Sunday, September 20, 2026
30.5 C
Odisha

    ମାଛ ଧରିବା ପାଇଁ ପୋଖରୀରୁ ଜଳ ଛାଡ଼ିଲେ; ଦାନା ବାନ୍ଧୁଛି ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ

    ଆଗକୁ ପଢନ୍ତୁ

    ଭୁବନ: ଗ୍ରୀଷ୍ମ ଲହରି ଜାରି ଥିବା ବେଳେ ମନୁଷ୍ୟ ସମତେ ସମସ୍ତ ଜୀବଜନ୍ତୁ ପାଣି ପାଇବାକୁ ବ୍ୟସ୍ତ ହୋଇ ଉଠିଛନ୍ତି। ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଉଥିବା ବେଳେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ସମସ୍ତଙ୍କୁ ପ୍ରଭାବିତ  କରିଛି। ଏତିକି ବେଳେ ମାଛ ଧରିବା ପାଇଁ ପୋଖରୀରୁ ପାଣି କଟାକୁ ନେଇ ତେଜୁଛି ଅସନ୍ତୋଷ। ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ଅନଳ ଗାଁରେ। ଧଳପଡା ପଞ୍ଚାୟତ କାର୍ଯ୍ୟାଳୟ ପକ୍ଷରୁ ୨୦୨୩ ମସିହାରେ ଦିର୍ଘ ମିଆଦୀ ଯୋଜନାରେ ପୋଖରୀ ଗୁଡ଼ିକୁ ନିଲାମ ଦିଆଯାଇଛି। ଗ୍ରାମର ଶକ୍ତି ଭୋଳାଶଙ୍କର ସ୍ୱୟଂ ସହାୟିକ ଗୋଷ୍ଠୀ ପାଞ୍ଚ ବର୍ଷ ନିମନ୍ତେ ନିଲାମ ନେଇ ପଞ୍ଚାୟତ କାର୍ଯ୍ୟାଳୟରେ ରସିଦ ନମ୍ବର ୫୭୬୦/୨୭.୧୦.୨୩ରେ ମାତ୍ର ୧୫୦୦୦ ଟଙ୍କା ପୈଠ କରିଥିଲେ।

    ମତ୍ସ୍ୟ ବିଭାଗ ପରାମର୍ଶ କ୍ରମେ ସ୍ୱୟଂ ସହାୟିକା ଗୋଷ୍ଠୀର ସଭାନେତ୍ରୀ ପ୍ରଭାତୀ ସାହୁ ଅନଳ ନୂଆପୋଖରୀରେ ମାଛ ଚାଷ କରିଥିଲେ। ମାଛ ବଂଶ ବୃଦ୍ଧି ପାଉଥିବା ବେଳେ ମାଛ ଧରିବା ନିମନ୍ତେ ଅଧିକ ପାଣି ଅସୁବିଧା ସାଜିଥିଲା। ଖରା ଦିନରେ ବି ୮ ଫୁଟ ଉଚ୍ଚର ପାଣି ରହିଥିବାରୁ ମାଛ ଅମଳରେ ବାଧକ ହୋଇଥିଲା। ଫଳରେ ମତ୍ସ୍ୟ ବିଭାଗ ଅଧିକାରୀଙ୍କ ପରାମର୍ଶ କ୍ରମେ ମାଛ ଅମଳ ପାଇଁ ପୋଖରୀରୁ ୩ଫୁଟ ଉଚ୍ଚତାର ପାଣିକାଟି ମାଛ ମାରିବା ପାଇଁ ଅନୁମତି ମାଗିଥିଲେ। କୌଣସି ସରକାରୀ କର୍ମଚାରୀ ପୋଖରୀକୁ ନଯାଇ କିଛି ବି ତଦନ୍ତ ନ କରି ବ୍ଲକ କାର୍ଯ୍ୟାଳୟରୁ ମଞ୍ଜୁରି ପ୍ରଦାନ କରାଯାଇଥିଲା।

