Tuesday, October 22, 2024
29.1 C
Odisha

    ଆରସିବି ପରାଜୟ ପାଇଁ ଏହି କାରଣ ଦାୟୀ

    ଆଗକୁ ପଢନ୍ତୁ

    ଆଇପିଏଲ ୨୦୨୪ର ଏଲିମିନେଟର ଲଢ଼େଇରେ ଆରସିବିକୁ ୪ ୱିକେଟରେ ପରାସ୍ତ କରି ଦ୍ୱିତୀୟ କ୍ୱାଲିଫାୟରକୁ ଉନ୍ନୀତ ହୋଇଛି ରାଜସ୍ଥାନ । ଏହାଫଳରେ ୧୭ ଥର ପାଇଁ ଆରସିବିର ଆଇପିଏଲ ଟ୍ରଫି ଜିତିବା ସ୍ୱପ୍ନ ଅଧୁରା ରହି ଯାଇଛି । ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ୧୭୩ ରନର ଟାର୍ଗେଟ୍ ଦେଇଥିବା ବେଳେ ୬ଟି ୱିକେଟ ହରାଇ ୧୯ ଓଭରରେ ଲକ୍ଷ୍ୟ ହାସଲ କରିନେଇଥିଲା ରାଜସ୍ଥାନ । ତେବେ ଆରସିବିର ପରାଜୟ ପରେ ଫ୍ୟାନ୍ସ ସୋସିଆଲ ମିଡ଼ିଆରେ ମିମ୍ସ ଶେୟାର କରୁଥିବା ଦେଖାଯାଉଛି । ଆରସିବିର ପରାଜୟର କାରଣକୁ ନେଇ ଏବେ ଚର୍ଚ୍ଚା ଜାରି ରହିଛି । ବେଙ୍ଗାଲୁରୁର ପରାଜୟ ପଛରେ ମୁଖ୍ୟତଃ ୩ଟି ବଡ଼ କାରଣ ରହିଛି ।

    ୧- ଚଳିତ ସିଜିନରେ ବିରାଟ କୋହଲି ୧୫ଟି ମ୍ୟାଚରୁ ୬୧.୭୫ ଆଭଜେରେ ୧୫୪.୬୯ ଷ୍ଟ୍ରାଇକ ରେଟ୍ ସହ ୭୪୧ ରନ୍ ସଂଗ୍ରହ କରିଥିଲେ । ସେଥିମଧ୍ୟରେ ଗୋଟିଏ ଶତକ ଓ ୫ଟି ଅର୍ଦ୍ଧଶତକ ସାମିଲ ରହିଥିଲା । ତେବେ ସବୁଠାରୁ ବଡ଼ ମ୍ୟାଚରେ ବିରାଟଙ୍କ ବ୍ୟାଟ ଶାନ୍ତ ରହିଥିଲା । ଏଲିମିନେଟର ପରି ଏକ ନିର୍ଣ୍ଣାୟକ ମ୍ୟାଚରେ ବିରାଟ ୨୪ଟି ବଲରୁ ମାତ୍ର ୩୩ ରନ ସଂଗ୍ରହ କରିଥିଲେ । ଫଳରେ ଦଳ ବଡ଼ ସ୍କୋର କରିବାକୁ ସକ୍ଷମ ହୋଇ ପାରିନଥିଲା ।

    ୨- ଅଷ୍ଟ୍ରେଲିଆର ଅନ୍ୟତମ ହାର୍ଡ ହିଟର ଗ୍ଲେନ ମ୍ୟାକ୍ସୱେଲ ଏହି ମ୍ୟାଚରେ ଶୂନ୍ୟରେ ପାଭିଲିୟନ ଫେରିବା ଦଳ ପାଇଁ ବଡ଼ ଦୁର୍ଭାଗ୍ୟ ଥିଲା । ସେହିପରି ଅଧିନାୟକ ଫାଫ୍ ଡୁ’ ପ୍ଲେସିସ (୧୭), କ୍ୟାମେରୁନ ଗ୍ରୀନ (୨୭), ରଜତ ପଟିଦାର (୨୪) ରନ୍ ସଂଗ୍ରହ କରିଥିଲେ । ଦଳର କୌଣସି ବ୍ୟାଟ୍ସମ୍ୟାନ ୪୦ ରନ୍ ଟପିପାରିନଥିଲେ । ବୋଲିଂରେ ବି ଦଳ ସେପରି କମାଲ କରିପାରିନଥିଲା ।
    ୩-
    କ୍ରିକେଟରେ ଏକ ଲୋକସଭା ରହିଛି ‘ପକଡ଼ୋ କ୍ୟାଚ, ଜିତୋ ମ୍ୟାଚ’ । ମାତ୍ର ଏତେବଡ଼ ମ୍ୟାଚରେ ଏହା ଆରସିବି ପାଇଁ କାଳ ସାଜିଥିଲା । ମ୍ୟାଚରେ ୩ୟ ଓଭରରେ ଯଶସ୍ୱୀ ଜୟସ୍ୱାଲଙ୍କ କ୍ୟାଚ ହାତଛଡ଼ା କରିବାରୁ ସେ ୪୫ ରନ ସଂଗ୍ରହ କରିଥିଲେ । ସେହିପରି ୫ମ ଓଭରରେ କୋହଲର କ୍ୟାମୋର (୨୦) ଙ୍କୁ ଏକ ଜୀବନ ଦାନ ମିଳିଥିଲା । ସଞ୍ଜୁ ସାମସନ (୧୭)ଙ୍କର ଏକ ରନ୍ ଆଉଟକୁ ସ୍ପିନର କର୍ଣ୍ଣ ଶର୍ମା ହାତଛଡ଼ା କରିଥିଲେ । ମୋଟାମୋଟି ଭାବେ କହିବାକୁ ଉକ୍ତ ମ୍ୟାଚରେ ଆରସିବି ଉଭୟ ବ୍ୟାଟିଂ ଓ ବୋଲିଂରେ ଦୁର୍ବଳ ପ୍ରଦର୍ଶନ କରିଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.1 ° C
    29.1 °
    29.1 °
    48 %
    2.9kmh
    6 %
    Tue
    29 °
    Wed
    28 °
    Thu
    27 °
    Fri
    26 °
    Sat
    22 °

    ସମ୍ବନ୍ଧିତ