Sunday, November 2, 2025
22.3 C
Odisha

    ୫-ଟି ଅଧୢକ୍ଷଙ୍କ କେନ୍ଦ୍ରାପଡ଼ା ଗସ୍ତ: ‘ସାରା ଓଡ଼ିଶାକୁ ରୋଜଗାର ଯୋଗାଇବ କେନ୍ଦ୍ରାପଡ଼ା’

    ଆଗକୁ ପଢନ୍ତୁ

    କେନ୍ଦ୍ରାପଡ଼ା / ରାଜନଗର / ପଟ୍ଟାମୁଣ୍ଡାଇ: କେନ୍ଦ୍ରାପଡ଼ା ଜିଲ୍ଲାକୁ ମୁଖ୍ୟମନ୍ତ୍ରୀ ଭାରି ଭଲ ପାଆନ୍ତି। ଜାପାନ ଗସ୍ତରେ ଯିବା ବେଳେ କେନ୍ଦ୍ରାପଡ଼ା କଥା ମୁଖ୍ୟମନ୍ତ୍ରୀ ୧୫ ଥର ଉଠାଇଥିଲେ। ସେଥିପାଇଁ ଏବେ କେନ୍ଦ୍ରାପଡ଼ାକୁ ଶିଳ୍ପ ଆସୁଛି। ପୃଥିବୀର ସବୁଠୁ ବଡ଼ ଇସ୍ପାତ କାରଖାନା ଆର୍ସେଲର ମିତ୍ତଲ ଓ ନିପନ ସ˚ସ୍ଥା କେନ୍ଦ୍ରାପଡ଼ାରେ ଶିଳ୍ପ କରିବାକୁ ଯାଉଛନ୍ତି। ଶିଳ୍ପ ହେଲେ ୨୦ ହଜାରରୁ ଅଧିକ ବେକାର ଯୁବକଯୁବତୀ ନିଯୁକ୍ତି ପାଇବେ। ସାରା ଓଡ଼ିଶାକୁ କେନ୍ଦ୍ରାପଡ଼ା ରୋଜଗାର ଯୋଗାଇବ। ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ସମୀକ୍ଷା ପାଇଁ କେନ୍ଦ୍ରାପଡ଼ା ଗସ୍ତରେ ଆସିଥିବା ୫-ଟି ଅଧୢକ୍ଷ ତଥା ‘ଆମ ଓଡିଶା ନବୀନ ଓଡିଶା’ର ଅଧ୍ୟକ୍ଷ ଭି. କାର୍ତ୍ତିକେୟନ ପାଣ୍ତିଆନ ଏହା କହିଛନ୍ତି।
    ଇଚ୍ଛାପୁରସ୍ଥିତ ରଥଦାଣ୍ତରେ ବିଜେଡି ପକ୍ଷରୁ ଆୟୋଜିତ ଏକ ସାଧାରଣ ସଭାରେ ଉଦ୍‌ବୋଧନ ଦେଇ ଶ୍ରୀ ପାଣ୍ଡିଆନ କହିଥିଲେ ଯେ ବିଜୁ ବାବୁଙ୍କ କର୍ମଭୂମି ହେଉଛି କେନ୍ଦ୍ରାପଡ଼ା। ସେଥିପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲାର ଉନ୍ନତି ପାଇଁ ଅହରହ ଉଦ୍ୟମ କରୁଛନ୍ତି। ବିରୋଧୀ ଏହାକୁ ସହ୍ୟ କରିପାରୁନାହାନ୍ତି। ଘରେ ଯେମିତି କିଛି ଛୁଆ ଶୋଇବାର ଅଭିନୟ କରି ଯେତେ ଉଠାଇଲେ ବି ଉଠନ୍ତି ନାହିଁ, ଏମାନେ ମଧୢ ସେମିତି ଉଠନ୍ତି ନାହିଁ। ସେମାନଙ୍କୁ ସେମିତି ଶୋଇବାକୁ ଦିଆଯାଉ ବୋଲି କଟାକ୍ଷ କରିଥିଲେ ପାଣ୍ତିଆନ। ସେ ଆହୁରି କହିଲେ ଯେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଆନ୍ତର୍ଜାତିକ ସମ୍ମାନ ହାସଲ କରିଛି। ଏକଦା ଦେବାଳିଆ ସ୍ଥିତିରେ ଥିବା ଓଡ଼ିଶା ୨୦୧୧ମସିହାରୁ ବଳକା ଖାଦ୍ୟ ରାଜ୍ୟ ରୂପେ ପରିଗଣିତ ହୋଇ ଆସୁଛି। