Wednesday, April 1, 2026
38.7 C
Odisha

    କରୀନା କପୁରଙ୍କ ସହ ସାକ୍ଷାତ୍‌କାରକୁ ନେଇ ମୋଦୀଙ୍କୁ ଥଟା କଲା କଂଗ୍ରେସ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ମଙ୍ଗଳବାର ଦିନ ପ୍ରସିଦ୍ଧ ବଲିଉଡ ଅଭିନେତ୍ରୀ କରୀନା କପୁର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ରାଜ କପୁର ଚଳଚ୍ଚିତ୍ର ମହୋତ୍ସବକୁ ନିମନ୍ତ୍ରଣ କରିବା ପରେ ଏହାକୁ ଥଟା କରିଛି କଂଗ୍ରେସ। ଡିସେମ୍ବର ୧୩ ତାରିଖରେ ଆରମ୍ଭ ହେବାକୁ ଥିବା ଏହି ଉତ୍ସବରେ ରାଜ କପୁରଙ୍କ ଶତ ଜନ୍ମ ବାର୍ଷିକୀ ପାଳନ କରାଯିବ। ସେହି ଅବସରରେ କରୀନା ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି।

    ଏହାକୁ ନେଇ କଂଗ୍ରେସ ନେତା ପୱନ ଖେରା କହିଛନ୍ତି ଯେ, ‘‘ଆମେ ମଣିପୁର କହିଲୁ, ସେ ଭାବିଲେ କରୀନା କପୁର।’’ ତେବେ ମୋଦୀଙ୍କ ସହ କପୁର ପରିବାରର ରଣବୀର କପୁର, ଆଲିଆ ଭଟ୍ଟ, କରୀନା କପୁର, କରିସ୍ମା କପୁର, ରିଦ୍ଧିମା କପୁର , ଆଦାର ଜୈନ, ଅରମାନ ଜୈନ, ଏବଂ ନିତୁ କପୁର ଆଦି ଫଟୋ ପୋଜ୍‌ ଦେଇଥିବାର ଦେଖିବାକୁ ମିଳିଛି। ଏକ ଫଟୋରେ ପ୍ରଧାନମନ୍ତ୍ରୀ ମୋଦୀ କରୀନାଙ୍କ ପୁଅ ତୈମୁର ପାଇଁ ଅଟୋଗ୍ରାଫ୍ ସାଇନ୍ କରୁଥିବା ନଜର ଆସିଛନ୍ତି।

    ମେଟେଇ ଏବଂ କୁକି ସମ୍ପ୍ରଦାୟ ମଧ୍ୟରେ ଜାତିଗତ ହିଂସାରେ ଗତ ବର୍ଷ ମେ ମାସରୁ ମଣିପୁରରେ ୨୦୦ରୁ ଅଧିକ ପ୍ରାଣ ହରାଇଛି। ଜାତିଗତ ସଂଘର୍ଷ ଆରମ୍ଭ ହେବା ପରଠାରୁ ମଣିପୁରରେ ସାଂଘାତିକ ହିଂସା ଦେଖାଦେଇଥିଲା।

    ତାହାକୁ ଭିତ୍ତିକରି କଂଗ୍ରେସ ନେତା ମୋଦୀଙ୍କୁ ଥଟା କରିଛନ୍ତି। କହିଛନ୍ତି କି ‘ଆମେ ମଣିପୁର କହିଲୁ ସେ କରୀନା କପୁର ବୁଝିଲେ।’

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    38.7 ° C
    38.7 °
    38.7 °
    16 %
    2.7kmh
    0 %
    Wed
    39 °
    Thu
    41 °
    Fri
    41 °
    Sat
    39 °
    Sun
    39 °

    ସମ୍ବନ୍ଧିତ