    ମଂଜୁରୀ ଅନୁସାରେ ସ୍ୱୟଂ ସହାୟିକା ଗୋଷ୍ଠୀର ସଭାନେତ୍ରୀ ପ୍ରଭାତୀ ସାହୁ ବୁଧବାର ପୋଖରୀ କାଟି ପାଣି ଜଳ ନିଷ୍କାସନ କରୁଛନ୍ତି। ପ୍ରଚଣ୍ଡ ଖରାରେ ଜଳଦାନକୁ ଗୁରତ୍ଵ ଦେଉଥିବା ପ୍ରଶାସନର ଅନୁମତି ପାଇ ପୋଖରୀ କଟା ଯାଇଥିଲା। ପୋଖରୀରୁ ପାଣି ନିଷ୍କାସନ ପରେ ଗ୍ରାମରେ ତେଜୁଛି ଅସନ୍ତୋଷ। ଗ୍ରାମର ଶହଶହ ଲୋକ ସ୍ନାନ ଶୌଚପାଇଁ ଏହି ପୋଖରୀକୁ ବ୍ୟବହାର କରୁଥିବା ସହ ଜୀବଜନ୍ତୁମାନେ ପାଣି ପିଇଥାନ୍ତି। ହେଲେ ପୋଖରୀରେ ଜଳସ୍ତର ପୁରା କମିଯିବରୁ ସାଧାରଣରେ ପ୍ରଶାସନର ଏପରି ନିଷ୍ପତ୍ତିକୁ ନିନ୍ଦା କରାଯାଇଛି।

    ଏ ସଂପର୍କରେ ବିଡିଓ କଲ୍ୟାଣ ସୌରଭ ଦାସ କୁହନ୍ତି ୪ଫୁଟ ପାଣିରଖି ପୋଖରୀରୁ ପାଣି କାଟିବା ପାଇଁ ମତ୍ସ୍ୟ ବିଭାଗର ସୁପାରିଶ କ୍ରମେ ନିର୍ଦ୍ଦେଶ ଦିଆଯାଇଥିଲା। ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ପୋଖରୀକୁ ଯାଇ ପାଣି ସ୍ତର ସଂପର୍କରେ ତଦନ୍ତ କରିବା ପରେ ପୋଖରୀ ଯଦି ଅଧିକ ପାଣି କଟା ଯାଇଥିବ, ତଦନ୍ତ ପରେ କାର୍ଯ୍ୟାନୁଷ୍ଠା ନିଆଯିବ।

    ସମାଜସେବୀ ମଳୟ ରଂଜନ ସାହୁ କହିଛନ୍ତି, ଆମ ଗାଁ ପୋଖରୀକୁ ମନମୁଖୀ ଭାବରେ ହୁଡା କାଟି ପାଣି ନିଷ୍କାସିତ କରାଯାଉଛି। ମାଛ ଧରିବାକୁ ପୋଖରୀରୁ ଜଳ ନିଷ୍କାସନ ନିଶ୍ଚିତ ଭାବରେରେ ଏକ ନିନ୍ଦନୀୟ ଘଟଣା। ଅନ୍ୟପଟରେ ପ୍ରଭାତୀ ସାହୁ କହିଛନ୍ତି, ଆମ ମହିଳା ଗୋଷ୍ଠୀ ସରକାର ଙ୍କ ଠାରୁ ନିଲାମ ଆଣିଛୁ। ମତ୍ସ୍ୟ ବିଭାଗ ପରାମର୍ଶ ଅନୁସାରେ ଉକୃଷ୍ଟମାନର ଜାଆଁଳା କିଣି ପୋଖରୀରେ ଛାଡ଼ିଚୁ। ଅଧିକ ପାଣି ଥିବାରୁ ମାଛ ଧରିବା ସମ୍ଭବ ହେଉନାହିଁ। ଅନୁମତି ପାଇ ପୋଖରୀ କଟା ଯାଇଛି। ଏହି ଘଟଣାକୁ କେନ୍ଦ୍ର କରି ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷର ଦାନା ବାନ୍ଧୁଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    30.5 ° C
    30.5 °
    30.5 °
    65 %
    2.7kmh
    97 %
    Sun
    30 °
    Mon
    31 °
    Tue
    27 °
    Wed
    28 °
    Thu
    24 °

    ସମ୍ବନ୍ଧିତ