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ପ୍ରତି ମାସରେ ଦେଢ଼ ଲକ୍ଷ ପରିବାର ଉପକୃତ ହେଉଛନ୍ତି। ସେମାନଙ୍କ ପିଛା ସରକାର ୨୬୦କୋଟି ଟଙ୍କା ଖର୍ଚ୍ଚ କରୁଛି। ସ୍କୁଲ୍‌, କଲେଜ, ମଠ, ମନ୍ଦିର, ମସଜିଦ୍‌, ଚର୍ଚ୍ଚ ସମେତ ଐତିହ୍ୟସ୍ଥଳୀ ଗୁଡ଼ିକର ରୂପାନ୍ତରଣ କାର୍ଯ୍ୟ ଚାଲୁ ରହିଛି। କେନ୍ଦ୍ରାପଡ଼ା ଜିଲ୍ଲାରେ ସମସ୍ତ ହାଇସ୍କୁଲ୍‌ ଓ କଲେଜର ରୂପାନ୍ତରଣ କରାଯାଉଛି। ୫୦ପ୍ରତିଶତ କାମ ସରିଲାଣି। ବାକି କାମ ଆସନ୍ତା ଦୁଇ ମାସ ଭିତରେ ସରିବ ବୋଲି ଶ୍ରୀ ପାଣ୍ଡିଆନ କହିଥିଲେ।

    ସେହିଭଳି ବଳଦେବଜିଉ ମନ୍ଦିର ଉନ୍ନତୀକରଣ ପାଇଁ ମୁଖ୍ୟମନ୍ତ୍ରୀ ପୂର୍ବରୁ ଅନୁଦାନ ଦେଇଛନ୍ତି। ଆଗକୁ ମଧୢ ଏହାର ରୂପାନ୍ତର ପାଇଁ ପଦକ୍ଷେପ ନିଆଯିବ। କେନ୍ଦ୍ରାପଡ଼ା ଜିଲ୍ଲାରୁ ଆସୁଥିବା ସବୁ ଦାବିକୁ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ରହିଛି। ମହାପ୍ରଭୁ ବଳଦେବଜିଉଙ୍କ ଆଶୀର୍ବାଦ ଓ ଆପଣମାନଙ୍କ ସହଯୋଗ ରହିଲେ ବିକଶିତ କେନ୍ଦ୍ରାପଡ଼ା ଜିଲ୍ଲା ଗଠନର ସ୍ବପ୍ନ ମୁଖ୍ୟମନ୍ତ୍ରୀଙ୍କର ନିଶ୍ଚୟ ସାକାର କରିବେ ବୋଲି ସେ କହିଥିଲେ। କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ପ୍ରାରମ୍ଭିକ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କେନ୍ଦ୍ରାପଡ଼ା ଜିଲ୍ଲାର ବିକାଶ ପାଇଁ ନେଉଥିବା ବିଭିନ୍ନ ପଦକ୍ଷେପ ସ˚ପର୍କରେ ଜନସାଧାରଣଙ୍କୁ ସୂଚନା ଦେବା ସହିତ ରୂପାନ୍ତର କାର୍ଯ୍ୟକ୍ରମକୁ ସାକାର ରୂପ ଦେଉଥିବାରୁ ଶ୍ରୀ ପାଣ୍ତିଆନଙ୍କୁ ପ୍ରଶ˚ସା କରିଥିଲେ। ଅନ୍ୟମାନଙ୍କ ମଧୢରେ ଜିଲ୍ଲା ପରିଷଦ ସଭାପତି ଗୀତାଞ୍ଜଳି ସେଠୀ, କେନ୍ଦ୍ରାପଡ଼ା