Thursday, March 19, 2026
21 C
Odisha

    ଆସୁଛି ନିର୍ବାଚନ, ଜାଣନ୍ତୁ କିପରି କରିବେ ଭୋଟର ଆଇଡି ପାଇଁ ଆବେଦନ ?

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଆଗକୁ ବିଧାନସଭା ଏବଂ ଲୋକସଭା ନିର୍ବାଚନ ଆସୁଥିଲା ବେଳେ ବର୍ତ୍ତମାନ ସୁଦ୍ଧା ଅନେକ ନୂଆ ଯୁବ ଭୋଟର ସେମାନଙ୍କର ଭୋଟର ଆଇଡି କରି ସାରିଲେଣି। ଏବେ ମଧ୍ୟ ଭାରତୀୟ ନିର୍ବାଚନ ଆୟୋଗ ୧୮ ବର୍ଷ ଅତିକ୍ରମ କରିଥିବା ଭାରତୀୟ ଯୁବତୀ ଯୁବକ ମାନଙ୍କୁ ଅନଲାଇନରେ ରେଜିଷ୍ଟ୍ରେସନ କରିବାକୁ ସୁଯୋଗ ଦେଉଛନ୍ତି।ଭୋଟର ଆଇଡି ଆବେଦନ ପାଇଁ ଜଣେ ପ୍ରାର୍ଥୀଙ୍କ ପାଖରେ ପାସପୋର୍ଟ ସାଇଜର ଫଟୋ, ବ୍ୟକ୍ତିଗତ ପରିଚୟ ପତ୍ର (ଆଧାର କାର୍ଡ, ପାସପୋର୍ଟ, ହାଇସ୍କୁଲ୍ ମାର୍କସିଟ) ଏବଂ ଠିକଣା ପରିଚୟ ପତ୍ର ଥିବା ଆବଶ୍ୟକ। ତେବେ ଆସନ୍ତୁ ଜାଣିବେ କିପରି କରିବେ ଆବେଦନ ?

    ପ୍ରଥମେ ନିର୍ବାଚନ ଆୟୋଗର ଭୋଟର ସର୍ଭିସ ସେବା ପୋର୍ଟାଲ https://voters.eci.gov.in/ କୁ ଯାଆନ୍ତୁ।
    ଏବେ ଫର୍ମ ୬ ତଳେ ଥିବା ଫିଲ୍ ଫର୍ମ ୬ ଉପରେ କ୍ଲିକ କରି ଏକ ଆକାଉଣ୍ଟ ଖୋଲନ୍ତୁ। ଏଥିରେ ଇମେଲ ଆଇଡି ଏବଂ ଫୋନ୍ ନମ୍ବର ଭଳି ଆବଶ୍ୟକ ତଥ୍ୟ ପ୍ରଦାନ କରନ୍ତୁ। ଥରେ ଏହି ଆକାଉଣ୍ଟ ଖୋଲିଗଲେ ଆପଣ ମୁଖ୍ୟ ଫର୍ମକୁ ଯାଇ ସେଠାରେ ବ୍ୟକ୍ତିଗତ ତଥ୍ୟ ଏବଂ ଯୋଗାଯୋଗ ସମ୍ପର୍କିତ ସୂଚନା ଏବଂ ଆଧାର କାର୍ଡ ଓ ଠିକଣା ଦେବାକୁ ପଡିବ। ଏହାପରେ ଆବଶ୍ୟକୀୟ ଡକ୍ୟୁମେଣ୍ଟର ସ୍କାନ୍ କପି ଅପଲୋଡ଼ କରିବାକୁ ପଡିବ। ସମସ୍ତ ତଥ୍ୟ ସେଇ ସାରିବା ପରେ ଫର୍ମକୁ ଭଲ ଭାବେ ପଢିନେବେ ଏବଂ ସର୍ବମିଟ କରିବେ। ଏହାପରେ ନିୟମିତ ଭାବେ ନିଜର ଆବେଦନ ପତ୍ରକୁ ଯାଞ୍ଚ କରୁଥିବେ। ଆପଣ ଫର୍ମ୬ କୁ ଡାଉନଲୋଡ଼ କରି ଅଫଲାଇନ ମାଧ୍ୟମରେ ନିକଟସ୍ଥ ନିର୍ବାଚନ ଆୟୋଗ କାର୍ଯ୍ୟାଳୟରେ ଦାଖଲ କରିପାରିବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    21 ° C
    21 °
    21 °
    70 %
    1.6kmh
    100 %
    Thu
    33 °
    Fri
    33 °
    Sat
    34 °
    Sun
    35 °
    Mon
    36 °

    ସମ୍ବନ୍ଧିତ