Tuesday, May 21, 2024
27.3 C
Odisha

    ଆଜି ଓ ଆସନ୍ତାକାଲି ଅଧିକାଂଶ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା । ଜାଣନ୍ତୁ, କେଉଁ ଜିଲ୍ଲା ପାଇଁ ଜାରି ହେଲା ଓ୍ୱାର୍ଣ୍ଣିଂ?

    ଆଗକୁ ପଢନ୍ତୁ

    ରାଜ୍ୟରେ ବଦଳିଛି ପାଗ, ତାତିରୁ ମିଳିଛି ଆଶ୍ୱସ୍ତି । ୪ ଦିନର ଅଗ୍ନିବର୍ଷା ଖରା ପରେ ଆଜି କୋହଲା ପାଗ ସହ ତଳମୁହାଁ ହୋଇଛି ପାରଦ । ଯଦିଓ ଆର୍ଦ୍ରତାର ମାତ୍ରାକୁ ନେଇ ଗୁଳୁଗୁଳି ଅନୁଭୂତ ହେଉଛି ତଥାପି, ତାପମାତ୍ରା କିନ୍ତୁ ୨ ରୁ ୪ ଡିଗ୍ରୀ ହ୍ରାସ ପାଇଛି।

    ଆଜିଠାରୁ ଭିଜିବ ସାରା ଓଡିଶା । ଆଜି ଓ ଆସନ୍ତାକାଲି ବର୍ଷା ହେବାର ପୂର୍ବାନୁମାନ କରିଛି କରିଛି ପାଣିପାଗ ବିଭାଗ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅଧିକାଂଶ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ରହିଛି। ପଶ୍ଚିମା ଝଡ ପ୍ରଭାବରେ ବାୟୁମଣ୍ଡଳରେ ସୃଷ୍ଟ ନିମ୍ନ ଚାପରେଖା ଓ ଗୁରୁଚାପ ପ୍ରଭାବରେ ଅନେକ ସ୍ଥାନରେ ବିଜୁଳି ଘଡଘଡି ଜନିତ ବର୍ଷା ସହ କୂଆପଥର ବର୍ଷାର ସମ୍ଭାବନା ରହିଛି । ଝଡି ପବନ ସହ ଏହି ସମୟରେ ୪୦ରୁ ୫୦ କିଲୋମିଟର ପବନ ବହିବାର ପୂର୍ବାନୁମାନ କରିଛି ବିଭାଗ। କୁଆପଥର ବର୍ଷାକୁ ନେଇ ୮ ଜିଲ୍ଲା ଯେପରିକି ଢେଙ୍କାନାଳ, ନୟାଗଡ , ଅନୁଗୁଳ କଟକ , ଯାଜପୁର, କେନ୍ଦୁଝର, ମୟୁରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରିକରିଛି ବିଭାଗ। ବିଜୁଳି ଘଡଘଡି ବର୍ଷା ପାଇଁ ଦେବଗଡ, ସୁନ୍ଦରଗଡ, ଝାରସୁଗୁଡା, ବରଗଡ଼ , ସୋନପୁର , ବୌଦ୍ଧ ଓ ସମ୍ବଲପୁର ପାଇଁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ସେହିପରି ଆସନ୍ତାକାଲି ରାଜ୍ୟର ଅନେକ ସ୍ଥାନରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଆସନ୍ତାକାଲି ବିଜୁଳି ଘଡଘଡି ବର୍ଷା ସହ ୩୦ ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ଥିବା ବେଳେ ୧୨ ଜିଲ୍ଲା – ମୟୁରଭଞ୍ଜ, ଅନୁଗୁଳ , ଦେଓଗଡ, କେନ୍ଦୁଝର, ସମ୍ବଲପୁର, ସୋନପୁର, ନୟାଗଡ, ଗଞ୍ଜାମ, ଗଜପତି, କନ୍ଧମାଳ , ରାୟଗଡା ଓ କଳାହାଣ୍ଡି ପାଇଁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    27.3 ° C
    27.3 °
    27.3 °
    68 %
    3.6kmh
    94 %
    Tue
    28 °
    Wed
    42 °
    Thu
    41 °
    Fri
    40 °
    Sat
    43 °

    ସମ୍ବନ୍ଧିତ