Monday, October 19, 2026
21.9 C
Odisha

    ମାଲକାନଗିରିର ୮୮୩୦ ହେକ୍ଟର ଜମିରେ ପାଣି,୨୮୧ ଘର ଭାଙ୍ଗିଲା

    ଆଗକୁ ପଢନ୍ତୁ

    ମାଲକାନଗିରି: ୪୮ ଘଣ୍ଟା ପରେ ମାଲକାନଗିରି ଜିଲ୍ଲାର ସମସ୍ତ ପୋଲ ଓ ରାସ୍ତା ଉପରୁ ପାଣି ଖସିଯାଇଛି। କିନ୍ତୁ ପୋଟେରୁ ପୋଲ ଉପରୁ କଂକ୍ରିଟ ଧୋଇ ହୋଇ ଯାଇଥିବାରୁ ବୁଧବାର ସକାଳୁ କୌଣସି ଗାଡିକୁ ଏହି ପୋଲ ଉପରେ ଯିବାକୁ ଦିଆଯାଇ ନ ଥିଲା। କେବଳ ଦୁଇ ଚକିଆ ଯାନକୁ ହିଁ ଯିବାକୁ ନିର୍ଦେଶ ଦିଆଯାଇଥିଲା।

    ମଧ୍ୟାହ୍ନ ପର୍ଯ୍ୟନ୍ତ ମାଲାକାନଗିରି କାଲିମେଳା ଯୋଗାଯୋଗ ବିଛିନ୍ନ ରହିଥିଲା। ପରେ ପୁଲିସ ଏବଂ ପ୍ରଶାସନ ପୋଲ ନିକଟରେ ପହଞ୍ଚି ଜାତୀୟ ରାଜପଥର ଅଧିକାରୀଙ୍କୁ ଡାକି ତୁରନ୍ତ ପୋଲ ଉପରେ ମରାମତି କରିବା ପାଇଁ କୁହାଯିବା ପରେ ରାସ୍ତା ଫିଟିଥିଲା। ସେହିପରି ବାୟାପଡା ରାସ୍ତାରେ ଭୁସ୍ଖଳନ ହେବା ଯୋଗୁଁ ଏବେ ବି ରାସ୍ତା ମରାମତି ହୋଇପାରିନାହିଁ।ଯାହାଫଳରେ ୧୮ଟି ଗ୍ରାମ ଏବେ ବି ବାହ୍ୟ ଜଗତରୁ ବିଛିନ୍ନ ହୋଇ ରହିଛି।ମାଲକାନଗିରି ଜୟପୁର ରାସ୍ତା ଓ କାଲିମେଳା ମୋଟୁ ରାସ୍ତାକୁ ଯୋଗାଯୋଗ ସ୍ବାଭାବିକ ହୋଇପାରିଛି।

    ମାଲକାନଗିରି ଜିଲ୍ଲାର ବନ୍ୟା ସ୍ଥିତି ଅନୁଧ୍ୟାନ କରିବା ପାଇଁ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ରୂପା ରୋଶନ ସାହୁ ମାଲକାନଗିରି ପହଞ୍ଚି ବିଭିନ୍ନ ସ୍ଥାନ ପରିଦର୍ଶନ କରିଛନ୍ତି। ଆଗାମୀ ୭ ଦିନ ମଧ୍ୟରେ କ୍ଷୟକ୍ଷତିର ଆକଳନ କରାଯାଇ ତୁରନ୍ତ ଅନୁକମ୍ପା ପ୍ରଦାନ ନେଇ ନିର୍ଦେଶ ଦେଇଛନ୍ତି।
    ରାଜସ୍ବ କମିଶନରଙ୍କ ସହ ଜିଲ୍ଲାପାଳ ଆଶିଷ ଇଶ୍ବର ପାଟିଲ ସମେତ ଜିଲ୍ଲାର ସମସ୍ତ ପଦାଧିକାରୀ ଉପସ୍ଥିତ ଥିଲେ। ଗତ ୪୮ ଘଣ୍ଟା ଧରି ଲଗାଣ ବର୍ଷାରେ ବେହାଲ ହୋଇଥିଲା ମାଲକାନଗିରି ଜିଲ୍ଲା। ବର୍ଷା ଥମିଥିଲେ ମଧ୍ୟ ଦୁର୍ଦ୍ଦଶା ବଢିଯାଇଛି।