ପୌରପାଳିକା ଅଧୢକ୍ଷା ସରିତା ସାହୁ, ପାଟକୁରା ବିଧାୟିକାଙ୍କ ପ୍ରତିନିଧି ସ˚ଜୟ ଅଗ୍ରଵାଲ ପ୍ରମୁଖ ମ˚ଚରେ ଉପସ୍ଥିତ ଥିଲେ। କେନ୍ଦ୍ରାପଡ଼ା ବିଧାୟକ ଶଶିଭୂଷଣ ବେହେରା ଧନ୍ୟବାଦ ଦେଇଥିଲେ। ପ୍ରାରମ୍ଭରେ ରାଜନଗରରୁ ଆସି ତିନିମୁହାଣୀ ଛକରେ ସ˚ଧୢାରେ ପହଞ୍ଚିବା ପରେ ସେଠାରେ ଶ୍ରୀ ପାଣ୍ଡିଆନଙ୍କୁ ସ୍ବାଗତ ସମ୍ବର୍ଧନା ଦିଆଯିବା ସହିତ ଦଳ ପକ୍ଷରୁ ଏକ ବାଇକ୍‌ ଶୋଭାଯାତ୍ରାରେ ବଳଦେବଜିଉ ମନ୍ଦିର ଯାଏ ପାଛୋଟି ନିଆଯାଇଥିଲା।
    ପ୍ରଥମେ ଶ୍ରୀ ପାଣ୍ଡିଆନ ହେଲିକପ୍ଟରରେ ରାଜନଗର ବ୍ଲକ୍‌ର କେରେଡାଗଡରେ ପହଞ୍ଚିଥିଲେ। ପରେ ବ୍ରାହ୍ମଣୀ ନଦୀକୂଳକୁ ଯାଇ କେରେଡାଗଡ-ଏକମାଣିଆ ସେତୁ କାମର ସମୀକ୍ଷା କରିଥିଲେ। ଏହାପରେ କେରେଡାଗଡ ରଥଦାଣ୍ତରେ ପହଁଚି ଏକ ସାଧାରଣ ସଭାରେ ଯୋଗ ଦେବା ସହିତ ୬ ମାସ ତଳେ ଦେଇଥିବା କଥା ଅନୁଯାୟୀ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ କେରେଡାଗଡ–ଦକ୍ଷିଣଡିଆ ସେତୁ ଆରମ୍ଭ ହୋଇଛି ଏବଂ ଏହା ସମୟସୀମା ପୂର୍ବରୁ ଶେଷ ହେବ ବୋଲି କହିଥିଲେ।

    ସାତଭାୟା ଥଇଥାନ ଯୋଜନା ପାଇଁ ୨୨ କୋଟି ୫୦ ଲକ୍ଷ ଟଙ୍କା, କେରେଡାଗଡ ବାୟାବାବା ମଠର ରୂପାନ୍ତର ପାଇଁ ୪ କୋଟି ୯୫ ଲକ୍ଷ ଟଙ୍କା, କେରେଡାଗଡ ଶ୍ରୀ ଜଗନ୍ନାଥ ମନ୍ଦିର ପାଇଁ ୩ କୋଟି ୩ ଲକ୍ଷ ଟଙ୍କା, ପଟ୍ଟାମୁଣ୍ତାଇ କଲେଜକୁ ୨ କୋଟି ୨୫ ଲକ୍ଷ ଟଙ୍କା, ରାଜନଗର ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟକୁ ୨ କୋଟି ୨୫ ଲକ୍ଷ ଟଙ୍କା, ସାତଭାୟାର ମା’ପଞ୍ଚୁବରାହୀ ମନ୍ଦିରକୁ ୪ କୋଟି ୯୫ ଲକ୍ଷ ଟଙ୍କା ସହିତ ମନ୍ଦିର, ମସଜିଦ୍‌, ଚର୍ଚ୍ଚ ଓ ବିଦ୍ୟାଳୟର ଉନ୍ନତୀକରଣ ପାଇଁ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ପାଣ୍ଠିରୁ ୧୧ କୋଟି ୭୩ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା