Thursday, March 19, 2026
20.8 C
Odisha

    କୋରାପୁଟ ଓ ରାୟଗଡ଼ାରେ କାର୍ତିକ ପାଣ୍ଡିଆନଙ୍କ ନିର୍ବାଚନ ପ୍ରଚାର । ନାଁ ନନେଇ କେନ୍ଦ୍ରମନ୍ତ୍ରୀଙ୍କୁ କଲେ ଟାର୍ଗେଟ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ବାଟ ଓଗାଳୁଥିବା ଅଭିଯୋଗ

    ଆଗକୁ ପଢନ୍ତୁ

    ଗତକାଲି ହିଂଜିଳିରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର ଅଭିଯାନ ଆରମ୍ଭ କରିବା ପରେ ଆଜି ଏହାକୁ ଆଗକୁ ବଢ଼ାଇଛନ୍ତି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ୍ ।
    କୋରାପୁଟର ପଟାଙ୍ଗୀ ଓ ଲକ୍ଷ୍ମୀପୁରରେ ସେ ଜୋରଦାର ପ୍ରଚାର ଆରମ୍ଭ କରିଛନ୍ତି । ରାୟଗଡ଼ାର ବିଷମ କଟକରେ ମଧ୍ୟ ପ୍ରଚାର କରିଛନ୍ତି ପାଣ୍ଡିଆନ୍ । କର୍ମୀ ଓ ସମର୍ଥକ ତାଙ୍କୁ ଭବ୍ୟ ସ୍ୱାଗତ କରିଥିବା ବେଳେ ମଂଚ ଉପରୁ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି । ନାଁ ନନେଇ ସେ କହିଛନ୍ତି, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ବନ୍ଦ କରିବାକୁ ଚାହୁଁଛନ୍ତି ଜଣେ କେନ୍ଦ୍ରମନ୍ତ୍ରୀ ।
    ବିଶାଳ ଜନସଭାକୁ ଉଦବୋଧନ ଦେଇ ବିରୋଧୀଙ୍କୁ ଶାଣୀତ ଆକ୍ରମଣ କରିଛନ୍ତି ପାଣ୍ଡିଆନ୍ । ଆଉ କହିଛନ୍ତି –ମୁଖ୍ୟମନ୍ତ୍ରୀଙ୍କ ରୂପାନ୍ତରଣ କାର୍ଯ୍ୟ ଦେଖି ବିରୋଧୀଙ୍କ ନିଦ ହଜିଯାଇଛି
    ନିର୍ବାଚନ ପରେ ବିରୋଧୀ ଦଳର ନେତାଙ୍କ ଦେଖା ମିଳେ ନାହିଁ
    ଗତ ୫ ବର୍ଷରେ କୋରାପୁଟ ସାଂସଦ କିଛି କରିନାହାନ୍ତି
    ମିଶନ ଶକ୍ତି ମାଆଙ୍କୁ ଦୁବାଇ ପଠାଇବା କାର୍ଯ୍ୟକ୍ରମକୁ ମଧ୍ୟ ବନ୍ଦ କରିଦେଲେ ବିରୋଧୀ

    ବିଜେଡି ନିର୍ବାଚନୀ ସଭାରେ ହଜାର ହଜାର ଲୋକ ସାମିଲ ହୋଇଥିଲେ । ବିରୋଧୀଙ୍କୁ କଟାକ୍ଷ କରିବା ସହ ବିଜେଡି ସରକାରର ସଫଳତା ଗୋଟି ଗୋଟି ବଖାଣିଛନ୍ତି ପାଣ୍ଡିଆନ । ଉଭୟ ଲୋକସଭା ଓ ବିଧାନସଭାରେ ବିଜେଡି ପ୍ରାର୍ଥୀଙ୍କୁ ଶଙ୍ଖ ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟ ଦେଇ ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବାକୁ ସେ ଆହ୍ୱାନ ଦେଇଛନ୍ତି ।

    ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସଂପର୍କରେ କହିଛନ୍ତି ପାଣ୍ଡିଆନ୍ । ମହିଳା ସଶକ୍ତିକରଣ ପାଇଁ ଏସ୍ଏଚ୍ଜି ମହିଳାଙ୍କୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ, ଲୋକସଭାରେ ୩୩ ପ୍ରତିଶତ ମହିଳାଙ୍କୁ ଟିକେଟ୍, ଚାଷୀଙ୍କ ଉନ୍ନତି ପାଇଁ ବିଭିନ୍ନ ପଦକ୍ଷେପ ଓ କାଳଆ ଯୋଜନାରେ ସହାୟତା, ଫାଇଭ୍-ଟି ସ୍କୁଲ ରୂପାନ୍ତର ଆଦିର ଉଦାହରଣ ଦେଇଛନ୍ତି । ପଟାଙ୍ଗୀ ଓ ଲକ୍ଷ୍ମୀପୁରର ଦଶମନ୍ତପୁରରେ ନିର୍ବାଚନ ପ୍ରଚାର କରିବା ପରେ ବିଷମ କଟକରେ ଉଦବୋଧନ ଦେଇଛନ୍ତି ପାଣ୍ଡିଆନ୍ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    20.8 ° C
    20.8 °
    20.8 °
    77 %
    1.9kmh
    99 %
    Wed
    21 °
    Thu
    33 °
    Fri
    33 °
    Sat
    34 °
    Sun
    35 °

    ସମ୍ବନ୍ଧିତ