Sunday, March 22, 2026
32 C
Odisha

    ରେଳ ଚାକିରିରୁ ଇସ୍ତଫା ଦେବା ପରେ ଭିନେଶ କହିଲେ ଏଭଳି କଥା..

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ବିନେଶ ଫୋଗଟ ପ୍ୟାରିସ ଅଲିମ୍ପିକ୍ସରୁ ଫେରି ଦିଲ୍ଲୀ ବିମାନବନ୍ଦରରେ ପଞ୍ଚିବା ପରେ ଲୋକଙ୍କ ସମର୍ଥନ ଦେଖି ସେ କାନ୍ଦି ପକାଇଥିଲେ। ଏଥିସହିତ ଏଭଳି ସମର୍ଥନ ପାଇଁ ବିନେଶ ଦେଶବାସୀଙ୍କୁ ଧନ୍ୟବାଦ ବି ଜଣାଇଥିଲେ। ସମ୍ପ୍ରତି ଖବର ମିଳିଛି କି କୁସ୍ତିଯୋଦ୍ଧା ବିନେଶ ଫୋଗଟ ଶୁକ୍ରବାର କଂଗ୍ରେସ ପାର୍ଟିରେ ସାମିଲ ହେବାପୂର୍ବରୁ ରେଳବାଇ ଚାକିରିରୁ ଇସ୍ତଫା ଦେଇଦେଇଛନ୍ତି। ଏସମ୍ପର୍କରେ ନିଜେ ବିନେଶ ଫୋଗଟ ସୂଚନା ଦେଇଛନ୍ତି।

    ବିନେଶ ରେଳବାଇ ଚାକିରିରୁ ଇସ୍ତଫା ଦେଇ କହିଛନ୍ତି, ‘ରେଳବାଇରେ ଚାକିରି କରିବାର ପ୍ରତିଟି ମୁହୂର୍ତ୍ତ ମୋ ପାଇଁ ସ୍ମୃତି ହୋଇ ରହିବ। ଏହି ମୁହୂର୍ତ୍ତ ମୋ ପାଇଁ ଗୌରବ। ରେଳ ପରିବାର ପ୍ରତି ମୁଁ ସର୍ବଦା କୃତଜ୍ଞ।
    ଜୀବନର ଏହି ମୁହୂର୍ତ୍ତରେ ମୁଁ ନିଜସ୍ବ ଭାବେ ରେଳସେବାରୁ ଓହରି ଯିବା ପାଇଁ ନିଷ୍ପତ୍ତି ନେଇଛି। ଏଥିପାଇଁ ମୋ ଉପରେ କେହି ଚାପ ପକାଇ ନାହାନ୍ତି। ମୋର ଇସ୍ତଫା ପତ୍ର ରେଳ ଅଧିକାରୀଙ୍କ ନିକଟରେ ଦାଖଲ କରିଛି। ଦେଶର ସେବା ପାଇଁ ରେଳବାଇ ଦ୍ବାରା ଦିଆଯାଇଥିବା ଏହି ଅବସର ପାଇଁ ମୁଁ ଭାରତୀୟ ରେଳ ପରିବାର ପାଖରେ ଚିର ଋଣୀ। ଏହି ପରିବାରର ସାହାଯ୍ୟ ଓ ସହଯୋଗକୁ ମୁଁ କଦାପି ଭୁଲି ପାରିବି ନାହିଁ।

    ସୂଚନାଯୋଗ୍ୟ, କୁସ୍ତିଯୋଦ୍ଧା ବିନେଶ ଓ ବଜରଙ୍ଗ ପୁନିଆ ଆଜି ଅଧିକାରିକ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି। ଉଭୟ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଭେଟିଥିଲେ। ଏହି ସମୟରେ କଂଗ୍ରେସର ସାଧାରଣ ସମ୍ପାଦକ କେ.ସି ଭେଣୁଗୋପାଲ ମଧ୍ୟ ଉପସ୍ଥିତ ଥିଲେ। ଦୁହେଁ ହରିୟାଣା ନିର୍ବାଚନ ଲଢ଼ିବାର ଯୋଜନା ରହିଛି।

    ଦୁଇ ଦିନ ପୂର୍ବେ ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସର ପୂର୍ବତନ ସଭାପତି ତଥା ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କୁ ଭେଟିଥିଲେ। ସେବେଠାରୁ ଚର୍ଚ୍ଚା ହେଉଥିଲା ଯେ ଫୋଗାଟ୍ ଏବଂ ପୁନିଆ କଂଗ୍ରେସ ଟିକେଟରେ ନିର୍ବାଚନ ଲଢ଼ିପାରନ୍ତି। ତେବେ ଏପର୍ଯ୍ୟନ୍ତ ଉଭୟଙ୍କ ଟିକେଟ୍ ସମ୍ପର୍କରେ ଦଳ ପକ୍ଷରୁ କୌଣସି ଅଧିକାରୀକ ଘୋଷଣା କରାଯାଇ ନାହିଁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    32 ° C
    32 °
    32 °
    17 %
    4.1kmh
    4 %
    Sun
    33 °
    Mon
    34 °
    Tue
    37 °
    Wed
    38 °
    Thu
    40 °

    ସମ୍ବନ୍ଧିତ