ସୂଚନା ଦେଇଥିଲେ। ଶ୍ରୀ ପାଣ୍ଡିଆନ କହିଥିଲେ ଯେ ପ୍ରତ୍ୟେକ ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କା ଲେଖାଏଁ ଦିଆଯାଇଛି। ରାଜନଗର ନିର୍ବାଚନମଣ୍ତଳୀକୁ ‘ଆମ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମ ମାଧ୍ୟମରେ ୨୬ କୋଟି ଟଙ୍କା ଦିଆଯାଇଛି। ଏପ୍ରିଲ ୨୮ରୁ ଏହା ମଧ୍ୟରେ ୬ ମାସ ମଧ୍ୟରେ ରାଜନଗର ନିର୍ବାଚନମଣ୍ତଳୀକୁ ୧୩୫ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଆସନ୍ତା ଫେବ୍ରୁଆରି ସୁଦ୍ଧା ରାଜନଗର ନିର୍ବାଚନମଣ୍ତଳୀର ସମସ୍ତ ପଞ୍ଚାୟତରେ ଲକ୍ଷ୍ମୀ ଯୋଜନା ଆରମ୍ଭ ହେବ। ପଞ୍ଚାୟତରୁ ବ୍ଲକ ହେଡକ୍ବାର୍ଟର୍ସକୁ ଲକ୍ଷ୍ମୀ ବସ୍‌ ଗଡିବ। ମା’ ମାନଙ୍କ ପାଇଁ ଟିକେଟର ଦାମ ୫ ଟଙ୍କା ରହିବ ଓ ଛାତ୍ରଛାତ୍ରୀମାନେ ମଧ୍ୟ ଏହାର ସୁଯୋଗ ନେବେ ବୋଲି କହିବା ସହ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଯେଉଁମାନେ କାର୍ଡ ପାଇନାହାନ୍ତି, ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ଖୁସିଖବର ଦେବେ ବୋଲି କହିଥିଲେ। ଶ୍ରୀ ପାଣ୍ଡିଆନ ରାଜନଗର ନିର୍ବାଚନମଣ୍ତଳୀକୁ ଗତ ୬ ମାସରେ ଦିଆଯାଇଥିବା ଅନୁଦାନ ସଂପର୍କରେ ହିସାବ ଦେବା ସମୟରେ ଯେହେତୁ ଏହା ମୋ ଶ୍ବଶୁରଙ୍କର ଘର ତେଣୁ ହିସାବ ପତ୍ର ଠିକ୍ ଠାକ୍‌ ରଖିବାକୁ ପଡିବ, ନାହିଁ ତ ଘରେ ଗାଳି ମିଳିବ ବୋଲି କହିଥିଲେ। ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ ଶିଷ୍ୟ ଭାବେ କମ୍ କଥା କହିବି, ଅଧିକ କାମ କରିବି ବୋଲି ସେ କହିଥିଲେ।

