Wednesday, September 30, 2026
22.9 C
Odisha

    ସୁନ୍ଦରଗଡ଼ବାସୀଙ୍କ ଭାବାବେଗକୁ ସମ୍ମାନ ଦେଉଛୁ: ମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଉତ୍ତର ଓଡ଼ିଶା ବିକାଶ ପରିଷଦରେ ସୁନ୍ଦରଗଡ଼କୁ ସାମିଲ କରାଯିବାକୁ ପ୍ରସଙ୍ଗ କରି ବିରୋଧୀ ଦଳର ବିଧାୟକଙ୍କ ଦ୍ବାରା ଦିଆଯାଇଥିବା ବୟାନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜବାବ ରଖିଛନ୍ତି। ସାମାଜିକ ଗଣମାଧ୍ୟମ ‘ଏକ୍ସ‘ରେ ଲେଖିଛନ୍ତି, ସୁନ୍ଦରଗଡ଼ବାସୀ ଦୀର୍ଘ ବର୍ଷ ଧରି ଆମକୁ ଆଶୀର୍ବାଦ କରି ଆସୁଛନ୍ତି ଏବଂ ଆମେ ସୁନ୍ଦରଗଡ଼ବାସୀଙ୍କ ଭାବାବେଗକୁ ସମ୍ମାନ ଦେଉଛୁ। ତେଣୁ ସୁନ୍ଦରଗଡ଼ବାସୀଙ୍କ ଇଚ୍ଛା ବିରୁଦ୍ଧରେ କୌଣସି ପଦକ୍ଷେପ ସରକାର ନେବେ ନାହିଁ।ସୁନ୍ଦରଗଡ଼  ଜିଲ୍ଲାର ସର୍ବାଙ୍ଗୀନ ବିକାଶ ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ। ସେହିପରି ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ମଧ୍ୟ ସୁନ୍ଦରଗଡ଼ ପ୍ରସଙ୍ଗ ନେଇ ମୁଖ୍ୟମନ୍ତ୍ରୀଙ୍କ ସ୍ପୋଷ୍ଟକ୍ତି ଦାବି କରିଛନ୍ତି। ସେ କହିଥିଲେ, “ମୁଖ୍ୟମନ୍ତ୍ରୀ କିଛି ଦିନ ପୂର୍ବରୁ ଉତ୍ତର ଓଡିଶା ବିକାଶ ପରିଷଦ ଗଠନ କରିବା ପାଇଁ ଘୋଷଣା କରିଥିଲେ। ଏବେ ମୁଖ୍ୟମନ୍ତ୍ରୀ ଘୋଷଣା କଲେ ସୁନ୍ଦରଗଡ଼କୁ ଉତ୍ତର ଓଡ଼ିଶାରେ ମିଶେଇବେ ଯାହାଦ୍ୱାରା ଜିଲ୍ଲାର ଦ୍ରୁତ ବିକାଶ ହେବ। ଏଥିରୁ ସ୍ପଷ୍ଟ ମୁଖ୍ୟମନ୍ତ୍ରୀ ପରୋକ୍ଷରେ କହୁଛନ୍ତି ପଶ୍ଚିମ ଓଡ଼ିଶା ବିକାଶ ପରିଷଦରେ କାମ ହେଉନାହିଁ। ମୁଖ୍ୟମନ୍ତ୍ରୀ କଥାରୁ ଜଣାପଡୁଛି ଆଞ୍ଚଳିକ ବୈଶମ୍ୟବାଦ ଅଛି। ଏପଟେ ସୁନ୍ଦରଗଡ଼ ବିଧାୟକ ମଧ୍ୟ ଏହାକୁ ବିରୋଧ କରୁଛନ୍ତି।

    ସୂଚନାଯୋଗ୍ୟ, ଗତ ୨୪ ତାରିଖ ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୁନ୍ଦରଗଡ଼ରୁ ସୁଭଦ୍ର ଯୋଜନାର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ରିଲିଜ କରିଥିଲେ। ଏହି ଅବସରରେ ସେ ଏକ ନାଗରିକ ସମ୍ମାନ କାର୍ଯ୍ୟକ୍ରମରେ ଯେଗ ଦେଇଥିଲେ। ସେ କହିଥିଲେ, ଓଡ଼ିଶା ପାଇଁ ସ୍ୱତନ୍ତ୍ର ବିକାଶ ପରିଷଦ ଗଠନ ହେବ। ଆଉ ୨ରୁ ୩ ମାସ ମଧ୍ଯରେ ଉତ୍ତର ଓଡିଶା ବିକାଶ ପରିଷଦ ଗଠନ ହେବ। ଏଥିପାଇଁ ସ୍ୱତନ୍ତ୍ର ଟାକ୍ସଫୋର୍ସ ଗଠନ ହୋଇ କାମ ଆରମ୍ଭ ହୋଇଛି। ସୁନ୍ଦରଗଡ଼ ସଂସ୍କୃତି ଭବନରେ ଆୟୋଜିତ ବିଜେପି ସମ୍ବର୍ଦ୍ଧନା ସଭାରେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଏହି ଘୋଷଣା କରିଛନ୍ତି।.ଏଥିପାଇଁ ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ଦାୟିତ୍ୱ ଦିଆଯାଇଛି। ସୁନ୍ଦରଗଡ଼ ପଶ୍ଚିମ ଓଡିଶାରେ ଏବେ ଅଛି। ଆଗକୁ ଏହା ଉତ୍ତର ଓଡିଶାରେ ସାମିଲ ହେବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    22.9 ° C
    22.9 °
    22.9 °
    85 %
    1.1kmh
    82 %
    Wed
    30 °
    Thu
    30 °
    Fri
    30 °
    Sat
    31 °
    Sun
    31 °

    ସମ୍ବନ୍ଧିତ