Saturday, September 5, 2026
30.8 C
Odisha

    ୨୧ରୁ ବଢ଼ିବ ରାତିର ପାରଦ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ଓଡ଼ିଶାର ପାଗ ମୁଖ୍ୟତଃ ଶୁଖିଲା ରହିବ। ସର୍ବନିମ୍ନ ତାପମାତ୍ରାରେ ସେଭଳି କୌଣସି ପରିବର୍ତ୍ତନ ହେବ ନାହିଁ। ଅଭ୍ୟନ୍ତରୀଣ ଓଡ଼ିଶାରେ ହାଲୁକାରୁ ଘନ କୁହୁଡ଼ି ଲାଗି ରହିବ। ୨୧ ତାରିଖଠାରୁ ପାଗରେ ସାମାନ୍ୟ ପରିବର୍ତ୍ତନ ଆସିବ। ଉପକୂଳ ଓଡ଼ିଶା ସମେତ ସାରା ରାଜ୍ୟରେ ରାତିର ତାପମାତ୍ରା ପୁଣିଥରେ ସାମାନ୍ୟ ବୃଦ୍ଧି ପାଇବ। ପୁରୀ, ଗୋପାଳପୁର, ଖୋର୍ଦ୍ଧା ସହରରେ ପାରଦ ୧୭ ଡିଗ୍ରି ଉପରକୁ ଚାଲଯିବ। ୨୨ ତାରିଖ ରାତିରେ ସବୁଠି ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି ଉପରେ ରହିବାକୁ ଥିବା ବେଳେ ଉପକୂଳ ଓଡ଼ିଶାରେ ରାତିର ପାରଦ ୧୫ ଡିଗ୍ରି ଉପରକୁ ଚାଲିଯିବ। ଗୋପାଳପୁର, ପୁରୀ ସହରରେ ୧୯ ଡିଗ୍ରିରୁ ଅଧିକ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି।
    ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନ‌ରେ ହାଲୁକାରୁ ଘନ କୁହୁଡ଼ି ଦେଖିବାକୁ ମିଳିଛି। ୧୦ଟି ସ୍ଥାନରେ ରାତିର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି ତଳେ ରହିଥିଲା। ସମତଳ ଅଞ୍ଚଳ ଭାବେ ସୁନ୍ଦରଗଡ଼ ଜିଲ୍ଲାର କିରେଇଠାରେ ୮ ଡିଗ୍ରି ଏବଂ ପାହାଡ଼ିଆ ଅଞ୍ଚଳ ଭାବେ କନ୍ଧମାଳ ଜିଲ୍ଲାର ଜି.ଉଦୟଗିରିରେ ୮ ଡିଗ୍ରି ରେକର୍ଡ କରାଯାଇଛି। କୋରାପୁଟ ଓ ଫୁଲବାଣୀରେ ଘନ କୁହୁଡ଼ି ଦେଖିବାକୁ ମିଳିଛି। କୋରାପୁଟରେ ଘନ କୁହୁଡ଼ିରେ ଦୃଶ୍ୟମାନ ୫୦ ମିଟର ଥିବା ବେଳେ ଫୁଲବାଣୀରେ ୧୫୦ ମିଟର ଥିଲା। ରାଉରକେଲା, କେନ୍ଦୁଝର, କଳାହାଣ୍ଡିରେ ହାଲୁକା କୁହୁଡ଼ି ପଡ଼ିଛି। ଉପକୂଳ ଓଡ଼ିଶରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକ କିମ୍ବା ତା’ଠାରୁ କମ୍‌ ରହିଛି। ଚାନ୍ଦବାଲିରେ ୧୩.୨ ଡିଗ୍ରି ଥିବା ବେଳେ ପାରାଦୀପରେ ୧୩.୯, ବାରିପଦାରେ ୧୧.୪, ଝାରସୁଗୁଡ଼ାରେ ୧୦.୬, ସମ୍ବଲପୁରରେ ୧୨.୯, ତାଳଚେରରେ ୧୨.୪, ଭବାନୀପାଟଣାରେ ୧୧.୨, ବଲାଙ୍ଗୀରରେ ୧୧.୮, ସୋନପୁରରେ ୧୧.୬, ନୟାଗଡ଼ରେ ୧୩.୫, ବୌଦ୍ଧରେ ୧୧.୫, ଢେଙ୍କାନାଳରେ ୧୨.୬, ବରଗଡ଼ରେ ୧୩.୬, ନବରଙ୍ଗପୁରରେ ୧୨.୫, କେନ୍ଦ୍ରାପଡ଼ାରେ ୧୨.୨, ଜଗତ୍‌ସିଂହପୁରରେ ୧୨.୮, କଟକ ଓ ଭୁବନେଶ୍ବରରେ ୧୩.୫ ଡିଗ୍ରି ରହିଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    30.8 ° C
    30.8 °
    30.8 °
    64 %
    2.7kmh
    41 %
    Sat
    31 °
    Sun
    31 °
    Mon
    31 °
    Tue
    31 °
    Wed
    30 °

    ସମ୍ବନ୍ଧିତ