    ରାଜନଗର ବିଧାୟକ ଧ୍ରୁବ ସାହୁ ସ୍ବାଗତ ଭାଷଣ ଦେଇଥିଲେ। ଶକ୍ତି ଓ ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ ପ୍ରତିଶ୍ରୁତିର ୨ମାସ ମଧ୍ୟରେ ସେତୁ କାମ ଆରମ୍ଭ ହୋଇଥିବାରୁ ଆଳି ଓ ରାଜନଗରବାସୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀ ଓ ୫-ଟି ଅଧ୍ୟକ୍ଷଙ୍କୁ କୃତଜ୍ଞତା ଜଣାଇଥିଲେ। ସଭାମଂଚରେ ରାଜନଗର ପଞ୍ଚାୟତ ସମିତି ଅଧ୍ୟକ୍ଷା ପ୍ରତିଭା ପାତ୍ର ଭିତରକନିକାର ଏକ ପଟ୍ଟଚିତ୍ର ୫ଟି ଅଧ୍ୟକ୍ଷଙ୍କୁ ପ୍ରଦାନ କରିଥିଲେ। ସାଧାରଣ ସଭା ପରେ ୫-ଟି ଅଧ୍ୟକ୍ଷ କେରେଡାଗଡ ଶ୍ରୀ ଜଗନ୍ନାଥ ମନ୍ଦିରକୁ ଯାଇଥିଲେ। ସାନବଡଗୋପାଳପୁର ଗାଁ ନିକଟରେ ଓ ସାନବଡଗୋପାଳପୁର ବଜାରରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା।

    ଅନ୍ୟପଟେ ବିଜୁ ଜନତା ଦଳର ସାଙ୍ଗଠନିକ ସଂପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ କାର୍ଯ୍ୟକ୍ରମ ପୂର୍ବରୁ କେରେଡାଗଡରେ ପହଁଚି ସ୍ଥିତି ସମୀକ୍ଷା କରିଥିଲେ। ହେଲିକପ୍ଟର ଓହ୍ଲାଇବା ସ୍ଥାନ ସହ ସଭା ସ୍ଥଳରେ ପହଁଚି ଦେଖିଥିଲେ। କିନ୍ତୁ ୫-ଟି ଅଧ୍ୟକ୍ଷ ମଂଚ ନିକଟରେ ପହଁଚିବା ବେଳକୁ ସେ ମଂଚ ନିକଟରେ ଥିଲେ ବି ମଂଚ ଉପରକୁ ଯାଇ ନଥିଲେ। ସେହିଭଳି ଶ୍ରୀ ପାଣ୍ଡିଆନଙ୍କ ପଟ୍ଟାମୁଣ୍ଡାଇରେ ଏକ ଶୋଭାଯାତ୍ରାରେ ଏମ ଏନ ହାଇସ୍କୁଲ ଠାରୁ ମେଡିକାଲ ଛକ ସଭାସ୍ଥଳ ପର୍ଯ୍ୟନ୍ତ ପାଛୋଟି ନିଆଯାଇଥିଲା। ଶ୍ରୀ ପାଣ୍ଡିଆନ ପଟ୍ଟାମୁଣ୍ଡାଇ ମେଡିକାଲ ଛକ ସଭା ମଞ୍ଚରେ ପହଞ୍ଚିବା ପୂର୍ବରୁ କିଛି ବିଜେପି କର୍ମୀ ଜବାବ ମାଗୁଛି ଓଡିଶା ବ୍ୟାନର ଧରି ସଭା ମଞ୍ଚର କିଛି ଦୂରରେ ରହି କଳା ପତାକା ଦେଖାଇବାକୁ ଉଦ୍ୟମ କରିଥିଲେ। ମାତ୍ର ସେଠାରେ ପହଞ୍ଚି ବିଜେପି କର୍ମୀମାନଙ୍କୁ ଘଉଡ଼ାଇ ଦେଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    22.3 ° C
    22.3 °
    22.3 °
    80 %
    1.5kmh
    18 %
    Sun
    22 °
    Mon
    29 °
    Tue
    28 °
    Wed
    28 °
    Thu
    28 °

    ସମ୍ବନ୍ଧିତ