତିବିଧି ଉପରେ ନଜର ରଖୁଥିବା ବେଳେ ହାତୀପଲ କେବେ ନିଜ ଅଞ୍ଚଳକୁ ଫେରିବେ ସେଇ ଚିନ୍ତାରେ ପଡିଛନ୍ତି ସମସ୍ତେ। ହାତୀପଲ ବର୍ତ୍ତମାନ ରେଟୁଡି ପାହାଡ଼ ତଳ ସମତୁଲ ଅଞ୍ଚଳରେ ଏକ ପୋଖରୀରେ ଖେଳକୁଦ କରି ମଜ୍ଜା ଉଠାଉଥିବା ଦୃଶ୍ୟ ଦେଖୁବାକୁ ମିଳିଛି। ବିଶେଷ କରି ୫ଗୋଟି ଛୁଆ ହାତୀ ପୋଖରୀରେ ବହୁ ସମୟଧରି ଖେଳୁଥିବା ବେଳେ ଗ୍ରୀଷ୍ମ ଦାଉରୁ ରକ୍ଷା ପାଇବା ପାଇଁ ପୋଖରୀର ସହରରେ ହାତୀପଲ। ଦିନତାମାମ ଜଙ୍ଗଲରେ ବୁଲି ବୁଲି ଖାଦ୍ୟ ସଂଗ୍ରହ କରୁଥିବା ବେଳେ ରେଟୁଡି ଜଙ୍ଗଲରେ ପର୍ଯ୍ୟାପ୍ତ ଆମ୍ବ, ପଣସ ରହିଛି ଯାହା ହାତୀପଲଙ୍କ ଖାଦ୍ୟ ମେଣ୍ଟାଉଥିବା ଏବଂ ବର୍ତ୍ତମାନ ଜଙ୍ଗଲରେ ସମସ୍ତ ଗଛରେ ସବୁଜ ପତ୍ରରେ ଭରି ରହିଥିବା ଯୋଗୁଁ ହାତୀପଲ ଜଙ୍ଗଲ ଛାଡି ଯିବାକୁ ନାରାଜ।

    ଅନ୍ୟପଟେ ରେଟୁଡି ଗ୍ରାମର ସମସ୍ତ ଜମି ପାହାଡ଼ ତଳ ସମତଳ ଅଞ୍ଚଳରେ ଥିବା ବେଳେ ହାତୀ ପଲ ସମସ୍ତ ଧାନ ଜମିରେ ବିଚରଣ କରି ପାଚିଲା ଧାନ ଖାଇବା ସହ ଅନ୍ୟ ସବୁ ଜମିରେ ଚାଲି ଚାଲି ନଷ୍ଟ କରିଚାଲିଛନ୍ତି। ଜମିରେ ସୁନାର ଫସଲ ନଷ୍ଟ ହେଉଥିବା ଦେଖି ଚାଷୀ ମୁଣ୍ଡରେ ହାତଦେଇ ବସିଛନ୍ତି। ବର୍ତ୍ତମାନ ଆମ୍ବର ଋତୁ ହୋଇଥିବା ବେଳେ ରେଟୁଡି ଗ୍ରାମର ଅଧିବାସୀ ହାତୀପଲ ଭୟରେ ଜଙ୍ଗଲ କୁ ଯିବାକୁ ଭୟ କରି ହାତଯୋଡି ଘରେ ବସିରହୁଛନ୍ତି। ହାତୀପଲ ଯୋଗୁଁ ଗ୍ରାମବାସୀଙ୍କ ଆୟ ପନ୍ଥା ସମ୍ପୂର୍ଣ୍ଣ ଠପ ହୋଇଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    40.5 ° C
    40.5 °
    40.5 °
    13 %
    3.6kmh
    4 %
    Mon
    40 °
    Tue
    39 °
    Wed
    39 °
    Thu
    41 °
    Fri
    40 °

    ସମ୍ବନ୍ଧିତ