    ପାଣି କମିବା ପରେ ଲୋକେ ଘରୁ ଜିନିଷ ପତ୍ରକୁ ସାଉଁଟୁଛନ୍ତି। ଦୁଇ ଦିନ ଧରି ଗାଁରେ ପାଣି ରହିବା ଯୋଗୁଁ ପାଣି ଘେରରେ ରହିଥିବା ଘର ଗୁଡିକ ନଷ୍ଟ ହେବା ସହ ଜିନିଷପତ୍ର ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଜିଲ୍ଲାରେ ୮୮୩୦ ହେକ୍ଟର ଜମିରେ ପାଣି ଜମିବାରୁ ଏହି ଜମିଗୁଡିକ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଜଣାପଡିଛି। ପ୍ରଶାସନର ତଦନ୍ତ ପରେ ହିଁ କେତେ ଜମିରେ ବାଲି ଚରିଛି ଏବଂ କେତେ ଜମି ସଂପୂର୍ଣ୍ଣ ନଷ୍ଟ ହୋଇଛି ତାହା ଜଣାପଡିବ ବୋଲି ଜିଲ୍ଲାପାଳ ଆଶିଷ ଇଶ୍ବର ପାଟିଲ ପ୍ରକାଶ କରିଛନ୍ତି।

    ସେହିପରି ୨୮୧ଟି ଘର ଭାଙ୍ଗି ୟାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଏବେ ବି ପ୍ରଶାସନ ତରଫରୁ ଘର ଭଙ୍ଗାକୁ ନେଇ ତଦନ୍ତ ଚାଲିଛି। ୫୭୦ଟି ପୋଲିଥିନ ଲୋକଙ୍କୁ ପ୍ରଦାନ କରାଯାଇଥିବା କୁହାଯାଇଛି। ସେହିପରି ୫୪ ଜଣ ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରି ନିରାପଦ ସ୍ଥାନରେ ଆଶ୍ରୟ ଦିଆଯାଇଛି।

    ଅଗ୍ନିଶମ ବିଭାଗ ଦ୍ବାରା ପାଣିରେ ଫସି ରହିଥିବା ୨୭ ଜଣଙ୍କୁ ଉଦ୍ଧାର କରାଯାଇଛି। ୧୬୨ ଜଣ ଲୋକଙ୍କୁ ବିଭିନ୍ନ ସ୍ଥାନରୁ ଉଦ୍ଧାର କରାଯାଇଛି। ମୋଟ ୨୨୯୮ ଲୋକଙ୍କୁ ଉଦ୍ଧାର କରାଯାଇଛି। ୧୨ଟି ବ୍ରିଜ ପାଣି ଦ୍ବାରା ଖରାପ ହୋଇଯାଇଛି। ବୁଧବାର ଜିଲ୍ଲାରେ ମୋଟ ୪୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଏବେ ବି ବନ୍ୟାଞ୍ଚଳରେ ୬ଟି ଓଡ୍ରାଫ ଟିମ,୫ଟି ଅଗ୍ନିଶମ ଟିମ ରହିଛନ୍ତି।୩୩୮୫୦ ଉପଭୋକ୍ତ ବିଜୁଳିରୁ ବଞ୍ଚିତ ହୋଇଛନ୍ତି। ବିଦ୍ୟୁତ ସେବା ଯୋଗାଇ ଦେବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାମ ଚାରିଥିବା କୁହାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    21.9 ° C
    21.9 °
    21.9 °
    90 %
    1.5kmh
    57 %
    Sun
    22 °
    Mon
    30 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