Tuesday, September 15, 2026
31 C
Odisha

    ଶୁଖିଲା ପଡ଼ିଛି ଚିରସ୍ରୋତା ସପ୍ତଧାରା

    ଆଗକୁ ପଢନ୍ତୁ

    ମାଲକାନଗିରି: ମାଲକାନଗିରି ଜିଲ୍ଲାର ଚିରସ୍ରୋତା ନଦୀ ମଧ୍ୟରୁ ସପ୍ତଧାରା ଅନ୍ୟତମ। ସାତୋଟି ପାହାଡ଼ିଆ ନଦୀର ସଂଗମ ସପ୍ତଧାରା। ଜିଲ୍ଲାର ଆରମ୍ଭରେ ଏହି ନଦୀ ପ୍ରବାହିତ ହେଉଛି। ଦିନ ଥିଲା ବର୍ଷ ତମାମ ନଦୀର ଜଳ ସ୍ରୋତ କମୁନଥିଲା। ଏବେ କିନ୍ତୁ ଶୁଷ୍କ। ଏହାର ଅନେକ କାରଣ ରହିଥିଲେ ମଧ୍ୟ ଉପର ମୁଣ୍ଡରେ ବିଦ୍ୟୁତ ଉତ୍ପାଦନ ପାଇଁ ବନ୍ଧ ବନ୍ଧାଯିବା ଏହାର ମୁଖ୍ୟ କାରଣ ବୋଲି କୁହାଯାଇପାରେ। କେବଳ ବର୍ଷା ଦିନେ ହିଁ ଏହି ନଦୀରେ ଜଳ ପ୍ରବାହିତ ହେଉଥିବା ଲକ୍ଷ୍ୟ କରାଯାଏ। ବର୍ଷା ଜଳ ଏତେ କ୍ଷୀପ୍ର ଗତିରେ ପ୍ରଭାବିତ ହୁଏ ଯେ ଏହା ୩୨୬ ଜାତୀୟ ରାଜପଥକୁ ମଧ୍ୟ ନିଜ କବଜାକୁ ନେଇଯାଏ, ଯାହାଫଳରେ ଜାତୀୟ ରାଜପଥ କିଛି ଘଣ୍ଟା ବା ଦିନ ପାଇଁ ବନ୍ଦ ହୋଇଯାଏ।
    ଘଂଚ ଅରଣ୍ୟ ଭିତରେ ପ୍ରବାହିତ ଏହି ସପ୍ତଧାରା ଏକ ଅନନ୍ୟ ପର୍ଯ୍ୟଟନୀସ୍ଥଳୀ ଭାବେ ପରିଚିତ।ବର୍ଷ ତମାମ ଏଠାରେ ଲୋକେ ବୁଲିବା ସହ ଭୋଜି ଭାତର ମଜା ନେଉଥିବା ଦେଖିବାକୁ ମିଳୁଥିଲା। ଜଂଗଲର ଅପୂର୍ବ ସୌନ୍ଦର୍ଯ୍ୟ, ନଦୀର କୂଳୁକୂଳୁ ରାବ ହିଁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଥିଲା। ଏପରିକି ଏହି ନଦୀରେ ବହୁ ଜୀବନ ମଧ୍ୟ ଯାଇଛି। ଏବେ ନଦୀ ଶୁଷ୍କ ହୋଇଯାଇଥିବାରୁ ପର୍ଯ୍ୟଟକଙ୍କ ଭିଡ ମଧ୍ୟ ଜମୁ ନାହିଁ। ଏପରିକି ବର୍ଷା ଋତୁ ସରିଲେ ନଦୀରେ ମଧ୍ୟ ଜଳସ୍ରୋତ କମିଯାଏ। ନଦୀର କାଁ ଭାଁ ସ୍ଥାନରେ ଅଳ୍ପ କିଛି ପାଣି ଜମୁଥିବା ଦେଖିବାକୁ ମିଳୁଛି। କିନ୍ତୁ ପୂର୍ବରୁ ଯେପରି ପାଣି ଚିରସ୍ରୋତା ଥିଲା ତାହା ଏବେ ଆଉ ନାହିଁ, ଯେଉଁ ସାତୋଟି ପାହାଡ଼ିଆ ନଦୀ ଏହି ସପ୍ତଧାରାରେ ମିଶୁଥିଲେ ସେମାନେ ମଧ୍ୟ ଏବେ ଶୁଷ୍କ।ତେଣୁ ସପ୍ତଧାରା ମଧ୍ୟ ଶୁଷ୍ତ ବୋଲି କୁହାଯାଉଛି।
    ପ୍ରକାଶ ଥାଉକି ଗତ ୨୦୧୭ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ଟ୍ବିଟର ପେଜରେ ସପ୍ତଧାରର ଅନନ୍ୟ ସୌନ୍ଦର୍ଯ୍ୟର ସାଟେଲାଇଟ ଫଟୋକୁ ଅପଲୋଡ କରି ଏହି ସ୍ଥାନ କେଉଁଠାର ବୋଲି ପ୍ରଶ୍ନ କରିଥିଲେ, ଯାହାକୁ ନେଇ ସେତେବେଳେ ପର୍ଯ୍ୟଟକ ଏବଂ ଜିଲ୍ଲାବାସୀଙ୍କ ମଧ୍ୟରେ ବେଶ ଚର୍ଚ୍ଚା ହୋଇଥିଲା ଓ ଖୁସି ଜାହିର କରିଥିଲେ।ପୁଣି ସରକାର ସପ୍ତଧାରାରେ ଏକ ବିଶାଳ ଜଳସେଚନ ପ୍ରକଳ୍ପ ନେଇ ଘୋଷଣା କରିଛନ୍ତି। ସପ୍ତଧାରା ନଦୀ ଜଳ ଏବେ ଶୁଷ୍କ ଅବସ୍ଥାରେ ରହିଥିବା ବେଳେ ବିଶାଳ ଜଳସେଚନ ପ୍ରକଳ୍ପ କେତେ ସଫଳ ହେବେ ତାହା ସମୟ କହିବ।ଦିନକୁ ଦିନ ପ୍ରକୃତିର ପରିବର୍ତ୍ତନ ନଦୀ ଶୁଷ୍କ ହେବାର ଅନ୍ୟ ଏକ କାରଣ ବୋଲି ବିଶେଷଜ୍ଞ ମତ ଦିଅନ୍ତି।ପୂର୍ବରୁ ଯେଉଁ ଧରଣର ବର୍ଷା ହେଉଥିଲା, ତାହା ଏବେ ଆଉ ନାହିଁ। ଫଳରେ ନଦୀରେ ଜଳ ମଧ୍ୟ ନାହିାଁ।ଦିନ ଆସିବ ସପ୍ତଧାରା ଇତିହାସ ପାଲଟିଯିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    31 ° C
    31 °
    31 °
    61 %
    1.9kmh
    0 %
    Tue
    31 °
    Wed
    31 °
    Thu
    30 °
    Fri
    25 °
    Sat
    31 °

    ସମ୍ବନ୍ଧିତ